/odishatv-khabar/media/media_files/2025/11/03/kerala-bride-father-viral-dress-2025-11-03-15-31-52.jpg)
KERALA-BRIDE-FATHER-VIRAL-DRESS Photograph: (OTV)
ସୋସିଆଲ ମିଡିଆରେ ଏବେ ଗୋଟିଏ ବାହାଘରର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଭାଇରାଲର କାରଣ ହେଲେ କନ୍ୟାର ବାପା । ଝିଅ ବାହାଘରରେ ବାପା ଏମିତି ଡ୍ରେସ୍ ପିନ୍ଧିଲେ ଯେ, ତାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । କାରଣ ସେ ଏମିତି ସେମିତି ଡ୍ରେସ ପିନ୍ଧିନଥିଲେ, ପିନ୍ଧିଥିଲେ କ୍ୟୁଆର କୋଡ୍ ବାଲା ଡ୍ରେସ୍ । ଆଉ ବାହାଘରକୁ ଆସୁଥିବା ଅତିଥିମାନେ ଗିଫ୍ଟ ଦେବା ବଦଳରେ ଏହି କ୍ୟୁଆର କୋଡ୍ ସ୍କାନ କରି କରୁଥିଲେ ପେମେଣ୍ଟ ।
ଏହି ଭିଡିଓଟି କେରଳର । ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏଥିରେ ଦେଖାଯାଉଛି, ରଙ୍ଗବେରଙ୍ଗୀ ଲାଇଟ୍ରେ ଝଲସୁଛି ବିବାହ ମଣ୍ଡପ । ଆଉ ହସ ହସ ମୁହଁରେ ଏଣ୍ଟ୍ରି ଗେଟ୍ରେ ଛିଡା ହୋଇ ଅତିଥିଙ୍କୁ ସ୍ୱାଗତ କରୁଛନ୍ତି କନ୍ୟାଙ୍କ ବାପା । ତାଙ୍କ ସାର୍ଟରେ ଲାଗିଛି ପେଟିଏମ୍ କ୍ୟୁଆର୍ କୋଡ୍ । ଅତିଥିମାନେ ପାରମ୍ପରିକ ଲିଫାପା ବଦଳରେ ନିଜ ମୋବାଇଲ ବାହାର କରି କୋଡ୍ ସ୍କାନ କରି ଫଠାଉଛନ୍ତି ଟଙ୍କା ।
ବାହାଘରରେ ବରକନ୍ୟାକୁ ଉପହାର କିମ୍ବା ରଙ୍ଗୀନ୍ ଲିଫାପାରେ ପଇସା ରଖି ଆଶୀର୍ବାଦ ଦେବାର ପରମ୍ପରା ରହିଛି ଆମ ଦେଶରେ । ହେଲେ ଆଜିର ଡିଜିଟାଲ ଜମାନାରେ ବଦଳିବାରେ ଲାଗିଛି ଏ ପରମ୍ପରା । କେରଳର ଏହି ବିବାହ ଭିଡିଓ ସୋସିଆଲ ମିଡିଆରେ ପକାଇଛି ଚହଳ । ନାନା ମଜାଳିଆ କମେଣ୍ଟ ବର୍ଷା କରିଛନ୍ତି ୟୁଜର୍ସ ।
କିଏ କହିଲେ, ଡିଜିଟାଲ ଇଣ୍ଡିଆର ବାହାଘର ଏଡିସନ୍ ଆସିଗଲା ତ ଆଉ କିଏ ଲେଖିଲେ, ଏବେ କ୍ୟାସ୍ ନୁହେଁ, ଖାଲି ସ୍କାନ । ଆଉ କେହି ଏହି ପଦକ୍ଷେପକୁ ଜିରୋ ପେପର୍ ୱେଷ୍ଟର ଉଦାହରଣ କହି ତାରିଫ୍ କରୁଥିବା ବେଳେ ଆଉ କିଛି ସମାଲୋଚନା ବି କରିଛନ୍ତି ।
Amar Patnaik quits BJD, joins BJP: ବିଜେପିରେ ସାମିଲ ହେଲେ ପୂର୍ବତନ ସାଂସଦ ତଥା ବିଜେଡି ନେତା ଅମର ପଟ୍ଟନାୟକ, କହିଲେ ରାଷ୍ଟ୍ର ନିର୍ମାଣରେ ସାମିଲ ହେବି

Garbage Gift: ରାସ୍ତାରେ ଅଳିଆ ପକାଇଲେ ମିଳିବ ଉପହାର... ଆରମ୍ଭ ହେଲା ସ୍ବତନ୍ତ୍ର ଅଭିଯାନ

Donald Trump: ଟ୍ରଂପ୍ଙ୍କ କଡା ନିର୍ଦ୍ଦେଶ: ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ, ଖୁବ୍ ସାଂଘାତିକ ହେବ ଆକ୍ରମଣ

Brahmapur police arrest Uma Bishoyi: ପୀତବାସ ପଣ୍ଡା ହତ୍ୟା ମାମଲାରେ ସୁପାରି ଡିଲର ଗିରଫ, ଉମା ବିଷୋୟୀକୁ ବାନ୍ଧିଲା ବ୍ରହ୍ମପୁର ପୋଲିସ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)