Advertisment

Kalinga Ghat Remains Shut for Over a Month: ମାସେ ପରେ ବି ଅଗମ୍ୟ କଳିଙ୍ଗା ଘାଟି, ଠପ୍ ଗଞ୍ଜାମ-କନ୍ଧମାଳର ଲାଇଫ୍ ଲାଇନ୍

ଏବେ ଏଠାରେ ନିର୍ମାଣ କରିବା ବଡ ଚାଲେଞ୍ଜ ପୂର୍ଣ୍ଣ ହୋଇଛି । କାରଣ ରାସ୍ତା ମରାମତି ଯେବେ ଯେବେ ହୋଇଛି ଲଗାଣ ବର୍ଷା ତାକୁ ଧୋଇ ନେଇ ଯାଉଛି । ତା ସାଙ୍ଗକୁ ଉପର ମୁଣ୍ଡରୁ ପଥର ଖସିବାର ଭୟ ବି ରହୁଛି ।

author-image
Tapan Swain
KALINGA-GHATI

KALINGA-GHATI Photograph: (OTV)

ମାସେ ହେବାକୁ ବସିଲାଣି କିନ୍ତୁ ରାସ୍ତା ମରାମତି ହୋଇ ପାରୁନି। ଗଞ୍ଜାମ-କନ୍ଧମାଳର ଲାଇଫ୍ ଲାଇନ୍ କଳିଙ୍ଗା ଘାଟିରେ ବାରମ୍ବାର ବର୍ଷା ଯୋଗୁଁ ଧୋଇ ଯାଇଥିବା ରାସ୍ତା ପୁନ୍ଃ ନିର୍ମାଣ ହୋଇ ପାରୁନାହିଁ । ସମ୍ପୂର୍ଣ୍ଣ ୧୦କିମି କଳିଙ୍ଗା ଘାଟି ବର୍ତ୍ତମାନ ବିପଦ ସଂକୁଳ ଅବସ୍ଥାରେ ରହିଛି। ଆଉ ଏହି ରୁଟରେ ଗାଡି ଚଳାଚଳ ବନ୍ଦ ରହିଥିବାରୁ ସ୍ଥାନୀୟ ଅଞ୍ଚଳର ଜନଜୀବନ ଉପରେ ପ୍ରଭାବ ପଡିଛି ।

Advertisment

ସେ ଦିନ ପାହାଡ଼ର ଛାତି ଛିରି ପ୍ରଳୟ ଆସିଥିଲା । ଗଞ୍ଜାମ ଓ କନ୍ଧମାଳର ଲାଇଫ୍ ଲାଇନ୍ କଳିଙ୍ଗା ଘାଟିକୁ ଧୋଇ ଚାଲିଗଲା । ଆକାଶ ମାର୍ଗରୁ ନିଆଯାଇଥିବା ଏ ଚିତ୍ର ଆଜି ବି ମାସେ ପରେ ଏମିତି ଦେଖିବାକୁ ମିଳୁଛି । ଦି ଭାଗ ହୋଇଥିବା ପାହାଡ଼ି ରାସ୍ତା ଆଜି ଯାଏ ସଜଡ଼ା ହୋଇ ପାରୁନି । ଏବେ ଏଠାରେ ନିର୍ମାଣ କରିବା ବଡ ଚାଲେଞ୍ଜ ପୂର୍ଣ୍ଣ ହୋଇଛି । କାରଣ ରାସ୍ତା ମରାମତି ଯେବେ ଯେବେ ହୋଇଛି ଲଗାଣ ବର୍ଷା ତାକୁ ଧୋଇ ନେଇ ଯାଉଛି । ତା ସାଙ୍ଗକୁ ଉପର ମୁଣ୍ଡରୁ ପଥର ଖସିବାର ଭୟ ବି ରହୁଛି ।

ଭୂସ୍ଥଳନ ସ୍ଥାନରେ ଏବେ ବି ବିରାଟ ବିରାଟ ପଥର ଖଣ୍ଡ ଝୁଲି ରହିଛି । ରାସ୍ତା ନିର୍ମାଣ ସରିଲେ ମଧ୍ୟ ଯଦି ଝୁଲି ରହିଥିବା ପଥରଖଣ୍ଡକୁ ଭଙ୍ଗା ନ ଯାଏ ତେବେ କେତେବେଳେ ମଧ୍ୟ ଏହା ବିପଦ ଆଣିପାରେ । ବର୍ଷା ସତ୍ତ୍ବେ କ୍ଷତିଗ୍ରସ୍ତ ଅଞ୍ଚଳରେ 80 ପ୍ରତିଶତ କାମ ସରିଥିଲେ ବି ବାକି ଥିବା 20 ପ୍ରତିଶତ କାମ ଶେଷ ପାଇଁ ନୟାନ୍ତ ହେଲାଣି ପ୍ରଶାସନ । ତଥାପି ଜାତୀୟ ରାଜପଥ କର୍ତ୍ତୃପକ୍ଷ କାମ ଜାରି ରଖିଛନ୍ତି । ଆଉ ୪ ଦିନ ପରେ କଂକ୍ରିଟ କାର୍ଯ୍ୟ ସଂପୂର୍ଣ୍ଣ ହେବା ପରେ ଲାଇଟ ଭେଇକଲ ଛଡା ଯିବ ବୋଲି ଦାୟିତ୍ୱରେ ଥିବା ଏସଡିଓ ସୂଚନା ଦେଇଛନ୍ତି !

Advertisment

 ଭୂସ୍ଖଳନ ପରେ କଳିଙ୍ଗା ଘାଟିର ହାଲ୍ ବେହାଲ୍ । ରାସ୍ତାର ପୁନଃନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହୋଇପାରିବାରୁ ଏହି ରୁଟ୍ ଦେଇ ଗଡ଼ୁନି ଗାଡ଼ି । ଆଉ ଏହାର ପ୍ରଭାବ ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳିଛି । ଦୋକାନ ବଜାର ଠପ୍ ହୋଇଥିବା ବେଳେ ବନ୍ଦ ରହିଛି ବ୍ୟବସାୟ । ହନ୍ତସନ୍ତ ହେଉଛନ୍ତି ଅଞ୍ଚଳର ଲୋକେ । 

ସମ୍ପୂର୍ଣ୍ଣ ୧୦କିମି କଳିଙ୍ଗା ଘାଟି ବର୍ତ୍ତମାନ ବିପଦ ସଂକୁଳ ଅବସ୍ଥାରେ ରହିଛି। ରାସ୍ତା ନଥିବାରୁ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ସମ୍ଭବ ହୋଇ ପାରୁନାହିଁ। ସମସ୍ତ ଯାତ୍ରୀବାହୀ, ମାଲବାହୀ ଗାଡ଼ି ଗୁଡ଼ିକ ଅଧିକା କିଲୋମିଟର ରାସ୍ତା ଦେଇ ଯାତାୟତ କରିବାକୁ ପଡ଼ୁଛି । ଫଳରେ ଅଧିକା ସମୟ ଓ ଅଧିକା ଗାଡ଼ି ଭଡ଼ା ଦେବାକୁ ବାଧ୍ୟ ହେଉଛନ୍ତି ଯାତ୍ରୀ । କଳିଙ୍ଗା ଘାଟିର ବର୍ତ୍ତମାନର ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏକ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିବା ସୂଚନା ଦେଇଛନ୍ତି ଭଞ୍ଜନଗର ବିଧାୟକ । 

Kandhamal Ganjam Landslide
Advertisment
Related Articles
Advertisment