/odishatv-khabar/media/media_files/2026/01/11/iran-2026-01-11-13-02-33.jpg)
Iran Photograph: (OTV)
ରକ୍ତ ରଞ୍ଜିତ ଇରାନ। ପ୍ରତିବାଦରେ ଗଲାଣି ଶତାଧିକ ଲୋକଙ୍କ ଜୀବନ। ଦେଶର ୩୧ଟି ପ୍ରଦେଶର ୧୮୫ ସହରକୁ ବ୍ୟାପିଲାଣି ଆନ୍ଦୋଳନ। ସାମିଲ ହେଉଛନ୍ତି ଅଧିକରୁ ଅଧିକ ଯୁବପିଢି। ବାସ୍ ଗୋଟିଏ ନାରା, ଖାମେନେଇଙ୍କ ବିରୋଧରେ। ଲୋକେ ରାସ୍ତାକୁ ଓହ୍ଲାଇ ଇସ୍ଲାମିକ୍ ଶାସନକୁ କ୍ଷମତାରୁ ହଟାଇବାକୁ ଦାବି କରୁଛନ୍ତି। ପ୍ରତିବାଦକାରୀମାନେ ଏକଛତ୍ରବାଦୀର ମୃତ୍ୟୁ ସ୍ଲୋଗାନ୍ ଦେଉଛନ୍ତି।
ସେପଟେ ପ୍ରତିବାଦକାରୀଙ୍କୁ ଯମା ବି କ୍ଷମା କରିବନି ବୋଲି କହିଛନ୍ତି ଖାମେନେଇ। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇ କହିଛନ୍ତି, ଇସଲାମିକ୍ ଗଣରାଜ୍ୟ ଏଭଳି ଲୋକଙ୍କ ଆଗରେ ମୁଣ୍ତ ନୁଆଁଇବ ନାହିଁ।
ଇରାନର ଆଟର୍ଣ୍ଣି ଜେନେରାଲ ମହମ୍ମଦ ମୋଭାହେଦି ଆଜାଦ ଚେତାବନୀ ଦେଇଛନ୍ତି ଯେ ପ୍ରତିବାଦରେ ଅଂଶଗ୍ରହଣ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ "ଈଶ୍ୱରଙ୍କ ଶତ୍ରୁ" ବୋଲି ବିବେଚନା କରାଯିବ। ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ। ଯେଉଁମାନେ ଦଙ୍ଗାକାରୀଙ୍କୁ ସାହାଯ୍ୟ କରିଥିଲେ ସେମାନେ ମଧ୍ୟ ଏହାର ସମ୍ମୁଖୀନ ହେବେ। ଯେଉଁମାନେ ଦେଶ ସହିତ ବିଶ୍ୱାସଘାତକତା କରି ଏବଂ ବିପଦ ସୃଷ୍ଟି କରି ଦେଶ ଉପରେ ବିଦେଶୀ ଆଧିପତ୍ୟ ଖୋଜୁଛନ୍ତି, ସେମାନଙ୍କ ସହିତ ବିଚାର ଏବଂ ନିର୍ଣ୍ଣାୟକ ମୁକାବିଲା ପାଇଁ ସରକାରୀ ଓକିଲମାନଙ୍କୁ ସତର୍କତାର ସହିତ ଏବଂ ବିଳମ୍ବ ନକରି କ୍ଷେତ୍ର ପ୍ରସ୍ତୁତ କରିବାକୁ ପଡିବ। ବିନା ଦୟା, କରୁଣା କିମ୍ବା ପ୍ରଲୋଭନରେ କାର୍ଯ୍ୟଧାରା ଜାରି ରଖାଯିବ।"
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିବାଦକାରୀଙ୍କୁ ସମର୍ଥନ କରି ସୋସିଆଲ ମିଡିଆରେ କହିଛନ୍ତି ଯେ "ଇରାନ ସ୍ୱାଧୀନତା ଚାହୁଁଛି। ଆମେରିକା ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି। ଯଦି ପ୍ରତିବାଦକାରୀମାନଙ୍କୁ ହତ୍ୟା କରାଯାଏ, ତେବେ ଇରାନକୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ।
ଆମେରିକା ଷ୍ଟେଟ୍ ଡିପାର୍ଟମେଣ୍ଟ ପୃଥକ ଭାବରେ ଚେତାବନୀ ଦେଇଛି: "ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ଖେଳନ୍ତୁ ନାହିଁ। ଯେତେବେଳେ ସେ କୁହନ୍ତି ଯେ ସେ କିଛି କରିବେ, ସେ ତାହା ନିଶ୍ଚୟ କରନ୍ତି।"
ଇରାନର ‘ଇଶ୍ବରଙ୍କ ଶତ୍ରୁ’ ଆଇନରେ କ’ଣ ରହିଛି
ଇରାନୀ ଆଇନର ଧାରା ୧୮୬ ରେ କୁହାଯାଇଛି ଯେ, ଯଦି କୌଣସି ଗୋଷ୍ଠୀ କିମ୍ବା ସଂଗଠନ ଇସଲାମିକ୍ ଗଣରାଜ୍ୟ ବିରୁଦ୍ଧରେ ସଶସ୍ତ୍ର ପ୍ରତିବାଦ କରେ ଏବଂ ଏହାକୁ କେହି ସମର୍ଥନ କରନ୍ତି ତାହାଲେ ସେମାନଙ୍କୁ "ମୋହାରେବ" (ଆଲ୍ଲା ବା ଇଶ୍ବରଙ୍କର ଶତ୍ରୁ) ବୋଲି ବିବେଚନା କରାଯିବ। ଆଇନର ଧାରା ୧୯୦ ରେ ନିର୍ଦ୍ଦିଷ୍ଟ "ମୋହାରେବ" ପାଇଁ ଦଣ୍ଡ ଅତ୍ୟନ୍ତ କଠୋର, ଯେଉଁଥିରେ ଦୋଷୀ ସାବ୍ୟସ୍ତ ହେଲେ ମୃତ୍ୟୁଦଣ୍ଡ, ଡାହାଣ ହାତ ଏବଂ ବାମ ପାଦ କାଟିବା କିମ୍ବା ସ୍ଥାୟୀ ନିର୍ବାସନ ହୋଇପାରେ। ଏହି ଆଇନକୁ ‘ଇଶ୍ବରଙ୍କ ଶତ୍ରୁ’ ଆଇନ୍ ବୋଲି କୁହାଯାଏ। ଏହି ଦଣ୍ଡ କେବଳ ହିଂସା କରୁଥିବା ଲୋକଙ୍କ ପାଇଁ ନୁହେଁ, ବରଂ ଯେଉଁମାନେ ଜାଣିଶୁଣି ପ୍ରତିବାଦକାରୀଙ୍କୁ ସହାୟତା କରନ୍ତି ସେମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ।
ସୂଚନାଯୋଗ୍ୟ, ଡିସେମ୍ବର ୨୮ ତାରିଖରେ ଦେଶର ଆର୍ଥିକ ସଙ୍କଟର ପ୍ରତିବାଦ କରି ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ଦେଶର ମାନ୍ଦା ଅର୍ଥନୀତି, ମୂଲ୍ୟବୃଦ୍ଧି ଓ ବେକାରି ସମସ୍ୟାକୁ କେନ୍ଦ୍ର କରି ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଛନ୍ତି ଇରାନବାସୀ। ଡିସେମ୍ବର ୨୦୨୫ ଶେଷ ଭାଗରେ ଆମେରିକୀୟ ଡଲାର ତୁଳନାରେ ଇରାନୀ ରିଆଲର ମୁଦ୍ରା ରେକର୍ଡ ସର୍ବନିମ୍ନ ସ୍ତରରେ ପହଞ୍ଚିବା ପରେ ଇରାନରେ ଇସଲାମିକ ଗଣରାଜ୍ୟ ପ୍ରତି ଜନସାଧାରଣଙ୍କ ଅସନ୍ତୋଷ ଭାବରେ ପ୍ରତିବାଦ ଆରମ୍ଭ ହୋଇଥିଲା।
ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇ ଏହି ଆନ୍ଦୋଳନ ପାଇଁ ଆମେରିକାକୁ ଦାୟୀ କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶରେ ସୁରକ୍ଷା ବାହିନୀ ବର୍ବରତାର ସହ ବିକ୍ଷୋଭକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।
ସୁରକ୍ଷାବାହିନୀ ପ୍ରତିବାଦକାରୀଙ୍କ ଉପରେ ଆଖିବୁଜା ଗୁଳିମାଡ କରୁଛି। ଯାହା ପ୍ରତିବାଦକୁ ଆହୁରି ତୀବ୍ର କରୁଛି। ବିଭିନ୍ନ ବେସରକାରୀ ସଙ୍ଗଠନମାନଙ୍କର ଦାବି ମୁତାବକ, ଏଯାବତ୍ ୬ଟି ହସ୍ପିଟାଲରେ ୨୧୭ ଜଣଙ୍କ ମୃତ୍ୟୁ ହେଲାଣି। ଆମେରିକା ସ୍ଥିତ ମାନବାଧିକାର ସଂଗଠନ ମୃତ୍ୟୁ ସଂଖ୍ୟା ୭୨ ଥିବା ଦର୍ଶାଇଛି ଏବଂ ୨,୩୦୦ ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଛି।
ବିରୋଧ ଆରମ୍ଭ ହେବା ପରଠାରୁ ସରକାର ଦେଶରେ ଇଣ୍ଟରନେଟ୍ ଏବଂ ଫୋନ୍ ସଂଯୋଗ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ଇରାନରେ ସରକାର ନିୟନ୍ତ୍ରିତ ବିଦେଶୀ ଏବଂ ଗଣମାଧ୍ୟମ ଉପରେ କଡା କଟକଣା ଲାଗୁ କରାଯାଛି। ଯାହା ଫଳରେ ପ୍ରକୃତ ମୃତ୍ୟୁ ସଂଖ୍ୟା ଜଣାପଡୁନାହିଁ। ଦେଶର ସରକାର ତୀବ୍ର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଏବଂ ଇସଲାମିକ ଗଣରାଜ୍ୟ ବିଶ୍ୱର ଅନ୍ୟ ଅଂଶରୁ ବିଚ୍ଛିନ୍ନ ରହିଥିବା ସତ୍ତ୍ୱେ ଚାଲିଥିବା ପ୍ରଦର୍ଶନକୁ ସ୍ୱୀକାର କରିଛି।
Iran Protests: ହିଂସାତ୍ମକ ପ୍ରଦର୍ଶନରେ ଶତାଧିକ ମୃତ, ବାପା ମା’ଙ୍କୁ ଚେତାବନୀ; ପିଲା ଦେହରେ ଗୁଳି ବାଜିଲେ ରିପୋର୍ଟ କରିବନି

Relief From Biting Cold: ହାଡ଼ଭଙ୍ଗା ଜାଡ଼ରେ ବ୍ରେକ୍, କମିଛି ଶୀତର ପ୍ରଭାବ

US Launches 'Operation Hawkeye': ISIS ଆଡ୍ଡା ଉପରେ ବୋମା ପକାଇ ଧ୍ବଂସଲୀଳା, ପ୍ରତିଶୋଧ ନେଉଛି ଆମେରିକା

PM Modi's Somnath Visit: ଶୌର୍ଯ୍ୟ ଯାତ୍ରାରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି, ହଜାର ସେକେଣ୍ଡ ପାଇଁ ଜପ କଲେ ଓଁକାର ଧ୍ବନି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)