/odishatv-khabar/media/media_files/2025/11/24/ram-mandir-2025-11-24-11-12-31.jpg)
Dharma Dhwaja at Ayodhya Ram Mandir Photograph: (OTV)
ଆସନ୍ତାକାଲି (୨୫ ତାରିଖ) ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ରାମ ମନ୍ଦିର ଶିଖରରେ ହେବ ଧର୍ମ ଧ୍ବଜା ସ୍ଥାପନ ଉତ୍ସବ । ଏଥିପାଇଁ ସଜେଇ ହୋଇଛି ରାମ ନଗରୀ ଅଯୋଧ୍ୟା । ସହରକୁ ବିଭିନ୍ନ ଫୁଲ, ପୁଷ୍ପ ମାଳରେ ସୁସଜ୍ଜିତ କରାଯାଇଛି । ସେହିଭଳି ବିଭିନ୍ନ ଆଲୋକମାଳାରେ ମଧ୍ୟ ସହରକୁ ସୁନ୍ଦର ଭାବେ ସଜାଯାଇଛି । ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ।
ଧ୍ବଜାରୋହଣ କାର୍ଯ୍ୟକ୍ରମ ପାଇଁ ଅଯୋଧ୍ୟାରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବଟନ୍ ଦବାଇ ଧ୍ବଜା ଉଦଘାଟନ କରିବେ । ରାମମନ୍ଦିର ସମେତ ଅନ୍ୟ ପାର୍ଶ୍ବ ମନ୍ଦିରରେ ବି ଧ୍ବଜାରୋହଣ କରାଯିବ । ଅହମ୍ମଦାବାଦରେ ତିଆରି ହୋଇଛି ଏହି ଧ୍ବଜା । ୧୯୧ ଫୁଟ ଉଚ୍ଚତାରେ ମନ୍ଦିର ଶିଖରରେ ୨୨ ଫୁଟ ଓସାରର ଏହି ଧ୍ବଜା ସ୍ଥାପନ ହେବ । ଏହି ଧ୍ବଜାର ଓଜନ ପ୍ରାୟ ୧୧ କେଜି ରହିଛି । ଧ୍ବଜାରେ ରାମଙ୍କ ପ୍ରତୀକ ରହିଛି । ୩ଟି ଲେୟାର ଫେବ୍ରିକରେ ଏହି ଧ୍ବଜା ତିଆରି ହୋଇଛି । ଧ୍ବଜା ନିର୍ମାଣ ପାଇଁ ୨୫ ଦିନ ସମୟ ଲାଗିଛି ।
ଧର୍ମ ଧ୍ୱଜା ସ୍ଥାପନ ଉତ୍ସବ ପାଇଁ ଉତ୍ସବମୁଖର ହୋଇ ଉଠିଲାଣି ସମଗ୍ର ଅଯୋଧ୍ୟା । ଚାରିଆଡ଼େ ଶୁଭୁଛି କେବଳ ରାମ ନାମ। ରାମଲୀଳାରେ ଉବୁଟୁବୁ ହେଉଛନ୍ତି ସମଗ୍ର ଦେଶବାସୀ । ମନ୍ଦିର ପ୍ରଶାସନ ପକ୍ଷରୁ ରାମଲାଲାଙ୍କ ସ୍ବତନ୍ତ୍ର ପୂଜାବିଧି ପାଇଁ ଭବ୍ୟ ଆୟୋଜନ କରାଯାଇଛି । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)