/odishatv-khabar/media/media_files/2025/10/13/mexico-flood-2025-10-13-09-33-58.jpg)
Mexico-Flood Photograph: (OTV)
ଉତ୍ତର ଆମେରିକା ମହାଦେଶରେ ପ୍ରକୃତି ଦେଖାଉଛି କରାଳ ରୂପ। ମେକ୍ସିକୋରେ ପ୍ରବଳ ବର୍ଷା ତାଣ୍ଡବ ରଚିଛି। ବନ୍ୟାରେ ଅନେକ ସହର ଏବେ ପାଣି ଘେରରେ। ରାସ୍ତାଗୁଡ଼ିକ ୧୨ ଫୁଟ ପର୍ଯ୍ୟନ୍ତ ବୁଡ଼ି ରହିଛି। ଏହି ବିପର୍ଯ୍ୟୟରେ ୪୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ନିଖୋଜ ଅଛନ୍ତି।
ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୬ ରୁ ୯ ତାରିଖ ପର୍ଯ୍ୟନ୍ତ ମେକ୍ସିକୋର ରାଜ୍ୟ ଭେରାକ୍ରୁଜରେ ପ୍ରାୟ ୫୪୦ ମିଲିମିଟର ବର୍ଷା ହୋଇଥିଲା। ତେବେ ଏହି ପ୍ରବଳ ବର୍ଷାର ଅଧିକ ପ୍ରଭାବ ପୋଜ୍ ରିକା ସହରରେ ଦେଖାଦେଇଥିଲା। ଏଠାରେ ଥିବା କୈଜୋନ୍ସ୍ ନଦୀରେ ହଠାତ ବନ୍ୟା ଆସିଥିଲା। ଆଉ ଘୁ ଘୁ ହୋଇ ବନ୍ୟାଜଳ ସହର ମଧ୍ୟରେ ପ୍ରବେଶ କରିଥିଲା। ସ୍ରୋତ ଏତେ ପ୍ରଖର ଥିଲା ଯେ ଅନେକ କାର ଭାସି ଯାଇଥିଲା ଏବଂ କୋଠାଘର ଭୁଶୁଡ଼ି ପଡ଼ିଥିଲା। ଅନେକ ଅଞ୍ଚଳରେ ଭୂସ୍ଖଳନ ମଧ୍ୟ ହୋଇଥିଲା।
ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁ ମେକ୍ସିକୋର ଅନେକ ଅଞ୍ଚଳରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଧ୍ୟ ଏବଂ ଦକ୍ଷିଣ ମେକ୍ସିକୋରେ ୪୧ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଅନେକ ଏବେ ବି ନିଖୋଜ ଅଛନ୍ତି। ଅନେକ ଅଞ୍ଚଳରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଆଶଙ୍କା ରହିଛି। ରାସ୍ତାଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଭଗ୍ନାବଶେଷରେ ଘୋଡ଼ାଇ ହୋଇଛି, ଯାହାକୁ ସଫା କରାଯାଉଛି।
କେବଳ ମେକ୍ସିକୋର ଭେରାକ୍ରୁଜ୍ ରାଜ୍ୟରେ, ୧୫ ଜଣଙ୍କ ଜୀବନ ଯାଇଛି ଏବଂ ଭୂସ୍ଖଳନ ଯୋଗୁଁ ୧୫୦ ରୁ ଅଧିକ ଅଞ୍ଚଳ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଯାଇଛି। ପ୍ରାୟ ୨୭ ଜଣ ନିଖୋଜ ଅଛନ୍ତି। ଉଦ୍ଧାରକାରୀ ଦଳଙ୍କ ପକ୍ଷରୁ ସର୍ଚ ଅପରେସନ୍ ଜାରି ରହିଛି। ଏହି ମହାତାଣ୍ଡବରେ ୧୬,୦୦୦ ରୁ ଅଧିକ ଘର ଧ୍ୱଂସାବଶେଷରେ ପରିଣତ ହୋଇଥିବା ବେଳେ ପ୍ରାୟ ୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।
Kalinga Ghat Remains Shut for Over a Month: ମାସେ ପରେ ବି ଅଗମ୍ୟ କଳିଙ୍ଗା ଘାଟି, ଠପ୍ ଗଞ୍ଜାମ-କନ୍ଧମାଳର ଲାଇଫ୍ ଲାଇନ୍

Bihar Assembly Elections: ବିଜେପି ଓ ଜେଡିୟୁ ୧୦୧ ଲେଖାଏଁ ଆସନରେ ଲଢ଼ିବେ, ୨୯ ଆସନରେ ଲଢ଼ିବ LJP

Spectacular Tornado: ଶୂନ୍ୟ ଶୂନ୍ୟରେ ଆକାଶକୁ ଉଠିଗଲା ପାଣି, ଘୂର୍ଣ୍ଣିଝଡ଼ର ଭୟଙ୍କର ଦୃଶ୍ୟ

BJD Struggles: ଟେନସନରେ ବିଜେଡି, ଖୋଜି ପାଉନି ନୂଆପଡ଼ା ଯୋଦ୍ଧା...ବିଗିଡ଼ିଲା ବିଜେଡି ଅଙ୍କ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)