/odishatv-khabar/media/media_files/2025/10/15/trump-sharif-2025-10-15-12-41-00.jpg)
Trump-Sharif Photograph: (OTV)
'ଇଣ୍ଡିଆ ମହାନ୍ ମୋଦି ମୋର ବହୁତ ଭଲ ବନ୍ଧୁ, ସେ ଭଲ କାମ କରୁଛନ୍ତି ।' ମଞ୍ଚରେ ଏମିତି ନାନା ପ୍ରଶଂସା କରୁଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଉ ପାକିସ୍ତାନ ପିଏମ୍ ଶେହବାଜ ସରିଫ୍ (Shehbaz Sharif) ହସ ହସ ମୁହଁରେ ମାରୁଥିଲେ ତାଳି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ ।
ଗାଜା ଶାନ୍ତି ଚୁକ୍ତି ପରେ ଇଜିପ୍ଟରେ ବିଶ୍ବ ନେତାମାନଙ୍କୁ ଟ୍ରମ୍ପ ସମ୍ବୋଧିତ କରିବା ସମୟରେ ଦେଖିବାକୁ ମିଳିଛି ଏଭଳି ରୋଚକ ଦୃଶ୍ୟ । ଟ୍ରମ୍ପ କହିଥିଲେ, ଭାରତପାକିସ୍ତାନ ଏଥର ଭଲରେ ଏକାଠି ହୋଇରହିବେ । ଏହି ସମୟରେ ତାଙ୍କ ପଛରେ ଛିଡା ହୋଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ମୁଣ୍ଡ ହଲାଇ ହଁ କରିଥିଲେ । ଲାଗୁଥିଲା ଯେମିତି ଟ୍ରମ୍ପଙ୍କ ହାତର କାଠକଣ୍ଡେଇ ପାକିସ୍ତାନ ପିଏମ୍ ।
ଆଗକୁ ଟ୍ରମ୍ପ କହିଥିଲେ- ଇଣ୍ଡିଆ ହେଉଛି ଗ୍ରେଟ୍, ଯେଉଁଠି ମୋର ଜଣେ ବହୁତ ଭଲ ବନ୍ଧୁ ରହିଛନ୍ତି । ଯିଏ କି ବହୁତ ଭଲ କାମ କରୁଛନ୍ତି । ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ ଏସବୁ କହୁଥିବା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପଛରେ ଠିଆ ହୋଇ ତାଳି ମାରିଥିଲେ । ଟ୍ରମ୍ପଙ୍କ କଥାରେ ତାଳି ମାରିବା ଛଡ଼ା ସରିଫଙ୍କ ପାଖରେ ଅନ୍ୟ ବାଟ ନଥିଲା । ଯାହାକୁ ନେଇ ପୁଣି ବିଶ୍ୱ ମଞ୍ଚରେ ଲୋକହସା ହୋଇଛି ପାକିସ୍ତାନ ।
ପାକିସ୍ତାନ ପାଇଁ ଏମିତି ଲୋକହସା ହେବା କିଛି ନୂଆ ନୁହେଁ । ଅନେକ ଥର ଇଣ୍ଟରନ୍ୟାସନାଲ ବେଜିତ୍ ହୋଇସାରିଛି ପାକ୍ । ଚୀନ୍ରେ ଏସ୍ସିଓ ସମ୍ମିଳନୀରେ ହେଉ କି ଆମେରିକା ହ୍ୱାଇଟ୍ ହାଉସ୍ରେ । ବାରମ୍ବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଲୋକହସା ହେବାର ଦେଖାଯାଇଛି ।
ଟ୍ରମ୍ପଙ୍କ ପରେ ଭାଷଣ ଦେବାକୁ ଆସିଥିଲେ ସରିଫ୍ । ଏହି ସମୟରେ ସେ ଅପରେସନ ସିନ୍ଦୂରର ଭୟାବହତା ମନେ ପକାଇଥିଲେ । କହିଥିଲେ, ଯଦି ଟ୍ରମ୍ପ ଯୁଦ୍ଧ ଅଟକାଇ ନଥାନ୍ତେ ତାହେଲେ ଜଣାନାହିଁ ଆଜି କିଏ ବଞ୍ଚିଥାନ୍ତା । ଏହାସହ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ପୁଣିଥରେ ଦୋହରାଇଥିଲେ । ତେବେ ଭାରତ-ପାକିସ୍ତାନ ସଂଘର୍ଷକୁ ବନ୍ଦ କରିଥିବା ଦାବି ଟ୍ରମ୍ପ କରୁଥିବା ବେଳେ ଭାରତ ଏହାକୁ ବାରମ୍ବାର ଖଣ୍ଡନ କରିଆସିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)