/odishatv-khabar/media/media_files/2025/10/15/naveen-2025-10-15-12-18-49.jpg)
Naveen Photograph: (OTV)
ବିଜେପି-କଂଗ୍ରେସର ନୂଆପଡ଼ା ଯୋଦ୍ଧା ତୟାର । ହେଲେ ବିଜେଡିରୁ କିଏ ? ଉଭୟ ବିଜେପି-କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ବିଜେଡିର ଏଯାଏଁ ଅଙ୍କ ଛିଡ଼ୁନି । ଘନଘନ ବୈଠକ ହେଉଛି ହେଲେ ପ୍ରାର୍ଥୀ କିଏ ନିଷ୍ପତ୍ତି ହୋଇପାରୁନି । ଜୟ ଢୋଲକିଆ ଝଟକା ଦେବାପରେ ଅକଳରେ ପଡ଼ିଯାଇଛି ଶଙ୍ଖ ଦଳ । ମନୋଜ ମିଶ୍ରଙ୍କୁ ଦଳ ପ୍ରାର୍ଥୀ କରିବା ଏକପ୍ରକାର ଫାଇନାଲ ହୋଇଥିଲେ ହେଁ ଏଯାଏଁ ତାଙ୍କ ନାଁ ଘୋଷଣା କରିନି ବିଜେଡି ।
ଏସବୁ ଭିତରେ ନବୀନ ନିବାସରେ ଚାଲିଛି ପ୍ରାର୍ଥୀ କସରତ । ନବୀନ ନିବାସରେ ଉପସ୍ଥିତ ଅଛନ୍ତି ବବି ଦାସ, ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରିଆ । ୩ ଆଶାୟୀଙ୍କୁ ନବୀନ ନିବାସ ଡାକରା ହୋଇଥିବା ଜଣାପଡ଼ିଛି । ୩ ଆଶାୟୀ ହେଲେ ମନୋଜ ମିଶ୍ର, ଭାନୁପ୍ରତାପ ସିଂ ମାଝୀ ଓ ଅବନୀ ଯୋଶୀ । ତିନି ଜଣ ଅପରାହ୍ଣ ୫ଟାରେ ନବୀନ ନିବାସରେ ନବୀନଙ୍କୁ ଭେଟିବେ ସମ୍ଭାବନା ରହିଛି । ନବୀନଙ୍କ ଆଲୋଚନା ପରେ ପରେ ଚୂଡ଼ାନ୍ତ ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)