Advertisment

BJD Struggles: ଟେନସନରେ ବିଜେଡି, ଖୋଜି ପାଉନି ନୂଆପଡ଼ା ଯୋଦ୍ଧା...ବିଗିଡ଼ିଲା ବିଜେଡି ଅଙ୍କ

ବଢିଲା ବିଜେଡି ଟେନସନ୍। ମିଳୁନାହାଁନ୍ତି ପ୍ରାର୍ଥୀ, ସମର୍ଥକ ଫେରାଇଲେଣି ମୁହଁ। ବିଜେଡିର ସିଟ୍ ଥିବା ନୂଆପଡା ପାଇଁ ବିଜେଡି ପାଉନି ପ୍ରାର୍ଥୀ। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟଙ୍କୁ ପ୍ରାର୍ଥୀ କରି ସିମ୍ପାଥି ସାଉଁଟି ଉପନିର୍ବାଚନ ବୈତରଣୀ ପାର ହେବାକୁ ଦଳ ଲକ୍ଷ୍ୟ ରଖିଥିଲା।

author-image
Manas Ranjan Mohanty
BJD

BJD Photograph: (OTV)

ଜୟ ଢୋଲକିଆଙ୍କ ଧମାକା, ବଢିଲା ବିଜେଡି ଟେନସନ୍। ମିଳୁନାହାଁନ୍ତି ପ୍ରାର୍ଥୀ, ସମର୍ଥକ ଫେରାଇଲେଣି ମୁହଁ। ବିଜେଡିର ସିଟ୍ ଥିବା ନୂଆପଡା ପାଇଁ ବିଜେଡି ପାଉନି ପ୍ରାର୍ଥୀ। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟଙ୍କୁ ପ୍ରାର୍ଥୀ କରି ସିମ୍ପାଥି ସାଉଁଟି ଉପନିର୍ବାଚନ ବୈତରଣୀ ପାର ହେବାକୁ ଦଳ ଲକ୍ଷ୍ୟ ରଖିଥିଲା। ମାତ୍ର ଜୟ ହଠାତ୍ ପଦ୍ମ ପୋଖରୀକୁ ଡେଇଁବା ପରେ ବିଜେଡିକୁ ଲାଗିଛି ବଡ ଝଟକା।

Advertisment

ଏବେ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ଚିନ୍ତାରେ ଦଳ । ପ୍ରାର୍ଥୀ ଚୟନ ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ଗଢିଛନ୍ତି କୋର କମିଟି। ଏଥିରେ ଅଛନ୍ତି ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା ଓ ବିଶ୍ବ ମଲ୍ଲିକଙ୍କ ଭଳି ନେତା। ଏମାନେ ନୂଆପଡା ଯାଇ ସେଠାକାର ନକ୍ସା ପଢି, ସ୍ଥାନୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା କରିବେ। ଆଜି ସୁଦ୍ଧା ନବୀନଙ୍କୁ ଦେବେ ସମ୍ଭାବ୍ୟ ତାଲିକା। ତେବେ ବିଜେଡି ପ୍ରାର୍ଥୀ ରେସରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁପ୍ରତାପ ସିଂ ମାଝୀ ସବୁଠୁ ଆଗରେ ଥିବା ଚର୍ଚ୍ଚା ହେଉଛି । ତେବେ ସେ ଏବେ ବି ଦଳରୁ ନିଲମ୍ବିତ ହୋଇ ଅଛନ୍ତି ।

ଗତ ସାଧାରଣ ନିର୍ବାଚନ ବେଳେ ଦଳ ବିରୋଧୀ କାମ ଯୋଗୁଁ ମାଝୀଙ୍କୁ ବିଜେଡିରୁ ସସପେଣ୍ଡ କରାଯାଇଥିଲା । ସେହିପରି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଘାସିରାମ ମାଝୀଙ୍କ ଝିଅ ସରୋଜିନୀ ମାଝୀ, ନୂଆପଡା ଜିଲ୍ଲା ବିଜେଡି ସଭାପତି ଅବନୀ ଯୋଶୀ ଓ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ମନୋଜ ମିଶ୍ରଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ସେପଟେ ଯଦିଓ ଜୟ ଢୋଲକିଆ ବିଜେପିରେ ଯୋଗ ଦେଇଛନ୍ତି। କିନ୍ତୁ ଏଯାଏ ପାର୍ଟି ପ୍ରାର୍ଥୀ ନାଁ ଘୋଷଣା କରିନାହିଁ।

Advertisment

ନୂଆପଡା ପ୍ରାର୍ଥୀ ଚୟନ ଓ ନିର୍ବାଚନ ବ୍ଲୁ ପ୍ରିଣ୍ଟ ପାଇଁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିଥିଲା କୋର କମିଟି ବୈଠକ। ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ କରି ସଂସଦୀୟ କମିଟିକୁ ପଠାଯାଇଛି। ଯାହାକୁ ଖୁବ ଶୀଘ୍ର ମୋହର ମାରିବ କମିଟି।  ସେହିପରି କଂଗ୍ରେସ କହିଛି ବିଜେଡି ପାଖେ ପ୍ରାର୍ଥୀ ନଥିବାରୁ ସେ ଭୋଟ୍ କଂଗ୍ରେସ ଖାତାକୁ ଆସିବ। ଜୟଙ୍କୁ ସିମ୍ପାଥି ମିଳିବ ନାହିଁ। ଆସନ୍ତା ୧୯ ତାରିଖରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ନାମାଙ୍କନ ଦାଖଲ କରିବେ।...

ବିଜେପିରେ ଜୟ ଢୋଲକିଆ ଧମାକା ପରେ ବିଗିଡ଼ିଲା ବିଜେଡି ଅଙ୍କ
ଟେନସନରେ ବିଜେଡି, ଖୋଜି ପାଉନି ନୂଆପଡ଼ା ଯୋଦ୍ଧା
ପୁଳା ପୁଳା ଛାମୁଆ ନେତାଙ୍କ ଉପସ୍ଥିତି ସତ୍ତ୍ବେ ଖୋଜି ପାଉନି ଯୋଦ୍ଧା
କୋର୍ କମିଟିକୁ ପ୍ରାର୍ଥୀ ଚୟନ ଦାୟିତ୍ବ ଦେଲେ ନବୀନ
ବିଜେପି କୋର୍ କମିଟିରେ ନୂଆପଡ଼ା ରଣନୀତି ପ୍ରସ୍ତୁତ

Advertisment
Related Articles
Advertisment