/odishatv-khabar/media/media_files/2026/01/15/iran-violence-1200-dead-2026-01-15-14-27-36.jpg)
Iran Violence Photograph: (OTV)
୧୨ ହଜାର ଲୋକଙ୍କୁ ଗୁଳି କରି ହତ୍ୟା ! ରାସ୍ତାରେ ଲାସ୍ର ପାହାଡ଼, ରକ୍ତର ନଈ । ଆନ୍ଦୋଳନକାରୀଙ୍କୁ ଦେଖିବା ମାତ୍ରେ ଗୁଳି ମାରିବାକୁ ଅର୍ଡର । ରକ୍ତମୁଖା ହୋଇଛି ଇରାନର ଖାମେନି ସରକାର । ମୁହଁ ଖୋଲିବାରୁ ଚାଲିଛି ନରସଂହାର । ଦେଶରେ ଭୁଶୁଡି ପଡିଥିବା ଅର୍ଥନୀତିକୁ ନେଇ ସାଧାରଣ ଲୋକେ ବିକ୍ଷୋଭ କରୁଛନ୍ତି । ଆଉ ବିକ୍ଷୋଭକାରୀଙ୍କୁ ଆଖିବୁଜା ଗୁଳି କରି ମାରୁଛି ପୋଲିସ୍ ।
ଇରାନରେ ନରସଂହାର:
ଏବେ ସୁଦ୍ଧା ଇରାନରେ ପ୍ରାୟ ୧୨ ହଜାର ଲୋକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବିଭିନ୍ନ ଇରାନ ଇଣ୍ଟରନ୍ୟାସନାଲ ସୂତ୍ରରୁ ଜଣାପଡିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଲୋକଙ୍କ ବୟସ ୩୦ରୁ ବର୍ଷରୁ କମ୍ । ଗତ ଜାନୁଆରୀ ୮ ଓ ୯ ତାରିଖ ରାତିରେ ଏହି ହତ୍ୟା ଘଟିଥିବା ଜଣାପଡିଛି । ଇରାନ ଇତିହାସର ଏହା ସବୁଠୁ ବଡ଼ ନରସଂହାର ବୋଲି କୁହାଯାଉଛି ।
ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ:
ଆନ୍ଦୋଳନକାରୀଙ୍କୁ ଦୟା ନ ଦେଖାଇ ସିଧା ଗୁଳି କରିବାକୁ ଇରାନ ସୁପ୍ରିମ ଲିଡର ଆୟୋତଲ୍ଲା ଅଲ୍ଲୀ ଖାମେନି ନିର୍ଦ୍ଦେଶ ଦେଇଛନ୍ତି । ସରକାର ସେଠି ଇଣ୍ଟରନେଟ୍ ବନ୍ଦ, ଯୋଗାଯୋଗ ବିଛିନ୍ନ, ଶତାଧିକ ଖବରକାଗଜର ସ୍ୱରକୁ ଦବାଇ ଏହି ଅପରାଧ ଲୁଚାଇବାକୁ ଚେଷ୍ଟା କରୁଥିବା ଦାବି ହୋଇଛି । ଅନ୍ୟପଟେ ସୁରକ୍ଷା ଆବଶ୍ୟକତା ଦୃଷ୍ଟିରୁ ଇଣ୍ଟରନେଟ୍ ପ୍ରତିବନ୍ଧକ ଲାଗିଥିବା କହିଛି ଇରାନ । ଏହାସହ ହିଂସାତ୍ମକ ଆନ୍ଦୋଳନରେ ମାତ୍ର ୨୦୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଇରାନ ଅଧିକାରୀ କହିଛନ୍ତି ।
ଡିସେମ୍ବର ୨୮ ତାରିଖରେ ଦେଶର ଆର୍ଥିକ ସଙ୍କଟର ପ୍ରତିବାଦରୁ ଆରମ୍ଭ ହୋଇଥିଲା ଏହି ଆନ୍ଦୋଳନ, ଯାହାକି ସରକାର ବିରୋଧୀ ଆନ୍ଦୋଳନରେ ବଦଳିଥିଲା । ଆନ୍ଦୋଳନକୁ ଦୃଢ ଭାବରେ ଦମନ କରିବାକୁ କରିବାକୁ ଚେଷ୍ଟା କରି ବିଫଳ ହୋଇଛି ଇରାନ ସରକାର।
ବ୍ୟୁରୋ ରିପୋର୍ଟ, ଓଟିଭି
Odisha Police Conduct Major Raids: ମାରାଥନ ରେଡ୍, ଥରହର ମଦ ମାଫିଆ ଓ ଜୁଆଡୀ

Dangerous Manja Threads: ସାବଧାନ, ବାଟରେ ଛକିଛି କିଲର୍ ମାଞ୍ଜା

Double Murder Accused Arrested: ବିବାହ ବାହାନା ଦେଖାଇ ଛୁ’ ମାରିଥିଲା, ମାଡ଼ି ବସିଲା ପୋଲିସ

Monthly Collector Meetings: ପ୍ରତି ମାସରେ ସିଙ୍ଗିଲ୍ ୱିଣ୍ଡୋ ବୈଠକ, ସହଜ ହେବ ସଚିବ ଓ ଜିଲ୍ଲାପାଳଙ୍କ କାର୍ଯ୍ୟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)