Advertisment

Social Media Alert: ବ୍ୟାନ ହେବ ଫେସବୁକ୍ ଓ ଇନଷ୍ଟାଗ୍ରାମ୍, ନମାନିଲେ ଲାଗିବ ବଡ଼ ଜୋରିମାନା

ବ୍ୟାନ ହେବ ସୋସିଆଲ ମିଡିଆର ସବୁଠାରୁ ଲୋକପ୍ରିୟ ପ୍ଲାଟଫର୍ମ ଫେସବୁକ୍ ଓ ଇନଷ୍ଟାଗ୍ରାମ୍। ୪ ଡିସେମ୍ବରରୁ ବନ୍ଦ କରିବା ପାଇଁ ଘୋଷଣା କଲା ମେଟା। ନ ମାନିଲେ ଲାଗିବ ବଡ଼ ଜୋରିମାନା।

author-image
Chinmayee Sahoo
Insta-Facebook-Ban

Insta-Facebook-Ban Photograph: (OTV)

ସୋସିଆଲ ମିଡିଆର ସବୁଠାରୁ ଲୋକପ୍ରିୟ ପ୍ଲାଟଫର୍ମ ହେଉଛି ଫେସବୁକଇନଷ୍ଟାଗ୍ରାମ। ଆଜିର ଦିନରେ ସମସ୍ତେ ଏଥିରେ ଆକ୍ଟିଭ। ନିଜର ପ୍ରତିଦିନର ଅପଡେଟ ଅନ୍ୟଙ୍କୁ ଦେବା ସହ ବନ୍ଧୁତା ପ୍ରେମ ସବୁ କିଛି ସୋସିଆଲ ମିଡିଆରେ ଚାଲିଛି। ଏମିତିକି ଏଥିରୁ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ବି ମିଳୁଛି। ଏବେକା ସମୟରେ ଏସବୁ ବିନା ବଞ୍ଚିବା ଅଧିକାଂଶଙ୍କ ପାଇଁ ସମ୍ଭବ ନୁହେଁ। ଯଦି ଆପଣଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଡିଲିଟ କରିଦିଆଯାଏ, ତାହାଲେ କଣ କରିବେ? ସରକାରୀ ନିୟମ ଅନୁଯାୟୀ ଆସନ୍ତା ଡିସେମ୍ବର ୪ ତାରିଖରୁ ବ୍ୟାନ ହୋଇଯିବ ଫେସବୁକ ଓ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ।

Advertisment

ତେବେ ଏହି ନିୟମ ଅଷ୍ଟ୍ରେଲିଆରେ ୧୬ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ପାଇଁ ଲାଗୁ କରାଯାଇଛି। ଏ ନେଇ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ର ପ୍ୟାରେଣ୍ଟ କମ୍ପାନୀ ମେଟା ସୂଚନା ଦେଇଛି। ଶିଶୁମାନଙ୍କୁ ସୋସିଆଲ ମିଡିଆରୁ ଦୂରେଇ ରଖିବା ପାଇଁ ନୂଆ ଆଇନ ଲାଗୁ କରିଛନ୍ତି ଅଷ୍ଟ୍ରେଲିଆ ସରକାର। ଯାହା ଅଧିନରେ ଏବେ ଦେଶରେ ୧୬ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଆସିଛି।

ଭିଡିଓ ଦେଖନ୍ତୁ:

୧୦ ଡିସେମ୍ବରରୁ ଅଷ୍ଟ୍ରେଲିଆରେ ଶିଶୁ ମାନେ ଫେସବୁକ୍, ଇନଷ୍ଟାଗ୍ରାମ୍, ଟିକଟକ୍ ଆଉ ଚଲାଇ ପାରିବେ ନାହିଁ। ଯଦି ମେଟା ଡେଡଲାଇନ ଭିତରେ ଆକାଉଣ୍ଟ ଗୁଡ଼ିକୁ ଡିଲିଟ ନକରେ ତେବେ ତାକୁ ୪୯.୫ ମିଲିୟନ ଅଷ୍ଟ୍ରେଲିଆନ୍ ଡଲାର ବା ପ୍ରାୟ ୨୮୩ କୋଟି ଟଙ୍କା ଜୋରିମାନା ଦେବାକୁ ପଡ଼ିବ।

Advertisment

ସରକାରୀ ତଥ୍ୟ ଅନୁଯାୟୀ, ଅଷ୍ଟ୍ରେଲିଆରେ ପ୍ରାୟ ୩ ଲକ୍ଷ ୫୦ହଜାର ଜଣ ୧୩-୧୫ ବର୍ଷ ବୟସର ଇନଷ୍ଟାଗ୍ରାମ୍ ୟୁଜର୍ସ ଏବଂ ପ୍ରାୟ ଲକ୍ଷେ ୫୦ ହଜାର ଜଣ ଫେସବୁକ୍ ୟୁଜର୍ସ ଅଛନ୍ତି। ଯୁବପିଢି ସୋସିଆଲ ମିଡିଆରେ ମାତି ନିଜ ଗୁରୁତ୍ୱପୂର୍ଣ୍ଣ ସମୟ ନଷ୍ଟ କରୁଛନ୍ତି। ଆଉ ସାଙ୍ଗମାନେ ଓ ସମୁଦାୟ ଠାରୁ ବିଚ୍ଛିନ୍ନ ରହୁଛନ୍ତି। ତେଣୁ ଏହି ସୋସିଆଲ ମିଡିଆ ଆଇନ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଛି।

Facebook Instagram
Advertisment
Related Articles
Advertisment