/odishatv-khabar/media/media_files/2026/01/15/nisha-2026-01-15-15-04-39.jpg)
Nisha Photograph: (OTV)
ଗିରଫ ହୋଇପାରନ୍ତି ନିଶା ମହାରଣା। ଅଶ୍ଳୀଳ ନାଚ ପାଇଁ ଗିରଫ ହୋଇପାରନ୍ତି ଅଭିନେତ୍ରୀ ନିଶା ମହାରଣା। ବଲାଙ୍ଗିର ସଦର ଥାନାରେ ମାମଲା ରୁଜୁ ପରେ ବଢ଼ିଲା ଗିରଫ ସମ୍ଭାବନା।
Advertisment
୧୨ ତାରିଖରେ ଚନ୍ଦନଭାଟିରେ ଯାତ୍ରା ଦୁର୍ଗାମନ୍ଦିରରେ ଅଶ୍ଳୀଳ ନୃତ୍ୟ କରିଥିଲେ ନିଶା। ଏହାକୁ ନେଇ ତାଙ୍କ ବିରୋଧରେ ବିଭିନ୍ନ ଲୋକ ଅଭିଯୋଗ କରିଥିଲେ। ଏହି ମାମଲାରେ ୨ ଆୟୋଜକ ସୁରେନ୍ଦ୍ର ନାଗ ଓ ରାଧେଶ୍ୟାମ ମେହେରଙ୍କୁ ପୋଲିସ ଅଟକ ରଖିବା ପରେ ନିଶାଙ୍କ ସମସ୍ୟା ବଢ଼ିଛି।
ଏହାପରେ ବଲାଙ୍ଗିର ପୋଲିସର ଗୋଟିଏ ଟିମ୍ ଭୁବନେଶ୍ବର ଆସି ନିଶାଙ୍କୁ ଖୋଜୁଥିବା ସୂଚନା ମିଳିଛି। ନିକଟରେ ଛତିଶଗଡ଼ ଗରିଆବନ୍ଦ ଜିଲ୍ଲାରେ ନିଶାଙ୍କ ଅଶ୍ଳୀଳ ଡ୍ୟାନ୍ସ ପାଇଁ ଆୟୋଜକ କମିଟି ସଦସ୍ୟ ଗିରଫ ହୋଇଥିଲେ।
Advertisment
ଏଥିସହ ଉପଜିଲ୍ଲାପାଳଙ୍କ ବଦଳି ଓ ୩ ପୋଲିସ କର୍ମଚାରୀ ସସପେଣ୍ଡ ହୋଇଥିଲେ। ଏବେ ବଲାଙ୍ଗିରରେ ଅଶ୍ଳିଳ ଡ୍ୟାନ୍ସକୁ ନେଇ ମାମଲା ରୁଜୁ ପରେ ନିଶାଙ୍କ ଗିରଫ ସମ୍ଭାବନା ବଢିଛି।
Advertisment



Related Articles
Double Murder Accused Arrested: ବିବାହ ବାହାନା ଦେଖାଇ ଛୁ’ ମାରିଥିଲା, ମାଡ଼ି ବସିଲା ପୋଲିସ
POSTED

Dangerous Manja Threads: ସାବଧାନ, ବାଟରେ ଛକିଛି କିଲର୍ ମାଞ୍ଜା
POSTED

Monthly Collector Meetings: ପ୍ରତି ମାସରେ ସିଙ୍ଗିଲ୍ ୱିଣ୍ଡୋ ବୈଠକ, ସହଜ ହେବ ସଚିବ ଓ ଜିଲ୍ଲାପାଳଙ୍କ କାର୍ଯ୍ୟ
POSTED

Odisha Police Conduct Major Raids: ମାରାଥନ ରେଡ୍, ଥରହର ମଦ ମାଫିଆ ଓ ଜୁଆଡୀ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)