/odishatv-khabar/media/media_files/2025/11/03/pakistan-drone-attack-2025-11-03-15-07-09.jpg)
Pakistan-drone-attack Photograph: (OTV)
ବଲୁଚିସ୍ତାନର କ୍ୱେଟ୍ଟା ସହରରେ ଭୀଷଣ ଡ୍ରୋନ ଆଟାକ୍ କରିଛି ପାକ୍ ସେନା । ପିକ୍ନିକ୍ ପାଇଁ ଯାଇଥିବା ନିରୀହ ଲୋକଙ୍କୁ କରିଛି ଟାର୍ଗେଟ । ଛୁଟି ଦିନରେ କ୍ୱେଟ୍ଟାର ହଜାରଗଞ୍ଜି-ଚିଲଟନ ନ୍ୟାସନାଲ ପାର୍କରେ ପିକନିକ୍ କରୁଥିଲେ ଅନେକ ପରିବାର। ହଠାତ୍ ଶୁଭିଥିଲା ପ୍ରଚଣ୍ଡ ଶବ୍ଦ । ବିସ୍ଫୋରଣରେ ଥରିଉଠିଲା ପୂରା ଅଞ୍ଚଳ । ଭୟ, ଆତଙ୍କ ଖେଳିଗଲା । କେହି କିଛି ବୁଝିବା ପୂର୍ବରୁ ଡ୍ରୋନ ମାଡରେ ରକ୍ତାକ୍ତ ହୋଇଗଲା ପିକନିକ୍ ସ୍ପଟ୍ । ଆଉ ଏହି ଡ୍ରୋନ ପକାଇଥିଲା ଖୋଦ୍ ପାକିସ୍ତାନୀ ସେନା । ଏହି ଆକ୍ରମଣରେ ପ୍ରାୟ ୯ ଜଣ ଗୁରୁତର ଆହତ ହୋଇଛନ୍ତି ।
ପାକ୍ ସେନାର ଏପରି ଦମନ ନୀତି ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ପାକିସ୍ତାନୀ । ସମଗ୍ର ବଲୁଚିସ୍ତାନରେ ତେଜୁଛି ବିଦ୍ରୋହ । ସୋସିଆଲ ମିଡିଆରେ ଗୁରୁତରଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ସ୍ଥିତି ନିୟନ୍ତ୍ରଣ କରିବାକୁ ସେଠାରେ ଇଣ୍ଟରନେଟ୍ ସେବା ବନ୍ଦ କରିଛନ୍ତି ପାକ୍ ସରକାର ।
ସେପଟେ ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରି ଏହି ଆଟାକ୍ କରିଥିବା ଦାବି କରିଛି ପାକିସ୍ତାନୀ ସେନା । ପାକ୍ ମିଲିଟାରୀ ମିଡିଆ ୱିଙ୍ଗ୍ ୧୪ ଜଣ ଆତଙ୍କୀଙ୍କୁ ନିପାତ କରାଯାଇଥିବା କହୁଥିବା ବେଳେ ଏହି କାହାଣୀକୁ ମିଛ କହି ଦୃଢ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ । ସେନା କେବଳ ଆତଙ୍କ ସୃଷ୍ଟି ପାଇଁ ସାଧାରଣ ନାଗରିକଙ୍କୁ ଟାର୍ଟେଟ୍ କରୁଛି ବୋଲି ଅଭିଯୋଗ ହୋଇଛି । ତେବେ ପାର୍କ ଭଳି ଏକ ସର୍ବସାଧାରଣ ସ୍ଥାନରେ ପାକ୍ ସେନା କିପରି ଏମିତି ଡ୍ରୋନ ଆଟାକ୍ କରିପାରିଲା, ସେନେଇ ଉଠିଛି ପ୍ରଶ୍ନ ।
SI Recruitment Scam: ପୋଲିସ SI ନିଯୁକ୍ତି କେଳେଙ୍କାରୀ; ସିଲିକନ୍ ଟେକ୍ ମାଲିକ ଗିରଫ

Bus Collides With Truck: ବସ୍ ଟ୍ରକ ମୁହାଁମୁହିଁ ଧକ୍କା: ବଢୁଛି ମୃତ୍ୟୁ ସଂଖ୍ୟା, ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡ ପକ୍ଷରୁ ଆର୍ଥିକ ସହାୟତା ଘୋଷଣା

Gang Raped: କଲେଜ ଛାତ୍ରୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ... ବିମାନବନ୍ଦର ପାଖରୁ ଅଚେତ ଅବସ୍ଥାରେ ମିଳିଲେ ପୀଡିତା

Amar Patnaik quits BJD, joins BJP: ବିଜେପିରେ ସାମିଲ ହେଲେ ପୂର୍ବତନ ସାଂସଦ ତଥା ବିଜେଡି ନେତା ଅମର ପଟ୍ଟନାୟକ, କହିଲେ ରାଷ୍ଟ୍ର ନିର୍ମାଣରେ ସାମିଲ ହେବି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)