Advertisment

48 Iranian Leaders Dead: ଗୋଟିଏ ସଟ୍ ରେ ୪୮ ଟଳିଲେ, ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ ଇରାନ!

ଇରାନର ୪୮ ଶୀର୍ଷ ନେତାଙ୍କ ଖେଳ ଖତମ। ବଡ଼ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ। ଆମେରିକା ଓ ଇସ୍ରାଏଲକୁ ଇରାନର ଚେତାବନୀ। ଆମେ ଦୁର୍ବଳ ହୋଇନୁ କହିଲା ଇରାନ୍।

author-image
Chinmayee Sahoo
Middle East Tensions

Middle East Tensions Photograph: (OTV)

ଆମେରିକା-ଇସ୍ରାଏଲ୍ ଆକ୍ରମଣରେ ଇରାନର ୪୮ ଶୀର୍ଷ ନେତାଙ୍କ ଖେଳ ଖତମ ହେଲା। ଏଭଳି ବଡ଼ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ ଏକ ସାକ୍ଷାତକାରରେ କହିଛନ୍ତି, ଗୋଟିଏ ସଟରେ ଇରାନର ୪୮ ଜଣ ଶୀର୍ଷ ନେତା ଓ କମାଣ୍ଡର ନିହତ ହୋଇଛନ୍ତି। ଏହି ଆକ୍ରମଣ ଇରାନର ନେତୃତ୍ୱକୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଦେଇଛି। ଏହି ସାମରିକ ଅଭିଯାନର ଲକ୍ଷ୍ୟ ହେଉଛି ଇରାନର ସ୍ୱେଚ୍ଛାଚାରୀ ଶାସନକୁ ସମ୍ପୂର୍ଣ୍ଣ ଶେଷ କରିବା। 

Advertisment

ଏଥିସହ ଆମେରିକା ଦାବି କରିଛି, ସେମାନେ ଇରାନର ଯୁଦ୍ଧ ଜାହାଜକୁ ସମୁଦ୍ରରେ ବୁଡ଼ାଇ ଦେଇଛନ୍ତି। ସେହିପରି ଏହି ଅପରେସନରେ ୩ ଜଣ ଆମେରିକୀୟ ସୈନ୍ୟ ସହିଦ ହୋଇଥିବା ପେଣ୍ଟାଗନ ସ୍ପଷ୍ଟ କରିଛି। ଏହାସହ ସେ ଟ୍ବିଟ୍ ୯ଟି ଇରାନୀ ନୌସେନା ଜାହାଜକୁ ନଷ୍ଟ କରିଥିବା ଦାବି କରିଛନ୍ତି।

ଆମେ ଦୁର୍ବଳ ହୋଇନୁ। ଶତ୍ରୁ ପାଇଁ ଏଯୁଦ୍ଧରେ କୌଣସି ବିଜୟ ନାହିଁ। ଆମେରିକା-ଇସ୍ରାଏଲର ମିଳିତ ହମଲା ପରେ ପ୍ରଥମ ଥର ଇରାନ ପକ୍ଷରୁ ଅଧିକାରୀଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି। ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଅରାଗଚି ସ୍ପଷ୍ଟ କରିଛନ୍ତି ଯେ, ଶୀର୍ଷ କମାଣ୍ଡରମାନଙ୍କୁ ହରାଇବା ସତ୍ତ୍ୱେ ଇରାନର ସାମରିକ ଶକ୍ତି ଉପରେ କୌଣସି ପ୍ରଭାବ ପଡ଼ିନାହିଁ। 

Advertisment

ଇରାନ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଇରାନ ବୈଦେଶିକ ମନ୍ତ୍ରୀଙ୍କ ଏହି ବୟାନରୁ ସ୍ପଷ୍ଟ ଜଣାପଡୁଛି ଯେ, ଇରାନ ନିଜର ମନୋବଳ ଭାଙ୍ଗିବାକୁ ଦେବାକୁ ଚାହୁଁନାହିଁ।

Middle East Tension In Middle East USA Iran
Advertisment
Related Articles
Advertisment