ଭୁବନେଶ୍ୱର : ଓଡ଼ିଶାରେ ହୋଇଥିବା ରାଜ୍ୟସଭା ଉପନିର୍ବାଚନରେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ପ୍ରାର୍ଥୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ବିଧାନସଭାରେ ରିଟର୍ଣ୍ଣି ଅଫିସର ଦାୟିତ୍ୱରେ ଥିବା ଅଧିକାରୀ ସମସ୍ତ ପ୍ରାର୍ଥୀଙ୍କୁ ସେମାନଙ୍କ ସାର୍ଟିଫିକେଟ ପ୍ରଦାନ କରିଛନ୍ତି। ଏଥିରେ ସୌମ୍ୟରଂଜନ ପଟ୍ଟନାୟକଙ୍କ ସ୍ଥାନରେ ଅଶ୍ୱୀନ ବୈଷ୍ଣବ ୫ ବର୍ଷ ଲାଗି ନିର୍ବାଚିତ ହୋଇଛନ୍ତି। ଏହି ସିଟ୍କୁ ବିଜେପିକୁ ବିଜେଡି ଟେକିଦେଇଛି। ପ୍ରତାପ ଦେବଙ୍କ ସ୍ଥାନରେ ସସ୍ମିତ ପାତ୍ରଙ୍କୁ ୩ ବର୍ଷ ଲାଗି ରାଜ୍ୟସଭା ସଦସ୍ୟତା ମିଳିଥିବା ବେଳେ ଅଚ୍ୟୁତ ସାମନ୍ତଙ୍କ […]
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା କଳୁଙ୍ଗା ଲ୍ୟାମ୍ପସ୍ (ଲାର୍ଜ ଏରିଆ ମଲ୍ଟି ପର୍ପସ୍ ସୋସାଇଟିଜ୍)ରେ ସଶସ୍ତ୍ର ଡକାୟତି ହୋଇଛି। ଡକାୟତମାନେ ଲ୍ୟାମ୍ପସ୍ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୩ ଲକ୍ଷ ୯୭ ହଜାର ଆଠଶହ ଟଙ୍କା ଲୁଟି ନେଇଛନ୍ତି। ଆଜି ଦିନ ପ୍ରାୟ ୧୧ଟା ବେଳେ ଲ୍ୟାମ୍ପସ୍ର ଦୁଇଜଣ କର୍ମଚାରୀ କ୍ୟାସ୍ ରୁମରୁ ଟଙ୍କା ନେଇ କ୍ୟାସ୍ କାଉଣ୍ଟରକୁ ଯାଉଥିଲେ। ଏହି ସମୟରେ ତିନି ଜଣ ଦୁର୍ବୃତ୍ତ ସେମାନଙ୍କୁ ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର […]
ପୁରୀ : ରଥଯାତ୍ରାରୁ ସୁନାବେଶ ପର୍ଯ୍ୟନ୍ତ ପୁରୀକୁ ଗଡ଼ିବ ୧୯୪ଟି ସ୍ୱତନ୍ତ୍ର ଟ୍ରେନ। କେବଳ ସେତିକି ନୁହେଁ, ରେଳଯାତ୍ରୀଙ୍କ ପାଇଁ ୬୦ଟି ସ୍ୱତନ୍ତ୍ର ଟିକେଟ କାଉଣ୍ଟର ଓ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ଇଷ୍ଟକୋଷ୍ଟ ରେଲୱେ। ରଥଯାତ୍ରା ସମୟରେ ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ବିଭାଗ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିବା ଡିଆର୍ଏମ୍ ଶଶିକାନ୍ତ ସିଂହ ସୂଚନା ଦେଇଛନ୍ତି। ରଥଯାତ୍ରା ପାଇଁ ଜୁଲାଇ ୪ ତାରିଖରେ ୩୦ଟି, ଜୁଲାଇ ୫ରୁ ୯ ତାରିଖ ମଧ୍ୟରେ ୪୮ଟି, ୧୦ […]
ଭୁବନେଶ୍ୱର : ପିଜି ଏଣ୍ଟ୍ରାନ୍ସରେ ଅସଙ୍ଗତି। ଗୋଟିଏ ତାରିଖରେ ସମାନ ବିଷୟରେ ଏକାଧିକ ୟୁନିଭର୍ସିଟିର ପିଜି ଏଣ୍ଟ୍ରାନ୍ସ। ଗୋଟିଏ ବିଶ୍ୱବିଦ୍ୟାଳୟରେ ପରୀକ୍ଷାଦେଲେ ଅନ୍ୟଟିକୁ ମିସ୍ କରିବେ ,ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମହଲରେ ପ୍ରକାଶ ପାଇଛି ଅସନ୍ତୋଷ। ପ୍ରଥମ ଥର ପାଇଁ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ତାରିଖକୁ ନେଇ ଏଭଳି ବିବାଦ ଦେଖାଦେଇଛି। ଜୁଲାଇ ୫ରେ କମ୍ପୁଟର ସାଇନ୍ସ ଲାଗି ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଜୁଲାଇ […]
ବଲାଙ୍ଗିର : ପୁଣି ଗିରଫ ହେଲା ଡନ୍ ଟିମନ କୁମାର। କୌଣସି ସୂତ୍ରରୁ ଖବର ପାଇଁ ବଲାଙ୍ଗିର ସଦର ଥାନା ଅଧିକାରୀ ଯୋଗେଶ୍ୱର ପଣ୍ଡାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ମଙ୍ଗଳବାର ଭୁବନେଶ୍ୱର ପଟିଆ ଅଞ୍ଚଳର ଏକ ଭଡ଼ା ଘରେ ଚଢ଼ଉ କରି ଟିମନ କୁମ୍ଭାର ଓ ତାର ତିନି ସହଯୋଗୀ, ଧର୍ମେନ୍ଦ୍ର ଜାଲ, ଅନିରୁଦ୍ଧ ଦଳବେହେରା, ତ୍ରିନିଥ ସାଗରଙ୍କୁ କାବୁ କରିଥିଲା। ଚାରି ଜଣଙ୍କୁ ଗିରଫ କରି ସଦର ପୁଲିସ କୋର୍ଟ ଚାଲାଣ କରିଛି। ଟିମନ […]
ଭୁବନେଶ୍ୱର : କୋଲକାତାରୁ ଭୁବନେଶ୍ୱର ବିମାନ ଯାତ୍ରା ବେଳେ ଜଣେ ଯାତ୍ରୀଙ୍କ ବ୍ୟାଗରୁ ଟଙ୍କା, ସୁନାମୁଦି ଓ ରୁପା କଏନ ଚୋରି ହୋଇଛି। ଏନେଇ ସେ ଗୋ’ ଏୟାରରେ ଅଭିଯୋଗ କରିଥିଲେ। ମାତ୍ର ତାଙ୍କୁ କୌଣସି ସୁଫଳ ମିଳିନଥିଲା। ପରେ ସେ ଭୁବନେଶ୍ୱର ଏୟାରପୋର୍ଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାରୁ ପ୍ରକାଶ ଯାତ୍ରୀ ଜଣକ ଗୋ’ ଏୟାର ବିମାନରେ କୋଲକାତାରୁ ଭୁବନେଶ୍ୱର ଆସୁଥିଲେ। ଭୁବନେଶ୍ୱର […]
ବାସୁଦେବପୁର : ଗାଁରୁ ଜଳ ନିଷ୍କାସନ ପାଇଁ ଗ୍ରାମବାସୀଙ୍କ ରାସ୍ତାରୋକ୍। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ନରସିଂହପୁର ପଂଚାୟତର ପ୍ରାୟ ୪ଶହ ଲୋକେ ଜଳ ନିଷ୍କାସନ ହୋଇପାରୁନଥିବାରୁ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଅସରାଏ ବର୍ଷାରେ ଗାଁରାସ୍ତା ଉବୁଟୁବୁ ହେଉଥିବାରୁ ଚଳପ୍ରଚଳ ହେବାକୁ ଲୋକଙ୍କୁ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି। ପଂଚାୟତର ପୂର୍ବରୁ ଥିବା ଜଳ ନିଷ୍କାସନ ପଥକୁ କେହି ପୋତି ଦେଇଥିବାରୁ ଗାଁ ଗୁଡିକରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଅଧିକ ବର୍ଷା ହେଲେ […]
କେନ୍ଦୁଝର( ପ୍ରଣୟ ପାଣି) : କେନ୍ଦୁଝର ଯୋଡ଼ାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ୬ନାବାଳକଙ୍କୁ ଧରିଛି ପୁଲିସ। ବିଭିନ୍ନ ଜାଗାରେ ଚଢ଼ଉ କରି ସମସ୍ତଙ୍କୁ ପୁଲିସ ଧରିଛି। ଉଲ୍ଲେଖନୀୟଯେ, ସୋମବାର ସଂଧ୍ୟାରେ ନାବାଳିକା ଜଣକ ତାଙ୍କ ସଂପର୍କୀୟଙ୍କ ସହ ମାମୁଁଘର ଯାଉଥିଲେ। ତେବେ ଅଧା ବାଟରେ କିଛି ଯୁବକ ନାବାଳିକାଙ୍କୁ ଅପହରଣ କରି ନେଇଥିଲେ। ଏହାପରେ ତାଙ୍କ ସହ ଜଘନ୍ୟକାଣ୍ଡ ଭିଆଇ ମୁର୍ମୂଷୁ ଅବସ୍ଥାରେ ତାଙ୍କୁ ଛାଡ଼ି ପଲାଇଥିଲେ। ଘଟଣା ସମ୍ପର୍କରେ ସମ୍ପର୍କୀୟଙ୍କଠୁ ଖବର ପାଇ ପହଞ୍ଚିଥିଲେ ପରିବାରଲୋକେ। […]
ରାଉରକେଲା ( ସତ୍ୟାନନ୍ଦ ମହାନ୍ତି) : ରାଉରକେଲାରେ ବେଟିଂ ଗ୍ୟାଙ୍ଗର ଆଉ ଜଣକୁ ଗିରଫ କରିଛି ପୁଲିସ୍। ଦରଘାଇ ମୋହଲାରୁ ଜଣକୁ ଗିରଫ କରାଯାଇଛି। ଏହାସହ ମାମଲାରେ ସଂପୃକ୍ତ ଥିବା ବ୍ୟବସାୟୀ ନାଗରମଲ ଅଗ୍ରୱାଲଙ୍କ ଘରେ ପୁଲିସ୍ ଚଢ଼ଉ କରିଛି। ତାଙ୍କ ପାସପୋର୍ଟ ସହ ୩ ହଜାର ଡଲାର ଜବତ କରିଛି ପୁଲିସ୍। ମିଳିଥିବା ସୂଚନା ମୁତାବକ ଅନ୍ୟ କିଛି ଅଞ୍ଚଳରେ ବି ପୁଲିସ୍ ଚଢ଼ଉ କରିଛି। ଗତକାଲି ଡେଲିମାର୍କେଟ ସ୍ଥିତ ଜନତା ନିବାସ ଲେନ୍ରେ ପୁଲିସ୍ […]
ରାୟଗଡ଼ା : ରାୟଗଡ଼ାରେ ସମଲେଶ୍ୱରୀ ଏକ୍ସପ୍ରେସ୍ରେ ଅଗ୍ନିକାଣ୍ଡ ଘଟଣା। ୩ଜଣ ରେଳ କର୍ମଚାରୀଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏପରିକି ଘଟଣା ସମ୍ପର୍କରେ ସେ ନିଜେ ରେଳ ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ସହ କଥା ହୋଇଛନ୍ତି ଓ ଉଦ୍ଧାର କାର୍ଯ୍ୟର ରେଳମନ୍ତ୍ରୀ ନିଜେ ବ୍ୟକ୍ତିଗତ ଭାବେ ତଦରାଖ କରିଥିବା କହିଥିବା ଟ୍ୱିଟ୍ରେ ଜଣାଇଛନ୍ତି ଧର୍ମେନ୍ଦ୍ର। Shri @PiyushGoyal is personally monitoring the rescue operations undertaken by the Indian Railways. […]
ଭୁବନେଶ୍ୱର : ବିଧାନସଭାର ଅଧିଷ୍ଠାତା ମଣ୍ଡଳୀରେ ୭ଜଣ ବିଧାୟକ ସ୍ଥାନ ପାଇଛନ୍ତି। ବିଧାନସଭା ବଜେଟ୍ ଅଧିବେଶନର ଆଜି ପ୍ରଥମ ଦିନରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହର କାର୍ଯ୍ୟ ପରିଚାଳନା ନିମନ୍ତେ ଏକ ୭ଜଣିଆ ଅଧିଷ୍ଠାତା ମଣ୍ଡଳୀ ଘୋଷଣା କରିଛନ୍ତି। ଅଧିଷ୍ଠାତା ମଣ୍ଡଳୀରେ ସ୍ଥାନ ପାଇଥିବା ବିଧାୟକମାନେ ହେଲେ ଦେବୀପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲ, ଅଶ୍ୱିନୀ ପାତ୍ର, ସ୍ନେହାଙ୍ଗିନୀ ଛୁରିଆ, ପ୍ରଶାନ୍ତ ମୁଦୁଲି, ସନ୍ତୋଷ ସିଂ ସାଲୁଜା ଓ ସୁବାସ ପାଣିଗ୍ରାହୀ। ବାଚସ୍ପତି ଓ ଉପବାଚସ୍ପତିଙ୍କ ଅନୁପସ୍ଥିତିରେ ଏହି […]
ପାଟଣାଗଡ଼ : ଜେଲ୍ ଯାଇଥିବା ପାଟଣାଗଡ଼ ବିଜେଡି ବିଧାୟକ ସରୋଜ ମେହେର ଅସୁସ୍ଥ। ଜେଲ୍ରେ ଅସୁସ୍ଥ ଅନୁଭବ କରିବାରୁ ସରୋଜଙ୍କୁ ପାଟଣାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେଉଁ କାରଣରୁ ସେ ଅସୁସ୍ଥ ହୋଇପଡିଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ ଜଣା ପଡିନାହିଁ। ଯନ୍ତ୍ରୀଙ୍କୁ ସର୍ବସଧାରଣରେ ଉଠ୍ବସ୍ କରାଇବା ଅଭିଯୋଗରେ ଗତକାଲି ବିଧାୟକ ସରୋଜ ମେହେରଙ୍କୁ ଗିରଫ କରିଥିଲା ବଲାଙ୍ଗିର ପୁଲିସ। ଏହାପରେ ତାଙ୍କୁ ପାଟଣାଗଡ଼ ଏଡିଜେ ସାତ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଗତକାଲି […]
ଭୁବନେଶ୍ୱର : ନ୍ୟାସନାଲ ହେଲ୍ଥ ଇଣ୍ଡେକ୍ସ ବା ଜାତୀୟ ସ୍ୱାସ୍ଥ୍ୟ ସୂଚକାଙ୍କ ତାଲିକାରେ ତଳକୁ ଖସୁଛି ଓଡ଼ିଶା। ସ୍ୱାସ୍ଥ୍ୟସେବା ସଂପର୍କିତ ବିଭିନ୍ନ ମାନଦଣ୍ଡରେ ହ୍ରାସ କାରଣରୁ ଓଡ଼ିଶା ଜାତୀୟ ହାର ଠାରୁ ପଛରେ ପଡିଯାଇଛି। ୨୦୧୫-୧୬କୁ ବେସ୍ ଇୟର ନିଆଯିବା ସହ ୨୦୧୭-୧୮ ପର୍ଯ୍ୟନ୍ତ ପ୍ରଦର୍ଶନ ଭିତ୍ତିରେ ଏହି ସୂଚକାଙ୍କ ପ୍ରସ୍ତୁତ କରାଯାଇଛି। ଦେଶର ପ୍ରଥମ ୧୦ଟି ରାଜ୍ୟରୁ ପୂର୍ବ ସୂଚକାଙ୍କରେ ଆଗରେ ଥିବା ବେଳେ ଏବେ ଅଧିକ ପ୍ରଗତି କରିଛନ୍ତି। ତେବେ ଓଡ଼ିଶା ଓ ବିହାର […]
ରାୟଗଡ଼ା : ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀ ଜାନୀ ଭାନୁପ୍ରତାପଙ୍କ କହିବା ଅନୁଯାୟୀ, ମୃତକ ୨ ଜଣକ ହେଲେ ମେଣ୍ଟେନାନ୍ସ ଇଂଜିନ୍ କର୍ମଚାରୀ। ତେବେ ଜଣକର ମୃତ ଉଦ୍ଧାର କରାଯାଇଥିବା ସରକାରୀ ଭାବେ ସ୍ପଷ୍ଟ କରାଯାଇଛି। ମେଣ୍ଟେନାନ୍ସ ଇଂଜିନ ଭିତରେ ରହି ୨ ଜଣ ଜଳି ଯାଇଥିବା ସୂଚନା ମିଳିଛି। ଧକ୍କା ପୂର୍ବରୁ ଡେଇଁ ମେଣ୍ଟେନାନ୍ସ ଇଂଜିନ ଡ୍ରାଇଭର ଗୁରୁତର ହୋଇଥିବା ସୂଚନା ମିଳିଛି। ଅନ୍ୟ ଜଣେ କର୍ମଚାରୀଙ୍କୁ ଗୁରୁତର […]
ପଟ୍ଟାମୁଣ୍ଡାଇ( ପ୍ରବୀର ନାୟକ) : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ। ସ୍ୱାମୀଙ୍କ ସହଯୋଗରେ ତାଙ୍କ ସାଙ୍ଗ ମହିଳାଙ୍କୁ ଦୁଷ୍କର୍ମ କରିଥିବା ରାଜଗନର ଥାନାରେ ଅଭିଯୋଗ କରିଛନ୍ତି ସଂପୃକ୍ତ ମହିଳା। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ସ୍ୱାମୀ ଓ ତାଙ୍କ ସାଙ୍ଗ ବ୍ରଜ ମଲିକ୍ ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିଲେ। ମହିଳା ଜଣଙ୍କ ଶୋଇଥିବା ବେଳେ ସ୍ୱାମୀଙ୍କ ଜାଣତରେ ବ୍ରଜ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବ୍ରଜ ଫେରାର୍ ଥିବାବେଳେ ପୁଲିସ୍ […]
ବ୍ରହ୍ମଗିରି : ନୂଆ ନିଯୁକ୍ତି ପାଇବା ପରେ ବ୍ରହ୍ମଗିରିସ୍ଥିତ ଅଲାରନାଥପୀଠ ଯାଇ ଦର୍ଶନ କରିଛନ୍ତି ଆଡ୍ଭୋକେଟ ଜେନେରାଲ ଅଶୋକ ପରିଜା। ମହାପ୍ରଭୁ ଓ ମାଆ ଲକ୍ଷ୍ମୀଙ୍କ ଦର୍ଶନ କରିବା ସହ ବେଢା ପରିକ୍ରମା କରି ଆନନ୍ଦ ବଜାର ଯାଇ ପ୍ରସାଦ ପାଇଥିଲେ। ତାଙ୍କୁ ମିଳିଥିବା ଗୁରୁ ଦାୟିତ୍ୱକୁ ସେ କିଭଳି ସୂଚାରୁ ରୂପେ ତୁଲାଇପାରିବେ ସେଥିପାଇଁ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା ପାଇଁ ଆସିଥିବା ସେ କହିଛନ୍ତି। ସେହିପରି ହାଇକୋର୍ଟରେ ପଡିରହିଥିବା ପେଣ୍ଡିଂ ମାମଲା ସମ୍ପର୍କରେ ମତ ପ୍ରକାଶ […]
ଭୁବନେଶ୍ୱର : ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ ଗୃହରେ କଂଗ୍ରେସର ହଟ୍ଟଗୋଳ। ବିରୋଧୀ ଦଳ ନେତା ପ୍ରସଙ୍ଗକୁ ନେଇ ଗର୍ଜିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ସେ ଅଭିଯୋଗ କରିଛନ୍ତି, ବିରୋଧୀ ଦଳ ନେତା କିଏ ବାଚସ୍ପତି ଗୃହରେ ଘୋଷଣା କରିନାହାନ୍ତି। ତଥାପି ବିରୋଧୀ ଦଳ ନେତା ଭାବେ ବିଜେପିର ପ୍ରଦୀପ୍ତ ନାୟକଙ୍କୁ ଭାଷଣ ଦେବାକୁ ଡାକିଥିଲେ ବାଚସ୍ପତି। ସରକାରୀ ଦଳ ମୁଖ୍ୟ ସଚେତକ ବି ତାଙ୍କୁ ଧନ୍ୟବାଦ ଦେଲେ। ମେଣ୍ଟ ଘୋଷଣା […]
କେନ୍ଦୁଝର ( ପ୍ରଣୟ ପାଣି) : ପୁଣି ଲଜ୍ଜା। କେନ୍ଦୁଝର ଯୋଡ଼ା ଥାନା ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଗୁରୁତର ନାବାଳିକାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ୫ ଜଣ ଅଭିଯୁକ୍ତଙ୍କୁ ଯୋଡ଼ା ଥାନା ପୁଲିସ୍ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ, ଗତକାଲି ସଂଧ୍ୟାରେ ନାବାଳିକା ଜଣକ ତାଙ୍କ ସଂପର୍କୀୟଙ୍କ ସହ ମାମୁଁଘର ଯାଉଥିଲେ। ଅଧା ବାଟରେ ୫ ଜଣ ଯୁବକ ନାବାଳିକାଙ୍କୁ ଅପହରଣ କରି ନେଇଥିଲେ। ଏହାପରେ ତାଙ୍କ […]
ଭୁବନେଶ୍ୱର : ଆସନ୍ତାକାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବାବେଳେ ଶେଷ ମୁହୂର୍ତ୍ତରେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନିଜର ବିଧାୟକ ଦଳ ନେତା ଚୟନ କରିଛନ୍ତି। ବିଧାନସଭା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରଦୀପ୍ତ କୁମାର ନାଏକ ବିଜେପିର ବିଧାୟକ ଦଳ ନେତା ହେବେ। ଏହା ସହିତ ବିଧାନସଭାରେ ବିଜେପି ମୁଖ୍ୟ ବିରୋଧୀ ଦଳ ହୋଇଥିବାରୁ ଶ୍ରୀ ନାଏକ ମଧ୍ୟ ବିରୋଧୀ ଦଳ ନେତା ହେବେ। ଗୃହରେ ବିଜେପିର ୨୩ ବିଧାୟକ ଅଛନ୍ତି। […]
ଭୁବନେଶ୍ୱର : ଦୂର ହେଲା ଦ୍ୱନ୍ଦ୍ୱ। ପୂର୍ବ ଭଳି ଦ୍ୱିତୀୟ ଶନିବାର ମଧ୍ୟ ଛୁଟି ଭାବେ ଉପଭୋଗ କରିପାରିବେ ରାଜ୍ୟ ସରକାରୀ କର୍ମଚାରୀ। ଏହି ଦିନ ଆଗଭଳି ସମସ୍ତ ସରକାରୀ ଅଫିସ ବନ୍ଦ ରହିବ। ମାସର ଚତୁର୍ଥ ଶନିବାର ସରକାରୀ ଛୁଟି ନେଇ ଗତ ଜୁନ ୨୨ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ଉକ୍ତ ବିଜ୍ଞପ୍ତିରେ ପୂର୍ବଭଳି ଦ୍ୱିତୀୟ ଶନିବାର ଛୁଟି ରହିବ ନା ନାହିଁ ସେନେଇ କିଛି ସୂଚନା ନଥିବାରୁ କର୍ମଚାରୀମାନେ ଦ୍ୱନ୍ଦ୍ୱରେ […]
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ କଙ୍ଗାରୁ କୋର୍ଟ ଘଟଣାରେ ୩ ଗିରଫ। ଯୁବକ-ଯୁବତୀଙ୍କୁ ଲଣ୍ଡା କରି ମାଡ଼ ମାରିବା ଘଟଣାର ଭିଡିଓ ଭାଇରାଲ ହେବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ୨୨ ଜଣଙ୍କ ନାଁରେ କରଞ୍ଜିଆ ପୁଲିସ ମାମଲା ରୁଜୁ କରିବା ସହ ୩ ଜଣଙ୍କୁ ଗିରଫ କରିଛି। କରଞ୍ଜିଆ ଥାନା ମଣ୍ଡୁଆ ଗାଁର ଜଣେ ଯୁବତୀ ଓ କରଞ୍ଜିଆ ଏନଏସି ଅଞ୍ଚଳର ଜଣେ ଯୁବକଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ପ୍ରେମ ସମ୍ପର୍କ ଥିଲା। […]
ଭୁବନେଶ୍ୱର : କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଓ ସରକାରୀ ସେବାକୁ ଲୋକାଭିମୁଖୀ କରିବା ପାଇଁ କିଛି ପ୍ରଶାସନିକ ସଂସ୍କାର ଆଣିବାକୁ ଚେଷ୍ଟା କରିଛନ୍ତି ସରକାର। ଏଥିଲାଗି ଅଫିସ୍ ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରିବା ସହ ବରିଷ୍ଠ ଅଧିକାରୀ ଅଧସ୍ତନ କର୍ମଚାରୀଙ୍କ ବ୍ରେନ୍ଷ୍ଟର୍ମିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ନୂଆ ନିୟମ ଲାଗୁ ହେବାର ପ୍ରଥମ ଦିନରୁ ହିଁ ଦେଖିବାରୁ ମିଳିଛି ବ୍ୟତିକ୍ରମ। ନୂଆ ନିର୍ଦ୍ଦେଶନାମା ଅନୁଯାୟୀ ଆଜି ଦିନ ୧୦ଟା ସୁଦ୍ଧା ଅଫିସରେ ପହଞ୍ଚିଥାଆନ୍ତେ ସରକାରୀ କର୍ମଚାରୀ। […]
ଭୁବନେଶ୍ୱର : ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ବନ୍ଦ ରହିଥିବା ସମସ୍ତ ସରକାରୀ ଅଭିଯୋଗ ପ୍ରକୋଷ୍ଠ ଆସନ୍ତା ଜୁଲାଇ ୧ ତାରିଖରୁ ଖୋଲିବ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମେତ ମୁଖ୍ୟ ସଚିବ, ବିଭିନ୍ନ ବିଭାଗର ସଚିବ, ଜିଲ୍ଲାସ୍ତରୀୟ ଅଭିଯୋଗ ପ୍ରକୋଷ୍ଠ ସ୍ୱାଭାବିକ ଭାବେ ପ୍ରତି ସୋମବାର ଦିନ କାର୍ଯ୍ୟକ୍ଷମ ହେବ ବୋଲି ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ୱର : ‘ଫୋନି’ ବାତ୍ୟା ପ୍ରଭାବିତ ୫ଟି ଜିଲ୍ଲାର ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ପୁଣିଥରେ ଅତିରିକ୍ତ ମାସକର ଭତ୍ତା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମଧୁବାବୁ ପେନସନ୍ ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ସମସ୍ତ ହିତାଧିକାରୀଙ୍କୁ ଗୋଟିଏ ମାସର ଅତିରିକ୍ତ ଭତ୍ତା ମିଳିବ। ଏହି ଅତିରିକ୍ତ ଭତ୍ତା ବାବଦରେ ରାଜ୍ୟ ସରକାର ୪୮.୯୧ କୋଟି ଟଙ୍କା ଖର୍ଚ୍ଚ କରିବେ। ସୂଚନାଯୋଗ୍ୟ, ପୂର୍ବରୁ ମେ’ ମାସରେ ରାଜ୍ୟ ସରକାର ଏହି ପ୍ରଭାବିତ ଜିଲ୍ଲାର […]
ଯାଜପୁର : ଯାଜପୁର ଜିଲ୍ଲା କୁଆଖିଆରେ ଅଘଟଣ। କୁଆଖିଆ ଥାନା ବାଲିପାଟଣା ଗାଁରେ ଘରର କାନ୍ଥ ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ମୁତାବକ ,ଘରର ମରାମତି କାମ ଚାଲିଥିଲା।ଏତିକି ବେଳେ କାନ୍ଥ ଭୁଶୁଡ଼ି ପଡ଼ିଲା। ଘଟଣାସ୍ଥଳରେ ଶ୍ରମିକ ଓ ଘର ମାଲିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଥିରେ ଜଣେ ବ୍ୟକ୍ତି ମଧ୍ୟ ଆହତ ମଧ୍ୟ ହୋଇଛନ୍ତି। ଆହତ ଶ୍ରମିକଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଛି।