Advertisment

Rahul Gandhi: ପୋଖରୀକୁ ଡେଇଁ ମାଛ ଧରିଲେ ରାହୁଲ, ଲୋକ କହିଲେ....

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଚାରରେ ସବୁ ଶକ୍ତି ଖଟାଇ ଦେଇଛନ୍ତି ବିଭିନ୍ନ ରାଜନୈତିକ ଦଳ। କିନ୍ତୁ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

author-image
Chinmayee Sahoo
Rahul Ganghi

Rahul Ganghi Photograph: (OTV)

ବିହାର ବିଧାନସଭା ନିର୍ବାଚନ ଆଉ ମାତ୍ର କିଛି ଦିନ ବାକି ଅଛି। ରାଜନୈତିକ ଦଳଗୁଡ଼ିକ ପ୍ରଚାରରେ ସେମାନଙ୍କର ପୂରା ଶକ୍ତି ଖଟାଇ ଦେଇଛନ୍ତି। ଏହାରି ଭିତରେ ବେଗୁସରାଇରେ ଏକ ଭିନ୍ନ ପ୍ରକାର ଦୃଶ୍ୟ ଦେଖିବାକୁ ମିଳିଛି। ଲୋକସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏକ ପୋଖରୀରେ ଡେଇଁଛନ୍ତି ଆଉ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହିତ ମାଛ ଧରିବାରେ ସାହାଯ୍ୟ କରିଛନ୍ତି। ଲୋକଙ୍କ ସହ ମଜ୍ଜା ମସ୍ତି କରିବା ସହିତ ରାହୁଲ ଗାଁ ପୋଖରୀରେ ପହଁରିଛନ୍ତି ମଧ୍ୟ।

Advertisment

ଆହୁରି ଦେଖନ୍ତୁ:


ରାହୁଲ ଗାନ୍ଧୀଙ୍କୁ ଏଭଳି ଅବସ୍ଥାରେ ଦେଖି ଗ୍ରାମବାସୀଙ୍କ ମନରେ ଖୁବ ଉତ୍ସାହ ଖେଳିଯାଇଛି। ଲୋକମାନେ ତାଙ୍କୁ ପୋଖରୀରେ ପଶିବା, ଜାଲ ପକାଇବା ଏବଂ ମାଛ ଧରିବା ଦେଖିଛନ୍ତି। ସାଧାରଣ ଲୋକଙ୍କ ସହିତ ରାହୁଲଙ୍କ ମିଶିବାକୁ ନେଇ ଲୋକେ ତାଙ୍କୁ ଜନନାୟକ ବୋଲି କହିଛନ୍ତି।
ଖାଲି ରାହୁଲ ଗାନ୍ଧୀ ନୁହେଁ, VIP ପାର୍ଟି ଅଧ୍ୟକ୍ଷ ମୁକେଶ ସାହାଣୀ ମଧ୍ୟ କୌଣସି ଦ୍ୱିଧା ନକରି ପୋଖରୀକୁ ଡେଇଁଛନ୍ତି ଆଉ ମତ୍ସ୍ୟଜୀବୀଙ୍କୁ ସହଯୋଗ କରିଛନ୍ତି। ଏହି ଅବସରରେ ସେମାନଙ୍କ ସହିତ କଂଗ୍ରେସ ନେତା କହ୍ନୈୟା କୁମାର ମଧ୍ୟ ଥିଲେ। ତିନି ନେତା ଏକାଠି ପୋଖରୀରେ ପଶିଥିଲେ, ଗାଁ ଲୋକଙ୍କ ସହିତ ମିଶିଥିଲେ ଏବଂ ସ୍ଥାନୀୟ ଖାଦ୍ୟ ମଧ୍ୟ ଖାଇଥିଲେ।
ତେବେ ରାହୁଲ ଗାନ୍ଧୀଙ୍କ ଏହି ଅନନ୍ୟ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଲୋକମାନେ ଏହାକୁ ବହୁଳ ଭାବରେ ସେୟାର ମଧ୍ୟ କରୁଛନ୍ତି।

Rahul Gandhi
Advertisment
Related Articles
Advertisment