/odishatv-khabar/media/media_files/2026/01/11/shaurya-yatra-2026-01-11-10-17-26.jpg)
Shaurya Yatra Photograph: (OTV)
ଗୁଜରାଟ ସୋମନାଥ ମନ୍ଦିର ଆକ୍ରମଣକୁ ପୁରିଛି ହଜାରେ ବର୍ଷ। ଏହି ଅବସରରେ ପାଳନ କରାଯାଉଛି ସୋମନାଥ ସ୍ୱାଭିମାନ ପର୍ବ। ମନ୍ତ୍ର, ଧ୍ବନିରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର। ମନ୍ଦିର ପାଇଁ ବଳିଦାନ ଦେଇଥିବା ଲୋକଙ୍କ ଉଦ୍ଦେଶ୍ୟରେ ଆୟୋଜନ ହେଉଛି ଶୌର୍ଯ୍ୟ ଯାତ୍ରା। ଏହି ଶୌର୍ଯ୍ୟ ଯାତ୍ରାରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସୋମନାଥ ପରିସରରେ ଏହି ଶୌର୍ଯ୍ୟ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। ଏହି ଶୌର୍ଯ୍ୟ ଯାତ୍ରାରେ ଗୁଜରାଟ ମାଉଣ୍ଟେନ ୟୁନିଟର ୧୦୮ ଘୋଡା ଭାଗ ନେଇଛନ୍ତି। ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଚାରିଆଡ଼େ ସୃଷ୍ଟି ହୋଇଛି ଅଦ୍ଭୁତ ଆଧ୍ୟାତ୍ମିକ ପରିବେଶ।
ଅପୂର୍ବ ଦିବ୍ୟତା ଓ ଭବ୍ୟତାରେ ଉଚ୍ଛୁଳୁଛି ଚତୁଃପାର୍ଶ୍ବ। ଶୁଭ ପର୍ବରେ ଆୟୋଜିତ ଓଁକାର ମନ୍ତ୍ର ସାମୁହିକ ଜପରେ ସାମିଲ ହୋଇଛନ୍ତି ମୋଦି। ଏହି ଅବସରରେ ଗତକାଲି ସେ ହଜାରେ ସେକେଣ୍ଡ ପାଇଁ ସାମୁହିକ ଓଁକାର ଧ୍ବନି ଜପ କରିଥିଲେ। ସୋସିଆଲ୍ ମିଡିଆ ଏକ୍ସରେ ଅନୁଭୂତି ବଖାଣି ପିଏମ୍ କହିଛନ୍ତି, ଓମ୍ ହେଉଛି ଆମର ବେଦ, ଶାସ୍ତ୍ର, ପୁରାଣ, ଉପନିଷଦ।
ଓମ୍ ଧ୍ୟାନ ଏବଂ ଯୋଗର ମୂଳ। ଓମ୍ ହିଁ ବ୍ରହ୍ମ ଶବ୍ଦର ସାର ଓ ଆଧ୍ୟାତ୍ମିକ ଅଭ୍ୟାସର ଲକ୍ଷ୍ୟ। ଆମର ମନ୍ତ୍ରଗୁଡ଼ିକ ଓମ୍ ସହିତ ଆରମ୍ଭ ଏବଂ ଶେଷ ମଧ୍ୟ ହୋଇଥାଏ। ଓମ ଶକ୍ତି ମୋ ଅନ୍ତରରେ ଆନନ୍ଦ ଆଣୁଥିବା କହିଛନ୍ତି ମୋଦି।
ସୋମନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ସୋମନାଥ ସ୍ବାଭିମାନ ପର୍ବରେ ସାମିଲ ହେଲେ ପିଏମ୍
ଶୌର୍ଯ୍ୟ ଯାତ୍ରାରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ
ଚାରିଆଡ଼େ ଅପୂର୍ବ ଦିବ୍ୟତା ଓ ଭବ୍ୟତା
ଓଁକାର ମନ୍ତ୍ର ସାମୁହିକ ଜପରେ ସାମିଲ ହେଲେ ମୋଦି
ହଜାରେ ସେକେଣ୍ଡ ପାଇଁ ଓଁକାର ଧ୍ବନି ଜପ କଲେ ପିଏମ୍
ପିଏମ ଦେଖିଲେ ଭବ୍ୟତାରେ ପରିପୂର୍ଣ୍ଣ ଡ୍ରୋନ୍ ଶୋ'
Youth Brutally Murdered: ଯୁବକଙ୍କୁ ବିଭତ୍ସ ହତ୍ୟା, ନଦୀପଠାରେ ପଡ଼ିଛି ମୃତଦେହ

Major Accident: ଭୟଙ୍କର ଦୁର୍ଘଟଣା; ଟ୍ରକକୁ ଧକ୍କା ଦେଲା ଟ୍ରାଭେଲର୍ସ

Illegal Country Liquor Factory Busted: ଅବକାରୀ ବିଭାଗର ବଡ଼ ରେଡ୍, ଅବକାରୀ ଥାନା ଅଧିକାରୀଙ୍କ ସହ ସ୍ବତନ୍ତ୍ର ଟିମ୍ ସାମିଲ

AAIB To Probe Charter Aircraft Crash: ରାଉରକେଲା ଚାର୍ଟର ବିମାନ ଦୁର୍ଘଟଣା; ତଦନ୍ତ କରିବ AAIB

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)