Advertisment

Severe Air Pollution Chokes Delhi: ଧୂଆଁ ଧୂଆଁ ରାଜଧାନୀ, ଅତି ନିମ୍ନ ସ୍ତରରେ ବାୟୁ ପ୍ରଦୂଷଣର ମାତ୍ରା

ଅତି ନିମ୍ନ ସ୍ତରରେ ବାୟୁ ପ୍ରଦୂଷଣର ମାତ୍ରା। ଧୂଆଁ ଓ କୁହୁଡି ଆସ୍ତରଣ ଯୋଗୁ ଦିଲ୍ଲୀରେ ପଡ଼ୁନି ସୂର୍ଯ୍ୟ କିରଣ। ଦିଲ୍ଲୀରେ ବିମାନ ଉଡ଼ାଣ ପ୍ରଭାବିତ, ଟ୍ରେନ ଚଳାଚଳରେ ବି ବାଧା ଉପୁଜିଛି।

author-image
Chinmayee Sahoo
Delhi Pollution

Delhi Pollution Photograph: (OTV)

ଧୂଆଁ ଧୂଆଁ ଦିଲ୍ଲୀ। ବାୟୁ ପ୍ରଦୂଷଣର ମାତ୍ରା ଏତେ ବଢିଯାଇଛି ଯେ ସହରରେ ଭିଜିବିଲିଟି ହ୍ରାସ ପାଇଛି। ଧୂଆଁ ଓ କୁହୁଡି ଆସ୍ତରଣ ଯୋଗୁ ଦିଲ୍ଲୀ ଉପରେ ପଡ଼ୁନି ସୂର୍ଯ୍ୟ କିରଣ। ଏମିତି କି ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି। ଟ୍ରେନ ଚଳାଚଳରେ ବି ବାଧା ଉପୁଜିଛି। ରାଜଧାନୀ ଦିଲ୍ଲୀର ୪୦ଟି ସ୍ଥାନରେ ବାୟୁ ପ୍ରଦୂଷଣର ମାତ୍ରା ଅତି ନିମ୍ନ ସ୍ତରରେ ରହିଛି। 

Advertisment

ସକାଳ ୭ଟା ବେଳେ ୧୬ଟି ସ୍ଥାନରେ ଏୟାର କ୍ବାଲିଟି ଇଣ୍ଡେକ୍ସ ସିଭିୟର କାଟାଗୋରିରେ ରହିଥିଲା। ପ୍ରଗତି ମୈଦାନ ଅଞ୍ଚଳରେ AQI 433 ରେକର୍ଡ ହୋଇଛି। ୪୦ ମନିଟରିଂ ଷ୍ଟେସନ ମଧ୍ୟରୁ ଅଧିକାଂଶ ସ୍ଥାନରେ AQI ସିଭିୟର କାଟାଗୋରିରେ ରହିଛି। 

ବିମାନ ଉଡ଼ାଣ ପ୍ରଭାବିତ ହେଉଥିବାକୁ ଯାତ୍ରୀମାନଙ୍କୁ ବିମାନ ବନ୍ଦର ଆସିବା ପୂର୍ବରୁ ସଂପୃକ୍ତ ଏୟାର ଲାଇନ୍ସ ସହ ଯୋଗାଯୋଗ କରିବାକୁ ଜାରି ହୋଇଛି ଆଡଭାଇଜରୀ। ୩୦ଟି ଟ୍ରେନ ବିଳମ୍ବରେ ଚାଲୁଛି। ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ୮ ଘଣ୍ଟା ବିଳମ୍ବରେ ଚାଲୁଥୁବା ସୂଚନା ମିଳିଛି। ଆଜି ପାଇଁ କୁହୁଡ଼ି ନେଇ ଦିଲ୍ଲୀରେ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି।

Advertisment

•    ଧୂଆଁ ଧୂଆଁ ଦିଲ୍ଲୀ
•    ଅତି ନିମ୍ନ ସ୍ତରରେ ବାୟୁ ପ୍ରଦୂଷଣର ମାତ୍ରା 
•    ଧୂଆଁ ଓ କୁହୁଡି ଆସ୍ତରଣ ଯୋଗୁ ଦିଲ୍ଲୀରେ ପଡ଼ୁନି ସୂର୍ଯ୍ୟ କିରଣ
•    ଦିଲ୍ଲୀରେ ବିମାନ ଉଡ଼ାଣ ପ୍ରଭାବିତ, ଟ୍ରେନ ଚଳାଚଳରେ ବି ବାଧା 
•    ଦିଲ୍ଲୀର ୪୦ଟି ସ୍ଥାନରେ ବାୟୁ ପ୍ରଦୂଷଣର ମାତ୍ରା ଅତି ନିମ୍ନ ସ୍ତରକୁ ଖସିଲା
•    ପ୍ରଗତି ମୈଦାନ ଅଞ୍ଚଳରେ AQI 433 ରେକର୍ଡ

Delhi Delhi Pollution
Advertisment
Related Articles
Advertisment