Advertisment

Iran Protests: ହିଂସାତ୍ମକ ପ୍ରଦର୍ଶନରେ ଶତାଧିକ ମୃତ, ବାପା ମା’ଙ୍କୁ ଚେତାବନୀ; ପିଲା ଦେହରେ ଗୁଳି ବାଜିଲେ ରିପୋର୍ଟ କରିବନି

ରକ୍ତ ରଞ୍ଜିତ ଇରାନ। ପ୍ରତିବାଦରେ ଗଲାଣି ଶତାଧିକ ଲୋକଙ୍କ ଜୀବନ। ଦେଶର ୩୧ଟି ପ୍ରଦେଶର ୧୮୫ ସହରକୁ ବ୍ୟାପିଲାଣି ଆନ୍ଦୋଳନ। ସାମିଲ ହେଉଛନ୍ତି ଅଧିକରୁ ଅଧିକ ଯୁବପିଢି।

author-image
Chinmayee Sahoo
Iran Protest

Iran Protest Photograph: (OTV)

ରକ୍ତ ରଞ୍ଜିତ ଇରାନ। ପ୍ରତିବାଦରେ ଗଲାଣି ଶତାଧିକ ଲୋକଙ୍କ ଜୀବନ। ଦେଶର ୩୧ଟି ପ୍ରଦେଶର ୧୮୫ ସହରକୁ ବ୍ୟାପିଲାଣି ଆନ୍ଦୋଳନ। ସାମିଲ ହେଉଛନ୍ତି ଅଧିକରୁ ଅଧିକ ଯୁବପିଢି। ବାସ୍ ଗୋଟିଏ ନାରା, ଖାମେନେଇଙ୍କ ବିରୋଧରେ। ଲୋକେ ରାସ୍ତାକୁ ଓହ୍ଲାଇ ଇସ୍‌ଲାମିକ୍ ଶାସନକୁ କ୍ଷମତାରୁ ହଟାଇବାକୁ ଦାବି କରୁଛନ୍ତି। ପ୍ରତିବାଦକାରୀମାନେ ଏକଛତ୍ରବାଦୀର ମୃତ୍ୟୁ ସ୍ଲୋଗାନ୍ ଦେଉଛନ୍ତି। 

Advertisment

ଡିସେମ୍ବର ୨୮ ତାରିଖରେ ଦେଶର ଆର୍ଥିକ ସଙ୍କଟର ପ୍ରତିବାଦ କରି ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇ ଏହି ଆନ୍ଦୋଳନ ପାଇଁ ଆମେରିକାକୁ ଦାୟୀ କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶରେ ସୁରକ୍ଷା ବାହିନୀ ବର୍ବରତାର ସହ ବିକ୍ଷୋଭକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

ସୁରକ୍ଷାବାହିନୀ ପ୍ରତିବାଦକାରୀଙ୍କ ଉପରେ ଆଖିବୁଜା ଗୁଳିମାଡ କରୁଛି। ଯାହା ପ୍ରତିବାଦକୁ ଆହୁରି ତୀବ୍ର କରୁଛି। ବିଭିନ୍ନ ବେସରକାରୀ ସଙ୍ଗଠନମାନଙ୍କର ଦାବି ମୁତାବକ, ଏଯାବତ୍ ୬ଟି ହସ୍ପିଟାଲରେ ୨୧୭ ଜଣଙ୍କ ମୃତ୍ୟୁ ହେଲାଣି। ଆମେରିକା ସ୍ଥିତ ମାନବାଧିକାର ସଂଗଠନ ମୃତ୍ୟୁ ସଂଖ୍ୟା ୭୨ ଥିବା ଦର୍ଶାଇଛି ଏବଂ ୨,୩୦୦ ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଛି।

Advertisment

ବିରୋଧ ଆରମ୍ଭ ହେବା ପରଠାରୁ ସରକାର ଦେଶରେ ଇଣ୍ଟରନେଟ୍ ଏବଂ ଫୋନ୍ ସଂଯୋଗ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ଇରାନରେ ସରକାର ନିୟନ୍ତ୍ରିତ ବିଦେଶୀ ଏବଂ ଗଣମାଧ୍ୟମ ଉପରେ କଡା କଟକଣା ଲାଗୁ କରାଯାଛି। ଯାହା ଫଳରେ ପ୍ରକୃତ ମୃତ୍ୟୁ ସଂଖ୍ୟା ଜଣାପଡୁନାହିଁ। ଦେଶର ସରକାର ତୀବ୍ର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଏବଂ ଇସଲାମିକ ଗଣରାଜ୍ୟ ବିଶ୍ୱର ଅନ୍ୟ ଅଂଶରୁ ବିଚ୍ଛିନ୍ନ ରହିଥିବା ସତ୍ତ୍ୱେ ଚାଲିଥିବା ପ୍ରଦର୍ଶନକୁ ସ୍ୱୀକାର କରିଛି। 

ସେନାର ଜଣେ ବରିଷ୍ଠ ଅଧିକାରୀ କଡା ଚେତାବନୀ ଦେଇ କହିଛନ୍ତି ଯେ, ପିତାମାତାମାନେ ସେମାନଙ୍କ ପିଲାଙ୍କୁ ପ୍ରଦର୍ଶନରୁ ଦୂରେଇ ରଖନ୍ତୁ। ନଚେତ୍ ସେମାନଙ୍କ ଦେହରେ ଯେତେବେଳେ ଗୁଳି ବାଜିବ, ଆଉ ଅଭିଯୋଗ କରିବେ ନାହିଁ।

Protest Iran
Advertisment
Related Articles
Advertisment