Advertisment

Bihar Assembly Elections: ବିଜେପି ଓ ଜେଡିୟୁ ୧୦୧ ଲେଖାଏଁ ଆସନରେ ଲଢ଼ିବେ, ୨୯ ଆସନରେ ଲଢ଼ିବ LJP

ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏର ଫିପଟି ଫିପଟି ଫର୍ମୂଲା। ଚୂଡ଼ାନ୍ତ ହେଲା ଆସନ ବୁଝାମଣା। ୨୪୩ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ବିଜେପି ଓ ଜେଡିୟୁ ୧୦୧ ଲେଖାଏଁ ଆସନରେ ଲଢ଼ିବେ।

author-image
Manas Ranjan Mohanty
bihar

bihar Photograph: (OTV)

ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏର ଫିପଟି ଫିପଟି ଫର୍ମୂଲା। ଚୂଡ଼ାନ୍ତ ହେଲା ଆସନ ବୁଝାମଣା। ୨୪୩ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ବିଜେପି ଓ ଜେଡିୟୁ ୧୦୧ ଲେଖାଏଁ ଆସନରେ ଲଢ଼ିବେ। ଚିରାଗ ପାଶୱାନଙ୍କ LJPକୁ ମିଳିଛି ୨୯ ସିଟ୍। ସେହିପରି ଉପେନ୍ଦ୍ର କୁଶୱାହଙ୍କ ରାଷ୍ଟ୍ରୀୟ ଲୋକମୋର୍ଚ୍ଚା-RLM ୬ଟି ଆସନରେ ଲଢିବ। ଜିତନ ରାମ ମାଞ୍ଝିଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା-HAM ୬ଟି ଆସନରେ ପ୍ରତିଦ୍ବନ୍ଦ୍ବିତା କରିବ।

Advertisment

ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ସମସ୍ତଙ୍କ ସହମତିରେ ଆସନ ବୁଝାମୁଣା ହୋଇଥିବା ଏନଡିଏ ପକ୍ଷରୁ ସୂଚନା ଦିଆଯାଇଛି। ସିଟ୍ ସେୟାରିଂ ଫର୍ମୂଲାରୁ ଏକଥା ସ୍ପଷ୍ଟ ହୋଇଛି ସେ ଏନଡିଏରେ ବଡ଼ ଭାଇ, ଛୋଟ ଭାଇ ରୋଲ୍ ଶେଷ ହୋଇଛି। କାରଣ ବିଜେପି ଓ ଜେଡିୟୁ ଦୁଇ ଦଳ ସମାନ ସମାନ ସଂଖ୍ୟକ ଆସନରେ ପ୍ରାର୍ଥୀ ଦେବେ।

ବିହାର ନିର୍ବାଚନ ନେଇ ଦିଲ୍ଲୀ ହେର୍ଡକ୍ବାର୍ଟର୍ସରେ ବସିଥିଲା ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ଥିଲେ। ... 

Advertisment

ବିହାର ପାଇଁ NDA ଆସନ ବୁଝାମଣା ଚୂଡ଼ାନ୍ତ
ବିଜେପି ଓ ଜେଡିୟୁ ୧୦୧ ଲେଖାଏଁ ଆସନରେ ଲଢ଼ିବେ
୨୯ ଆସନରେ ଲଢ଼ିବ LJP
ଉପେନ୍ଦ୍ର କୁଶୱାହଙ୍କ RLM ୬ଟି ଆସନରେ ଲଢିବ
ଜିତନ ରାମ ମାଞ୍ଝିଙ୍କ HAMକୁ ୬ଟି ସିଟ୍ ମିଳିଛି

Advertisment
Related Articles
Advertisment