/odishatv-khabar/media/media_files/2026/01/11/dgca-2026-01-11-14-32-57.jpg)
DGCA Photograph: (OTV)
ରାଉରକେଲା ଜଲଦାରେ ଚାର୍ଟର ଫ୍ଲାଇଟ୍ ଦୁର୍ଘଟଣାର ଡିଜିସିଏ ଟିମର ତଦନ୍ତ ଆରମ୍ଭ । ଦୁର୍ଘଟଣାସ୍ଥଳରେ DGCA ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କେଉଁ କାରଣରୁ ଘଟିଲା ଏପରି ଦୁର୍ଘଟଣା ତାର ଛାନଭିନ ଜାରି ରଖିଛି ଡିଜିସିଏ ଟିମ୍ । ଏପଟେ ରାଉରକେଲା ଜୟପ୍ରକାଶ ହସ୍ପିଟାଲରେ ଚିକିତ୍ସିତ ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏୟାରଲିଫ୍ଟ କରାଯାଇଛି । ସୁନୀଲ ଅଗ୍ରଓ୍ୱାଲ ଓ ସବିତା ଅଗ୍ରଓ୍ୱାଲ ଦୁଇ ଜଣ ନିଜ ଇଚ୍ଛାରେ ଏୟାରଲିଫ୍ଟ ହୋଇଥିବା ସୂଚନା ମିଳିଛି ।
ରାଉରକେଲାରେ ପରିବହନ ସଚିବ ଉଷା ପାଢୀ ପହଞ୍ଚି ସ୍ଥିତି ପରଖୁଛନ୍ତି । ଉଷା ପାଢୀ କହିଛନ୍ତି, ବର୍ତ୍ତମାନ ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଛି କିଭଳି ଆହତଙ୍କୁ ଦିଆଯିବ ସର୍ବୋତ୍ତମ ଚିକିତ୍ସା । ବିମାନ ଦୁର୍ଘଟଣା ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ନଜର ରଖିଛନ୍ତି । ଆହତଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ଉଷା ପାଢୀ ।
ଆଜି କଟକ ଏସସିବି ମେଡିକାଲ କଲେଜ ଏବଂ ଧରଣୀଧର ମେଡିକାଲ କଲେଜର ସ୍ନାୟୁ ବିଭାଗ ଓ କ୍ରିଟିକାଲ କ୍ରିଟିକାଲ କେୟାରର ଦୁଇ ଜଣ ବରିଷ୍ଠ ଡାକ୍ତର ଅନୁପ ମହାପାତ୍ର ଏବଂ ଦେବାଶିଷ ସ୍ବାଇଁ ରାଉରକେଲା ଯାଇଛନ୍ତି । ସମସ୍ତ ଯାତ୍ରୀଙ୍କ ଚିକିତ୍ସା, ଉଦ୍ଧାର ଓ ଆନୁଷଙ୍ଗିକ ସୁବିଧା ପାଇଁ ରାଜ୍ୟ ସରକାର ସବୁ ପ୍ରକାରର ସହଯୋଗ କରୁଛନ୍ତି ବୋଲି ସୂଚନା ଦେଇଥିଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।
ସୁନୀଲ ଅଗ୍ରଓ୍ୱାଲ ଓ ସବିତା ଅଗ୍ରଓ୍ୱାଲଙ୍କୁ ଏୟାରଲିଫ୍ଟ
ପରିବହନ ସଚିବ ଉଷା ପାଢ଼ୀଙ୍କ ସୂଚନା
'ବିମାନ ଦୁର୍ଘଟଣା ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ନଜର ରଖିଛନ୍ତି'
'ଆହତଙ୍କୁ ସବୁ ସହଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି'
'ସବୁ ପ୍ରକାର ସୁବିଧା ସହଯୋଗ ଯୋଗାଇ ଦିଆଯାଇଛି'
ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ୨ ଜଣିଆ ଡାକ୍ତରୀ ଟିମ୍ ମେଡିକାଲକୁ ଯାଇଛନ୍ତି
ଏରିଏଲ୍ ସର୍ଭେ କରିଛନ୍ତି DGCA ଟିମ୍ : ଉଷା ପାଢ଼ୀ
Protesters Are 'Enemies Of God': ବିକ୍ଷୋଭକାରୀଙ୍କୁ ଦିଆଯିବ ମୃତ୍ୟୁଦଣ୍ଡ, ଅତ୍ୟନ୍ତ କଠୋର ‘ଇଶ୍ବରଙ୍କ ଶତ୍ରୁ’ ଆଇନ୍

Iran Protests: ହିଂସାତ୍ମକ ପ୍ରଦର୍ଶନରେ ଶତାଧିକ ମୃତ, ବାପା ମା’ଙ୍କୁ ଚେତାବନୀ; ପିଲା ଦେହରେ ଗୁଳି ବାଜିଲେ ରିପୋର୍ଟ କରିବନି

Relief From Biting Cold: ହାଡ଼ଭଙ୍ଗା ଜାଡ଼ରେ ବ୍ରେକ୍, କମିଛି ଶୀତର ପ୍ରଭାବ

US Launches 'Operation Hawkeye': ISIS ଆଡ୍ଡା ଉପରେ ବୋମା ପକାଇ ଧ୍ବଂସଲୀଳା, ପ୍ରତିଶୋଧ ନେଉଛି ଆମେରିକା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)