Advertisment

Dhanush and Mrunal Thakur Marriage: ଆଉ ଥରେ ବାହାହେବେ ଧନୁଷ! ଜାଣନ୍ତୁ କିଏ ସେହି ସୁନ୍ଦରୀ…

ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ପୂର୍ବତନ ଜ୍ୱାଇଁ ଅଭିନେତା ଧନୁଷଙ୍କ ବିବାହକୁ ନେଇ ଖୁବ ଚର୍ଚ୍ଚା। ଏକ ରିପୋର୍ଟ ଅନୁଯାୟୀ, ଧନୁଷ ଭାଲେଣ୍ଟାଇନ୍ସ ଡେ’ରେ ବିବାହ କରିବେ। ତେବେ କାହାକୁ ବିବାହ କରିବେ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
Dhanush and Mrunal Thakur Marriage

ଆଉ ଥରେ ବାହାହେବେ ଧନୁଷ Photograph: (OTV)

ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ପୂର୍ବତନ ଜ୍ୱାଇଁ ଅଭିନେତା ଧନୁଷଙ୍କ ବିବାହକୁ ନେଇ ଖୁବ ଚର୍ଚ୍ଚା। ଏକ ରିପୋର୍ଟ ଅନୁଯାୟୀ, ଧନୁଷ ଭାଲେଣ୍ଟାଇନ୍ସ ଡେ’ରେ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ବିବାହ କରିବେ।

Advertisment

କିନ୍ତୁ ଏହି ଦୁଇ ଅଭିନେତାଙ୍କ ଡେଟିଂକୁ ଆଲୋଚନା ଆଜିକାଲିର ନୁହେଁ, ବରଂ କିଛି ମାସ ପୂର୍ବର। ଧନୁଷ ଏବଂ ମୃଣାଳ ଠାକୁରଙ୍କ ଡେଟିଂର ଗୁଜବ ଗତ ଅଗଷ୍ଟରେ ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ସେମାନଙ୍କୁ ‘ସନ୍‌ ଅଫ୍ ସର୍‌ଦାର୍‌ ୨’ର ପ୍ରିମିୟରରେ ଏକାଠି ଦେଖିବାକୁ ମିଳିଥିଲା। ତଥାପି, ଉଭୟ ଏହାକୁ ନେଇ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ।

ଅଭିନେତ୍ରୀ ମୃଣାଳ ଠାକୁର ବଲିଉଡରେ ଏକ ଜଣାଶୁଣା ନା’ ହୋଇସାରିଛନ୍ତି। ତାଙ୍କର ବୟସ ୩୩ ବର୍ଷ ହୋଇଥିବା ବେଳେ, ସେ ୧ ଅଗଷ୍ଟ ୧୯୯୨ରେ ଜନ୍ମ ହୋଇଥିଲେ। ସେହିପରି ଧନୁଷଙ୍କ ବୟସ ୪୨ ବର୍ଷ ହୋଇଥିବା ବେଳେ ତାଙ୍କ ଜନ୍ମ ୨୮ ଜୁଲାଇ ୧୯୮୩।

Advertisment

ପ୍ରକାଶଥାଉ ଯେ ଧନୁଷଙ୍କ ପୂର୍ବତନ ପତ୍ନୀ ହେଉଛନ୍ତି ଐଶ୍ୱର୍ଯ୍ୟା ରଜନୀକାନ୍ତ, ଯାହାଙ୍କୁ ଅଭିନେତା ୨୦୦୪ ମସିହାରେ ବିବାହ କରିଥିଲେ ଏବଂ ୨୦୨୪ ମସିହାରେ ଏହି ଦମ୍ପତିଙ୍କର ଛାଡପତ୍ର ହୋଇଥିଲା। ସେମାନଙ୍କର ଗୋଟିଏ ପୁଅ ଅଛି ଯାହାର ନା’ ଯାତ୍ରା ରାଜା।

ତେବେ ଦକ୍ଷିଣ ଭାରତୀୟ ଶିଳ୍ପର ଜଣେ ଜଣାଶୁଣା ନା’ ଧନୁଷଙ୍କର ମୋଟ୍ ସମ୍ପତ୍ତିର ମୂଲ୍ୟ ହେଉଛି ୨୩୦ କୋଟି। ତାଙ୍କୁ ମଧ୍ୟ ସାଉଥ୍‌ର ସବୁଠାରୁ ଅଧିକ ଫିସ୍ ନେଇଥିବା ଅଭିନେତାମାନଙ୍କ ମଧ୍ୟରେ ଗଣାଯାଏ। ତାଙ୍କର ନିଜର ପ୍ରଡକ୍ସନ ହାଉସ୍ ମଧ୍ୟ ଅଛି।

ଅନ୍ୟପକ୍ଷରେ, ଟିଭି ପରେ ବଲିଉଡ୍ ଏବଂ ଦକ୍ଷିଣ ଭାରତୀୟ ଶିଳ୍ପରେ ନିଜକୁ ପ୍ରତିଷ୍ଠିତ କରିଥିବା ମୃଣାଳ ଠାକୁରଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୩୫ରୁ ୪୦କୋଟି ଟଙ୍କା ଏବଂ ସେ ପ୍ରତି ପ୍ରୋଜେକ୍ଟ ପାଇଁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରନ୍ତି।

Dhanush Mrunal Thakur South Indian Actress
Advertisment
Advertisment