/odishatv-khabar/media/media_files/2026/01/15/nipah-virus-in-india-2026-01-15-14-46-41.jpg)
Nipah Virus Photograph: (OTV)
ଦେଶରେ ପୁଣି ଭାଇରସ୍ ଆତଙ୍କ । କରୋନାଠୁ ବି ଅଧିକ ମାରାତ୍ମକ । ଜ୍ବର, ମୁଣ୍ଡବିନ୍ଧା ସହ କୋମାରେ ପଡିବେ ରୋଗୀ । ପୁଣି ଗୋଟିଏ ଭାଇରସ୍ ସଂକ୍ରମଣକୁ ନେଇ ବଢିଲାଣି ଚିନ୍ତା । କୋରନା, ଓମିକ୍ରନ, ମଙ୍କିପକ୍ସ ପରେ ଏବେ ଦେଶରେ ବ୍ୟାପିଲାଣି ନିପା ଭାଇରସ୍ । ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଛି ସନ୍ଦିଗ୍ଧ ନିପା ଭୂତାଣୁ ।
ଉତ୍ତର ୨୪ ପ୍ରଗଣାର ଏକ ଘରୋଇ ହସ୍ପିଟାଲରେ ୨ଜଣ ନର୍ସ ସନ୍ଦିଗ୍ଧ ନିପା ଭାଇରସ୍ ସଂକ୍ରମିତ ହୋଇଥିବା ଜଣାପଡିଛି । ସେମାନଙ୍କଠାରେ ରହିଥିବା ଲକ୍ଷଣ ନିପା ଭୂତାଣୁ ବୋଲି ପ୍ରାଥମିକ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।
ତେବେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ପ୍ରତିଦିନ ଲୋକଙ୍କ ଯିବାଆସିବା ଲାଗି ରହିଥିବାରୁ ବର୍ତ୍ତମାନ ଓଡ଼ିଶା ପାଇଁ ବଢିଛି ଭୟ । ନିପାକୁ ନେଇ ଆଲର୍ଟରେ ଓଡ଼ିଶା ।
ନିପା ଭାଇରସ୍ ଲକ୍ଷଣ:
ନିପା ଭାଇରସ୍ ସଂକ୍ରମଣ ହେଲେ ଆକ୍ରାନ୍ତଙ୍କଠାରେ ଜ୍ବର ସହ ମୁଣ୍ଡବିନ୍ଧା, ଗଳା ଦରଜ, ଡାଇରିଆ, ବାନ୍ତି, ମାଂସପେଶୀରେ ଯନ୍ତ୍ରଣା ଓ ଶ୍ବାସକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ । ଗୁରୁତର ଆକ୍ରାନ୍ତ ବ୍ୟକ୍ତି କୋମାକୁ ଚାଲିଯିବାର ଆଶଙ୍କା ଥାଏ ।
ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ଭୂତାଣୁ ଚିହ୍ନଟ ହୋଇନାହାନ୍ତି। ପଶ୍ଚିମବଙ୍ଗରେ ସଂକ୍ରମିତଙ୍କ ନମୁନା ଏମ୍ସକୁ ପଠାଯାଇଛି । ସଂକ୍ରମଣ ରୋକିବାକୁ ଏକ ଜାତୀୟ ଯୁଗ୍ମ ସଂକ୍ରମଣ ରେସପନ୍ସ ଟିମ୍ ଗଠନ ହୋଇଛି ।
କେମିତି ବ୍ୟାପେ ନିପା ଭାଇରସ୍ ?
ପଶୁ, ସଂକ୍ରମିତ ଖାଦ୍ୟ କିମ୍ବା ସିଧାସଳଖ ମଣିଷଠାରୁ ମଣିଷକୁ ନିପା ଭୂତାଣୁ ବ୍ୟାପିଥାଏ । ସଂକ୍ରମିତ ଲାଳ, ମଳ, ମୂତ୍ର ଓ ରକ୍ତ ଜରିଆରେ ଏହା ବ୍ୟାପିବାର ଆଶଙ୍କା ଅଧିକ । ତେଣୁ ନିୟମିତ ହାତ ଧୋଇବା ସହ ସଂକ୍ରମିତ ଘୁଷୁରି ଓ ବାଦୁଡ଼ିଙ୍କଠାରୁ ଦୂରେଇ ରହିବା ଆବଶ୍ୟକ ।
ବ୍ୟୁରୋ ରିପୋର୍ଟ, ଓଟିଭି
Bloodbath in Iran: ଇରାନରେ ରକ୍ତର ନଈ, ୧୨ ହଜାର ଲୋକଙ୍କୁ ଗୁଳି କରି ମାରିଦେଲେ !

Shilpa Shetty visits Puri: ପୁରୀରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ, ଚତୁର୍ଦ୍ଧା ବିଗ୍ରହଙ୍କୁ ପୂଜାର୍ଚ୍ଚନା କଲେ

Odisha Police Conduct Major Raids: ମାରାଥନ ରେଡ୍, ଥରହର ମଦ ମାଫିଆ ଓ ଜୁଆଡୀ

Monthly Collector Meetings: ପ୍ରତି ମାସରେ ସିଙ୍ଗିଲ୍ ୱିଣ୍ଡୋ ବୈଠକ, ସହଜ ହେବ ସଚିବ ଓ ଜିଲ୍ଲାପାଳଙ୍କ କାର୍ଯ୍ୟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)