/odishatv-khabar/media/media_files/2025/11/24/odia-youth-donate-organ-2025-11-24-11-45-51.jpg)
Odia Youth Donate Organ Photograph: (OTV)
କଥାରେ ଅଛି ମର୍ତ୍ତ୍ୟ ମଣ୍ଡଳେ ଦେହ ବଇ, ଦେବତା ହେଲେ ବି ମରଇ। ହେଲେ ଦୁନିଆରେ ଏମିତି କି ଲୋକ ଅଛନ୍ତି ଯେଉଁମାନେ ଇହଧାମ ଛାଡ଼ି ମଧ୍ୟ ଅମର ହୋଇଯାଇଛନ୍ତି। ଯେମିତି ଓଡ଼ିଶାର ପଞ୍ଚୁ ପ୍ରଧାନ। ଯିଏ ମାତ୍ର ୩୯ ବର୍ଷ ବୟସରେ ଅକାଳରେ ଚାଲିଯାଇଥିଲେ ମଧ୍ୟ ବଞ୍ଚାଇ ଦେଇଛନ୍ତି ୩ ଜୀବନ। ଆଉ ଛାଡ଼ି ଯାଇଛନ୍ତି ମାନବିକତାର ଅଲିଭା ଉଦାହରଣ।
ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଆମ୍ବଝର ନିବାସୀ ପଞ୍ଚୁ ପ୍ରଧାନ ସୁରଟରେ ରହି କାମ କରୁଥିଲେ। ହେଲେ ୧୭ ତାରିଖ ଦିନ ତାଙ୍କୁ ହଠାତ ରାସ୍ତା କଡ଼ରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକମାନେ ତାଙ୍କୁ ତରନ୍ତ ସୁରଟର ସରକାରୀ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ICUରେ ଚିକିତ୍ସା ଜାରି ରହିଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଆସି ନଥିଲା। ଫଳରେ ଡାକ୍ତରମାନେ ତାଙ୍କୁ ବ୍ରେନ ଡେଡ୍ ଘୋଷଣା କରିଥିଲେ। ହେଲେ ତାପରେ ପଞ୍ଚୁଙ୍କ ପରିବାର ଦେଖାଇଥିଲେ ବଡ଼ପଣ। ଆଉ ତାଙ୍କ ଲିଭର ଓ ଦୁଇଟି କିଡନୀ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଯାହା ଏବେ ତିନି ଜଣ ରୋଗୀଙ୍କୁ ନୂତନ ଜୀବନ ଦେବ।
ତେବେ ଏତେ ଦୁଃଖରେ ମଧ୍ୟ ପଞ୍ଚୁଙ୍କ ଭାଇ ଏବଂ ବନ୍ଧୁମାନେ କହିଛନ୍ତି ଯେ କଷ୍ଟ ଲାଗୁଛି ଯେ ପଞ୍ଚୁ ତାଙ୍କ ଗହଣରେ ନାହିଁ। ଯେହେତୁ ତାଙ୍କ ଅଙ୍ଗ ୩ ଜଣଙ୍କ ଜୀବନ ବଞ୍ଚାଇବ, ତେଣୁ ସେମାନେ ବିଶ୍ବାସ କରିବେ ଯେ ତାଙ୍କ ଭାଇ ଏବେ ବି ବଞ୍ଚି ରହିଛି। ଏହାଛଡ଼ା ପଞ୍ଚୁ ପ୍ରଧାନଙ୍କର ଏକ ୬ ମାସର ପୁଅ ଅଛି। ଯିଏ ତାଙ୍କ ମାଆଙ୍କ ସହିତ ଓଡ଼ିଶାରେ ରୁହନ୍ତି। ଆଉ ଦୁଃଖର ବିଷୟ ପଞ୍ଚୁ କେବେ ତାଙ୍କ ପୁଅକୁ କୋଳରେ ଧରି ନାହାଁନ୍ତି। କେବଳ ଫଟୋରେ ଦେଖିଛନ୍ତି। ଏବେ ତାଙ୍କ ପରିବାର ଅସହାୟ ହୋଇପଡ଼ିଛି। ତେଣୁ ତାଙ୍କୁ ସହାୟତା କରିବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି ।
ପଞ୍ଚୁଙ୍କ ଲିଭର ଏବଂ ଉଭୟ କିଡନୀକୁ ଗ୍ରୀନ କରିଡର ମାଧ୍ୟମରେ ଅହମ୍ମଦାବାଦକୁ ସ୍ଥାନାନ୍ତରିତ କରାଯାଇଛି। ଯାହା ସେଠାରେ ତିନି ଅସହାୟଙ୍କ ମୁହଁରେ ହସ ଖେଳାଇବାକୁ ଯାଉଛି। ମରି ମଧ୍ୟ ଆଜି ଅମର ହୋଇଯାଇଛନ୍ତି। ଆଉ ଦୁନିଆକୁ ଶିଖାଇ ଦେଇଛନ୍ତି ମାନବିକତାର ପ୍ରକୃତ ଉଦାହରଣ ।
Ayodhya Ram Mandir : କାଲି ଉଡ଼ିବ ଧର୍ମ ଧ୍ୱଜା; ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ମୋଦି

Multiple Explosions At Frontier Corps: ଆତ୍ମଘାତୀ ବିସ୍ଫୋରଣ ସହ ଆଖିବୁହା ଗୁଳିମାଡ: ଏକାଧିକ ସୈନିକ ମୃତ

Justice Suryakanta Takes Oath: ଶପଥ ନେଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି, ଉତ୍ସବରେ ସାମିଲ ପ୍ରଧାନମନ୍ତ୍ରୀ

Kendrapara Horror: ଚାଞ୍ଚଲ୍ୟ! ଦାନା ନେ...କହି ଗୁଳି ମାରିଲା ନିଶାସକ୍ତ ଯୁବକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)