Advertisment

53rd Chief Justice of India: ଆଜି ଶପଥ ନେବେ ନୂଆ CJI; ସାମିଲ ହେବେ ୬ଟି ଦେଶର ପ୍ରଧାନ ବିଚାରପତି ଓ ବିଚାରପତି

ଆଜି ନୂଆ ସିଜେଆଇ ଭାବେ ଶପଥ ନେବେ ଜଷ୍ଟିସ ସୂର୍ଯ୍ୟକାନ୍ତ। ସୁପ୍ରିମକୋର୍ଟର ୫୩ ତମ ଚିଫ୍ ଜଷ୍ଟିସ ଭାବେ ନେବେ ଦାୟିତ୍ବ। ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି।

author-image
Chinmayee Sahoo
CJI-OATH

CJI-OATH Photograph: (OTV)

ଆଜି ଭାରତର ନୂଆ ସିଜେଆଇ ଭାବରେ ଶପଥ ନେବେ ଜଷ୍ଟିସ ସୂର୍ଯ୍ୟକାନ୍ତ। ସୁପ୍ରିମକୋର୍ଟର ୫୩ ତମ ଚିଫ୍ ଜଷ୍ଟିସ ଅଫ ଇଣ୍ଡିଆ ଭାବରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଦାୟିତ୍ବ ଗ୍ରହଣ କରିବେ। ଏହା ପୂର୍ବରୁ ସିଜେଆଇ ବିଆର ଗବାଇଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ନୂଆ ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Advertisment

ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ଏଥର ଭିନ୍ନ ହେବ। ଉତ୍ସବରେ ୬ଟି ଦେଶର ପ୍ରଧାନ ବିଚାରପତି, ଜଜ୍ ଏବଂ ସେମାନଙ୍କ ପରିବାର ସଦସ୍ୟ ସାମିଲ ହେବେ। ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଶପଥ ଗ୍ରହଣ ଉତ୍ସବରେ ୬ଟି ଦେଶର ପ୍ରଧାନ ବିଚାରପତି ଏବଂ ବିଚାରପତିମାନେ ଉପସ୍ଥିତ ରହିବେ। ଏଭଳି ଦୃଶ୍ୟ ପ୍ରଥମ ଥର ଲାଗି ଦେଖିବାକୁ ମିଳିବ।

୧୦ ଫେବୃଆରୀ, ୧୯୬୨ରେ ହରିୟାଣାର ହିସାର ଜିଲ୍ଲାର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ ସୂର୍ଯ୍ୟକାନ୍ତ। ୨୪ ମେ ୨୦୧୯ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ଏହା ପୂର୍ବରୁ ସେ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ।

Advertisment

•    ଆଜି ଶପଥ ନେବେ ନୂଆ CJI
•    ଆଜି ନୂଆ ସିଜେଆଇ ଭାବେ ଶପଥ ନେବେ ଜଷ୍ଟିସ ସୂର୍ଯ୍ୟକାନ୍ତ
•    ସୁପ୍ରିମକୋର୍ଟର ୫୩ ତମ ଚିଫ୍ ଜଷ୍ଟିସ ଭାବେ ନେବେ ଦାୟିତ୍ବ
•    ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି
•    ଏଥର ଭିନ୍ନ ହେବ ସିଜେଆଇଙ୍କ ଶପଥ ଗ୍ରହଣ ସମାରୋହ
•    ଉତ୍ସବରେ ସାମିଲ ହେବେ ୬ଟି ଦେଶର ପ୍ରଧାନ ବିଚାରପତି ଓ ବିଚାରପତି
•    ହରିୟାଣାରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ

Chief Justice Of India
Advertisment
Related Articles
Advertisment