/odishatv-khabar/media/media_files/2025/10/15/silver-2025-10-15-09-35-47.jpg)
silver Photograph: (OTV)
ରେକର୍ଡ ଭାଙ୍ଗିଲା ରୁପା। ସୁନାକୁ ବଳିଗଲା। ପ୍ରଥମ ଥର ପାଇଁ କେଜି ପିଛା ୨ ଲକ୍ଷ ଟପିଲା ରୁପା ଦର। ଭୁବନେଶ୍ବରରେ ରୁପା କେଜି ୨ ଲକ୍ଷ ୬ ହଜାର ଟଙ୍କାରେ ପହଞ୍ଚିଛି । ମଙ୍ଗଳବାର କେଜି ପିଛା ୯ ହଜାର ଟଙ୍କା ବୃଦ୍ଧି ପାଇ ଇତିହାସ ରଚିଛି ସିଲଭର୍। କେବଳ ଗତ ଦୁଇଦିନରେ ରୁପା ୧୬ ହଜାର ଟଙ୍କା ମହଙ୍ଗା ହୋଇଛି।
ଚଳିତ ମାସ ୬ ତାରିଖ ପରଠାରୁ ରୁପା ଦାମରେ ୪୧ ହଜାର ଟଙ୍କାର ବୃଦ୍ଧି ହୋଇଛି। ରୁପା ମହଙ୍ଗା ହେବାର ପ୍ରମୁଖ କାରଣ ହେଉଛି ବଜାରରେ ଅଧିକ ରୁପା ନାହିଁ। ଲଣ୍ଡନ ମେଟାଲ୍ ଏକ୍ସଚେଞ୍ଜରୁ ବିପୁଳ ପରିମାଣର ରୁପା ଆମେରିକା ପଠାଇ ଦିଆଯାଇଛି । ରୁପାକୁ ଗହଣା, ବାସନକୁସନ, ଉପହାର ସାମଗ୍ରୀ ବ୍ୟତୀତ ବିପୁଳ ପରିମାଣରେ ଶିଳ୍ପ କାରଖାନାଗୁଡ଼ିକରେ ବ୍ୟବହାର କରାଯାଉଛି।
ଭାରତରେ ଧନୀ ବ୍ୟକ୍ତିବିଶେଷ ଓ ବଡ଼ ବଡ଼ ସଂସ୍ଥାଗୁଡ଼ିକ ରୁପାରେ ନିବେଶ କରୁଛନ୍ତି। ସେଥିପାଇଁ ଗତ ମେ’ ମାସରୁ ବିପୁଳ ପରିମାଣର ରୁପା ଆମଦାନି କରାଯାଉଛି। କିନ୍ତୁ ଅକ୍ଟୋବରରେ ରୁପାର ଯୋଗାଣ ବାଧାପ୍ରାପ୍ତ ହୋଇଛି। ସେପଟେ ସୁନା ମଧ୍ୟ ପଛରେ ନାହିଁ ।
ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୨୭ ଶହ ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ୧୭ ହଜାର ୬୫୦ ଟଙ୍କାରେ ପହଞ୍ଚିଛି । ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୧ ଲକ୍ଷ ୨୮ ହଜାର ୩୫୦ ଟଙ୍କା ହୋଇଛି। ଗତ ୯ ଦିନ ମଧ୍ୟରେ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦାମ୍ ୮୬୦୦ ଟଙ୍କା ବଢ଼ିଛି। ବିଶ୍ବ ଅର୍ଥନୀତିରେ ଅନିଶ୍ଚିତତା ଲାଗି ରହିଥିବା ବେଳେ ନିବେଶକମାନେ ସୁନା ରୁପାରେ ବିପୁଳ ନିବେଶ କରୁଥିବାରୁ ତାହାର ଚାହିଦା ବଢ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)