Advertisment

Rajnath Singh's Big Remark: ଭାରତକୁ ଫେରିପାରେ 'ସିନ୍ଧ'! ରାଜନାଥଙ୍କ ବୟାନ, ପାକିସ୍ତାନରେ ହଲଚଲ

୧୯୪୭ ପୂର୍ବରୁ ଅଖଣ୍ଡ ଭାରତର ଅଂଶ ଥିଲା ସିନ୍ଧ। ୧୯୪୭ରେ ବିଭାଜନ ପରେ ପାକିସ୍ତାନକୁ ଚାଲିଗଲା। ସିନ୍ଧ ଭାରତକୁ ଫେରିପାରେ ବୋଲି ରାଜନାଥଙ୍କ ବୟାନ ପରେ ପାକିସ୍ତାନରେ ହଇଚଇ ସୃଷ୍ଟି।

author-image
Chinmayee Sahoo
Rajnath Singh

Rajnath Singh Photograph: (OTV)

କେବେ ବି ବଦଳିପାରେ ଭାରତର ସୀମାରେଖା । କିଏ ଜାଣେ ପୁଣି ଥରେ ଭାରତକୁ ଫେରିପାରେ ସିନ୍ଧ୍। ପାକିସ୍ତାନର ସିନ୍ଧ୍ ପ୍ରଦେଶକୁ ନେଇ ଏମିତି ବଡ଼ କଥା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।

Advertisment

ଦିଲ୍ଲୀରେ ସିନ୍ଧୀ ସମାଜ ସମ୍ମିଳନୀରେ ଯୋଗ ଦେଇ ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ, ସିନ୍ଧ ଅଞ୍ଚଳ ଆଜି ଭାରତ ସହିତ ନାହିଁ। କିନ୍ତୁ ସଭ୍ୟତାଗତ ଭାବରେ ସିନ୍ଧ ସବୁବେଳେ ଭାରତର ଅଂଶ। ଖୁବଶୀଘ୍ର ସୀମା ପରିବର୍ତ୍ତନ ହୋଇପାରେ। କିଏ ଜାଣେ କାଲି ସିନ୍ଧ ଭାରତକୁ ବି ଫେରିପାରେ। ସିନ୍ଧୁ ନଦୀକୁ ପବିତ୍ର ମନେ କରୁଥିବା ସିନ୍ଧର ଲୋକମାନେ ଯେଉଁଠାରେ ଥାଆନ୍ତୁ, ସବୁବେଳେ ଆମର ରହିବେ ବୋଲି କହିଛନ୍ତି ରାଜନାଥ।

ସିନ୍ଧୁ ନଦୀ ନିକଟରେ ଥିବା ଏକ ଅଞ୍ଚଳ ହେଉଛି ସିନ୍ଧ୍। ଏହା ୧୯୪୭ ପୂର୍ବରୁ ଅଖଣ୍ଡ ଭାରତର ଅଂଶ ଥିଲା। ୧୯୪୭ରେ ବିଭାଜନ ପରେ ପାକିସ୍ତାନକୁ ଚାଲିଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଭିଡିଓ ଭାଇରାଲ ହେଉଥିବା ବେଳେ ଏହା ପାକିସ୍ତାନ ପାଇଁ ଏକ ସତର୍କ ଘଣ୍ଟି ହୋଇଛି।

Advertisment


•    ଭାରତକୁ ଫେରିପାରେ 'ସିନ୍ଧ' 
•    ରାଜନାଥଙ୍କ ବୟାନ, ପାକିସ୍ତାନରେ ହଲଚଲ
•    ପାକିସ୍ତାନର ସିନ୍ଧ ପ୍ରଦେଶକୁ ନେଇ ରାଜନାଥଙ୍କ ବଡ଼ ବୟାନ
•    'ସିନ୍ଧ ଅଞ୍ଚଳ ଆଜି ଭାରତ ସହିତ ନାହିଁ'
•    'କିନ୍ତୁ ସଭ୍ୟତାଗତ ଭାବରେ ସିନ୍ଧ ସବୁବେଳେ ଭାରତର ଅଂଶ'
•    'ଖୁବଶୀଘ୍ର ସୀମା ପରିବର୍ତ୍ତନ ହୋଇପାରେ'
•    'କିଏ ଜାଣେ କାଲି ସିନ୍ଧ ଭାରତକୁ ଫେରିପାରେ'
•    'ସିନ୍ଧୁ ନଦୀକୁ ପବିତ୍ର ମନେ କରୁଥିବା ସିନ୍ଧ ଲୋକମାନେ ଆମର ରହିବେ'
•    ୧୯୪୭ ପୂର୍ବରୁ ଅଖଣ୍ଡ ଭାରତର ଅଂଶ ଥିଲା ସିନ୍ଧ
•    ୧୯୪୭ରେ ବିଭାଜନ ପରେ ପାକିସ୍ତାନକୁ ଚାଲିଗଲା
•    ରାଜନାଥଙ୍କ ବୟାନ ପରେ ପାକିସ୍ତାନରେ ହଇଚଇ

Defence Minister Rajnath Singh
Advertisment
Related Articles
Advertisment