Advertisment

Bootlegging Continues Unabated: ପ୍ରତିମାସରେ ହେଉଛି ଚଢ଼ାଉ, କିନ୍ତୁ ଚାଲିଛି ମଦଭାଟି

ଗୋଟିଏ ରୁମରେ ପୋଚ ଥିବା ବେଳେ ଆଉ ଏକ ରୁମରେ ଚୁଲା ରହିଛି । ଡ୍ରମ୍ ଡ୍ରମ୍ ପୋଚ ଜବତ ହୋଇଛି । ଡ୍ରମରେ ଅତି ଖରାପ ମାନର କମଳା, ଡାଳିମ୍ବ ଭଳି ଫଳ ପଡିକି ପୋଚ ତିଆରି କରାଯାଉଥିଲା ।

author-image
Tapan Swain
Country Liquor

Country Liquor Photograph: (OTV)

ଭୁବନେଶ୍ବର ସାଲିଆ ସାହିରେ ଦେଶୀ ମଦର ବଡ଼ ହବ୍ । ପୁଣି ବେଆଇନ୍ ଦେଶୀ ମଦ ଭାଟି ଉପରେ ଚଢାଉ କରି ବିପୁଳ ପରିମାଣର ପୋଚ ଜବତ କରିଛି ଭୁବନେଶ୍ବର ଅବକାରୀ ବିଭାଗ ଟିମ୍ ।

Advertisment

ଖୋଦ୍ ରାଜଧାନୀରେ...

ପୋଚ ସାଙ୍ଗକୁ ମଦ ପ୍ରସ୍ତୁତ ସାମଗ୍ରୀ ବି ଜବତ ହୋଇଛି। ୬ଟି ସ୍ଥାନରୁ ମିଳିଛି ପ୍ରାୟ ୬ ହଜାର ଲିଟର ପୋଚ । ଗୋଟିଏ ରୁମରେ ପୋଚ ଥିବା ବେଳେ ଆଉ ଏକ ରୁମରେ ଚୁଲା ରହିଛି । ଡ୍ରମ୍ ଡ୍ରମ୍ ପୋଚ ଜବତ ହୋଇଛି । ଡ୍ରମରେ ଅତି ଖରାପ ମାନର କମଳା, ଡାଳିମ୍ବ ଭଳି ଫଳ ପଡିକି ପୋଚ ତିଆରି କରାଯାଉଥିଲା । ଏମିତିକି ମଦର ମାନ ମାପିବା ପାଇଁ ଆଲକହଲ ମିଟର ମଧ୍ୟ ସେଠାରୁ ଜବତ କରିଛି ଅବକାରୀ ଟିମ୍ । 

ପ୍ରତି ମାସରେ ଚଢାଉ ହେଉଥିବା ସୂଚନା ଦେଇଛି ଅବକାରୀ ଟିମ୍ । ଏହା ସତ୍ତ୍ବେ କେମିତି ଚାଲିଛି ଏଭଳି ବେଆଇନ ମଦ ଭାଟି, ତାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ ।

Advertisment

ବେଆଇନ୍ ଦେଶୀ ମଦ କାରଖାନା ଠାବ
ଭୁବନେଶ୍ବର ସାଲିଆସାହିରେ ଦେଶୀ ମଦ କାରଖାନା ଠାବ
ବିପୁଳ ପରିମାଣର ବେଆଇନ ମଦ ଜବତ 
ପୋଚ ସାଙ୍ଗକୁ ମଦ ପ୍ରସ୍ତୁତ ସାମଗ୍ରୀ ବି ଜବତ
ଭୁବନେଶ୍ବର ଅବକାରୀ ବିଭାଗ ପକ୍ଷରୁ ଚଢାଉ

Raid Liquor
Advertisment
Related Articles
Advertisment