/odishatv-khabar/media/media_files/2025/10/15/diwali-2025-10-15-11-15-32.jpg)
diwali Photograph: (OTV)
କେଉଁଦିନ ପାଳିବେ ଦୀପାବଳି ? ପୟାଶ୍ରାଦ୍ଧକୁ ନେଇ ବି ଦ୍ବନ୍ଦ୍ବ । ଶ୍ରୀମନ୍ଦିର ସ୍ବୀକୃତି ପ୍ରାପ୍ତ ୫ଟି ପଞ୍ଜିକାରେ ୨0 ତାରିଖରେ ଶ୍ୟାମା ପୂଜା ପୟି ଶ୍ରାଦ୍ଧ ଓ ଦୀପଦାନ ରହିଥିବା ବେଳେ ଅନେକ ପଞ୍ଜିକାରେ ୨୧ତାରିଖରେ ପୟାଶ୍ରାଦ୍ଧ ଦୀପଦାନ ଲେଖାଯାଇଛି । ପୁଣି ୨୧ତାରିଖ ସରକାରୀ ଛୁଟି ରହିଛି । ଏ ସମ୍ପର୍କରେ ମୁକ୍ତି ପଣ୍ଡିତ ସଭା ପକ୍ଷରୁ ପ୍ରେସମିଟ କରାଯାଇ ୨୦ତାରିଖରେ ପୟାଶ୍ରାଦ୍ଧ ଓ ଦୀପ ଦାନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।
ଦୂର ହେଲା ଦ୍ବନ୍ଦ୍ବ । ୨୧ ନୁହେଁ, ୨୦ରେ ପାଳନ୍ତୁ ଦୀପାବଳି । ୨୦ ତାରିଖରେ ହିଁ ପୟାଶ୍ରାଦ୍ଧ ଓ ଦୀପାବଳି ପାଳନ କରାଯାଉ ବୋଲି ସ୍ପଷ୍ଟ କଲା ମୁକ୍ତି ପଣ୍ଡିତ ମହାସଭା । ପ୍ରେସମିଟରେ ମହାସଭା ତରଫରୁ କୁହାଯାଇଛି ଯେ, ୨୦ ତାରିଖ ଅପରାହ୍ନ ୩ଟା ୨୩ରୁ ପୟାଶ୍ରାଦ୍ଧ, ଦୀପାବଳି ପାଳନ କରାଯିବ । '୨୧ରେ ପାଳନ କରନ୍ତୁ ନାହିଁ, ଏହା ଶାସ୍ତ୍ର ବିରୋଧୀ ହେବ । ଏହାଛଡ଼ା ୨୦ ତାରିଖକୁ ମଧ୍ୟ ଛୁଟି ଘୋଷଣା କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ମୁକ୍ତି ପଣ୍ଡିତ ମହାସଭା । ପୂର୍ବରୁ ଭିନ୍ନ ଭିନ୍ନ ପଞ୍ଜିକାରେ ଭିନ୍ନ ତାରିଖକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଥିଲା ।
ତେଣୁ କାଳୀ ପୂଜା କେବେ ହେବ ଏବଂ ପ୍ରୟା ଶ୍ରାଦ୍ଧ ଲୋକେ କେବେ ଦେବେ ତାକୁ ନେଇ ଚିନ୍ତାରେ ସମସ୍ତେ ରହିଥିଲେ । ଏଥିରେ ଆଜି ଯବନିକା ପକାଇଛନ୍ତି ମୁକ୍ତି ପଣ୍ଡିତ ମହାସଭା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)