Advertisment

Love Insurance Rewards: ପ୍ରେମ ବେଳେ ବୀମା, ବିବାହ ପରେ ମାଲାମାଲ

ପ୍ରେମର ବି ଏବେ ବୀମା ହେଉଛି। ପ୍ରେମ ବେଳେ ବୀମା ଆଉ ବିବାହ ପରେ ମାଲାମାଳ ହୋଇଛନ୍ତି ଦମ୍ପତି। ଚୀନର ଜଣେ ମହିଳା ‘ଲଭ୍ ଇନ୍ସୁରାନ୍ସ’ କରି ବିବାହର ୧୦ ବର୍ଷ ପରେ ପାଇଛନ୍ତି ଢ଼େର ଫାଇଦା।

author-image
Madhupriya Mistry
love

love Photograph: (OTV)

ସାଧାରଣତଃ ଗାଡ଼ି ଇନ୍ସୁରାନ୍ସ, ହେଲ୍ଥ ଇନ୍ସୁରାନ୍ସ ଏମିତି ଅନେକ ଇନ୍ସୁରାନ୍ସ କଥା ଆପଣମାନେ ଶୁଣିଥିବେ। କିନ୍ତୁ କେବେ ଲଭ୍ ଇନ୍ସୁରାନ୍ସ କଥା ଶୁଣିଛନ୍ତି କି? ଆଜ୍ଞା ହଁ ପ୍ରେମର ବି ଏବେ ବୀମା ହେଉଛି। ପ୍ରେମ ବେଳେ ବୀମା ଆଉ ବିବାହ ପରେ ମାଲାମାଳ ହୋଇଛନ୍ତି ଦମ୍ପତି। ଚୀନର ଜଣେ ମହିଳା ‘ଲଭ୍ ଇନ୍ସୁରାନ୍ସ’ କରି ବିବାହର ୧୦ ବର୍ଷ ପରେ ପାଇଛନ୍ତି ଢ଼େର ଫାଇଦା।  

Advertisment

ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁସାରେ, ମଧ୍ୟ ଚୀନ୍‌ର ଶାନସି ପ୍ରାନ୍ତର ଶିୟାନ ବାସିନ୍ଦା ୱୁ।  ସେ ୨୦୧୬ରେ ୨୮ ଆମେରିକୀୟ ଡଲାର (୨୫୦୦ ଟଙ୍କା)ରେ ପ୍ରେମ ବୀମା ପଲିସି କରାଇଥିଲେ । ଏନେଇ ସ୍ବାମୀ ୱାଙ୍ଗଙ୍କୁ ସେ ଜଣାଇଥିଲେ। ଏହାଶୁଣି ପତ୍ନୀ ପତ୍ନୀ ଠିକାମିର ଶିକାର ହୋଇଥିବା ଭାବିଥିଲେ ୱାଙ୍ଗ। ତେବେ ୱାଙ୍ଗଙ୍କ ଏହି ଧାରଣା ଏବେ ଭୁଲ୍ ପ୍ରମାଣିତ ହୋଇଛି। 

ୱୁ ପ୍ରେମ ବୀମା କରିବାର ୧୦ ବର୍ଷ ପରେ ବୀମା ଦାବି କରିଛନ୍ତି।  ୧୦ ହଜାର ଗୋଲାପ ଫୁଲ ବଦଳରେ ସେ ନଗଦ ଟଙ୍କାକୁ ବାଛିଛନ୍ତି। ତାଙ୍କୁ ୧,୪୦୦ ଆମେରିକୀୟ ଡଲାର ଅର୍ଥାତ୍ ପ୍ରାୟ ୧ ଲକ୍ଷ ୨୫ ହଜାର ଟଙ୍କା ମିଳିଛି। ଦୀର୍ଘ ୧୦ ବର୍ଷର ସମ୍ପର୍କ ପରେ ୨୦୨୫ରେ ବିବାହ ପଞ୍ଜୀକୃତ କରିବା ପରେ ଦମ୍ପତି ବୀମା ଟଙ୍କା ପାଇଛନ୍ତି।

Advertisment

ସ୍କୁଲରେ ପଢ଼ିବା ବେଳେ ୱୁ ଓ ୱାଙ୍ଗଙ୍କ ପ୍ରଥମ ଦେଖାସାକ୍ଷତା ହୋଇଥିଲା। ପରେ ଶ୍ୱବିଦ୍ୟାଳୟରେ ପଢ଼ିବା ସମୟରେ ୨୦୧୫ରେ ଉଭୟ ଡେଟିଂ ଆରମ୍ଭ କରିଥିଲେ। ୱାଙ୍ଗଙ୍କୁ ଗିଫ୍ଟ ଦେବା ଲାଗି ୱୁ ୨୦୧୬ରେ ‘ଲଭ୍ ଇନ୍‌ସୁରାନ୍ସ’ ପଲିସି କିଣିଥିଲେ। ଏହି ପଲିସିର ଷ୍ଟାଣ୍ଡାର୍ଡ ପ୍ରାଇସ୍ ଥିଲା ୨୯୯ ୟୁଆନ୍ ତଥା ୨୫୦୦ ଟଙ୍କା। ଏହାକୁ ଚାଇନା ଲାଇଫ୍ ପ୍ରପର୍ଟି ଆଣ୍ଡ୍ କାଜୁଆଲଟି ଇନ୍‌ସୁରାନ୍ସ କମ୍ପାନି ଲିମିଟେଡ୍ ଦ୍ୱାରା ଜାରି କରାଯାଇଥିଲା । 

କମ୍ପାନୀର ପଲିସି ଅନୁଯାୟୀ, ଯଦି ବୀମାଧାରୀ ଇନ୍ସୁରାନ୍ସ କରିବାର ୩ୟ ବର୍ଷ ପରେ ୧୦ ବର୍ଷ ମଧ୍ୟରେ ଯେକୌଣସି ଦିନ ନିଜ ସାଥୀଙ୍କୁ ବିବାହ କରନ୍ତି, ତେବେ ସେ ୧୦ ହଜାର ଗୋଲାପ କିମ୍ବା ୦.୫ କ୍ୟାରେଟର ହାର୍ଟ ସେପ୍ ଆକାରର ହୀରା ମୁଦି ପାଇବା ପାଇଁ ଯୋଗ୍ୟ ହେବେ । ନଚେତ୍ ତାଙ୍କୁ ନଗଦ ରାଶି ମଧ୍ୟ ମିଳିପାରେ । ଏବେ ୱୁ ବିବାହର ୧୦ ବର୍ଷ ପରେ ବୀମା ଦାବି କରି ପାଇଁଛନ୍ତି ଏହାର ରିଟର୍ଣ୍ଣ। ୧୦ ବର୍ଷ ପୁରୁଣା ପ୍ରେମର ଏହି ରିଟର୍ନ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେଉଛି। 

ଇନ୍‌ସୁରାନ୍ସ କମ୍ପାନୀ କହିଛି, ଏହି ଲଭ୍ ଇନ୍‌ସୁରାନ୍ସ୨୦୧୭ରୁ ବନ୍ଦ ହୋଇସାରିଲାଣି। କିନ୍ତୁ ପୁରୁଣା ଗ୍ରାହକମାନଙ୍କୁ ତାଙ୍କ କ୍ଲେମ ଦାବିର ଅଧିକାର ଦିଆଯାଉଛି। 

China Insurance Love Viral News
Advertisment
Related Articles
Advertisment