Advertisment

Terror Confession: ଆତଙ୍କୀ କସୁରୀ ଖୋଲିଲା ପାକିସ୍ତାନର ପୋଲ୍, ପାକ୍ ସେନା ସହ ଲସ୍କର-ଏ-ତୋଇବାର ରହିଛି ଘନିଷ୍ଠ ସମ୍ପର୍କ

କସୁରୀ କହିଛି, ପାକିସ୍ତାନ ସେନା ତାଙ୍କୁ ନିୟମିତ ଭାବରେ କାର୍ଯ୍ୟକ୍ରମଗୁଡ଼ିକୁ ନିମନ୍ତ୍ରଣ କରେ। ଏପରିକି ସୈନିକଙ୍କ ପାଇଁ ଶବଦାହ ପ୍ରାର୍ଥନାର ନେତୃତ୍ୱ ନେବାକୁ ମଧ୍ୟ ତାକୁ ନିମନ୍ତ୍ରଣ କରାଯାଏ ବୋଲି କହିଛି ସୈଫୁଲ୍ଲା।

author-image
Tapan Swain
Terrorist

Terrorist Photograph: (OTV)

ପାକିସ୍ତାନର ପୋଲ୍ ଖୋଲିଲା ପହଲଗାମ୍ ଆକ୍ରମଣର ମାଷ୍ଟରମାଇଣ୍ଡ। ପାକିସ୍ତାନ ସେନା ସହ ଲସ୍କର-ଏ-ତୋଇବାର ରହିଛି ଘନିଷ୍ଠ ସମ୍ପର୍କ। ଅସିମ ମୁନୀରଙ୍କ ଅସଲ ଚେହେରାକୁ ପଦାରେ ପକାଇଛି ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲସ୍କର-ଏ-ତୋଇବାର ଉପମୁଖ୍ୟ ସୈଫୁଲ୍ଲା କସୁରୀ।

Advertisment

କସୁରୀ କହିଛି ପାକିସ୍ତାନ ସେନା ତାଙ୍କୁ ନିୟମିତ ଭାବରେ କାର୍ଯ୍ୟକ୍ରମଗୁଡ଼ିକୁ ନିମନ୍ତ୍ରଣ କରେ। ଏପରିକି ସୈନିକଙ୍କ ପାଇଁ ଶବଦାହ ପ୍ରାର୍ଥନାର ନେତୃତ୍ୱ ନେବାକୁ ମଧ୍ୟ ତାକୁ ନିମନ୍ତ୍ରଣ କରାଯାଏ ବୋଲି କହିଛି ସୈଫୁଲ୍ଲା। ସୈଫୁଲ୍ଲାର ଏଭଳି ମନ୍ତବ୍ୟ ପାକିସ୍ତାନ ଏବଂ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା (LeT) ମଧ୍ୟରେ ଥିବା ସମ୍ପର୍କକୁ ପ୍ରମାଣିତ କରିଛି।

ସମ୍ପର୍କକୁ ସ୍ବୀକାର କଲା ଆତଙ୍କୀ ସୈଫୁଲ୍ଲା କସୁରୀ

ପାକିସ୍ତାନର ଏକ ସ୍କୁଲ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ମନ୍ତବ୍ୟ ରଖିଛି ସୈଫୁଲ୍ଲା କସୁରୀ। ତା'ର ଏଭଳି ମନ୍ତବ୍ୟ ପାକିସ୍ତାନ ସରକାରଙ୍କ ଦାବିର ପର୍ଦ୍ଦାଫାସ କରଛି। ଅନ୍ତର୍ଜାତୀୟ ମଞ୍ଚରେ ଆତଙ୍କବାଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନକୁ ପାକିସ୍ତାନ ସମର୍ଥନ କରୁଥିବା କହୁଥିବା ବେଳେ ଏବେ କିନ୍ତୁ ସୈଫୁଲ୍ଲାର ସ୍ୱୀକାରୋକ୍ତି ପାକିସ୍ତାନର ପୋଲ୍ ଖୋଲିଦେଇଛି।

Advertisment

ସୈଫୁଲ୍ଲା ଭାରତ ବିଷୟରେ ମଧ୍ୟ ଉତ୍ତେଜନାପୂର୍ଣ୍ଣ ବୟାନ ଦେଇ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରି ଭାରତ "ଭୁଲ୍" କରିଛି, ଲସ୍କର-ଏ-ତୋଇବା ତାର କଶ୍ମୀର ଏଜେଣ୍ଡାରୁ ପଛକୁ ହଟିବ ନାହିଁ ବୋଲି କହିଛି। ଏଥିସହ ସେ ଆହୁରି ମଧ୍ୟ କହିଛି ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଭାବରେ ନାମିତ ହେବା ତାକୁ ପ୍ରସିଦ୍ଧ କରିଦେଇଛି। ଏପ୍ରିଲ ୨୨ରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ନାଗରିକଙ୍କ ମୃତ୍ୟୁ ହୋଇଥିଲା।....


ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ସୈଫୁଲ୍ଲା କସୁରୀ
‘ସେନା ତାଙ୍କ କାର୍ଯ୍ୟକ୍ରମଗୁଡ଼ିକୁ ନିୟମିତ ଭାବରେ ନିମନ୍ତ୍ରଣ କରେ’
‘ନମାଜ ଏ ଜମାଜାର ନେତୃତ୍ୱ ନେବାକୁ ମଧ୍ୟ ନିମନ୍ତ୍ରଣ କରେ’

କସୁରୀର ମନ୍ତବ୍ୟ ପରେ ପୁଣି ଖୋଲିଲା ପାକିସ୍ତାନର ଆତଙ୍କୀ ମୁଖା
ଭାରତ ମୋତେ ଭୟ କରେ: ସୈଫୁଲ୍ଲା କସୁରୀ
‘ଭାରତ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ କରି ଭୁଲ୍ କରିଛି’
‘ଲସ୍କର-ଏ-ତୋଇବା ତାର କଶ୍ମୀର ଏଜେଣ୍ଡାରୁ ପଛକୁ ହଟିବ ନାହିଁ’

Terrorist
Advertisment
Related Articles
Advertisment