/odishatv-khabar/media/media_files/2025/11/24/kendrapada-firing-2025-11-24-09-30-16.jpg)
KENDRAPADA-FIRING Photograph: (OTV)
କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ। ଦାନା ନେ...କହି ଗୁଳି ମାରିଲା ନିଶାସକ୍ତ ଯୁବକ। ବଟି ନଦେବାରୁ ଶିକ୍ଷକଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ ଅଭିଯୋଗ। ଗତକାଲି ରାତି ପ୍ରାୟ ୮ଟା ବେଳେ କେନ୍ଦ୍ରାପଡ଼ା ଗରାପୁର ଦି ପ୍ୟାଲେସ୍ ହୋଟେଲ୍ ପଛପାଖେ ଘଟିଥିଲା ଗୁଳିକାଣ୍ଡ।
ଅଭିଯୋଗ ଅନୁସାରେ, ସ୍ଥାନୀୟ ଶିବୁ ନାମକ ଯୁବକ ଦାଦାବଟି ପାଇଁ ପୂର୍ବରୁ ଅସୀମ ରାଉତରାୟଙ୍କୁ ଗାଳିଗୁଲଜ କରୁଥିଲା। ଗତକାଲି ମଧ୍ୟ ସମାନ ଆଚରଣ ଦେଖାଇଥିଲା। ଏହାକୁ ବିରୋଧ କରିବାରୁ ବନ୍ଧୁକ ଦେଖାଇ ଗୋଟିଏ ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଆକ୍ରମଣ କରିଥିଲା ଅଭିଯୁକ୍ତ ଶିବୁ। ଦାନା ନେ କହି ଚଳାଇଥିଲା ଗୁଳି।
ଏପରିକି ବନ୍ଧୁକ ଛଡ଼ାଇବାକୁ ଉଦ୍ୟମ ବେଳେ ଅସୀମଙ୍କ ମାଆଙ୍କୁ ମଧ୍ୟ ଆକ୍ରମଣ କରି ଲହୁଲୁହାଣ କରିଥିଲା। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଚାଲିଛି। ତେବେ ଏସମ୍ପର୍କରେ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନି।
• ଦାନା ନେ...କହି ଫାୟାରିଂ
• କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ
• ଦାନା ନେ...କହି ଗୁଳି ମାରିଲା ନିଶାସକ୍ତ ଯୁବକ
• ବଟି ନଦେବାରୁ ଶିକ୍ଷକଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ ଅଭିଯୋଗ
• ଗରାପୁର ଦି ପ୍ୟାଲେସ୍ ହୋଟେଲ୍ ପଛପାଖର ଘଟଣା
• ଅସୀମ ରାଉତରାୟଙ୍କୁ ଶିବୁ ଆକ୍ରମଣ କରିଥିବା ଅଭିଯୋଗ
• ଗୋଟିଏ ରାଉଣ୍ଡ ଫାଙ୍କା ଗୁଳି ଚଳାଇଲା ଶିବୁ
• ବନ୍ଧୁକ ଛଡ଼ାଇବାକୁ ଉଦ୍ୟମ କରିବାକୁ ମରଣାନ୍ତକ ଆକ୍ରମଣ
• ଥାନାରେ ଏତଲା, ଅଭିଯୁକ୍ତକୁ ଖୋଜୁଛି ପୋଲିସ
53rd Chief Justice of India: ଆଜି ଶପଥ ନେବେ ନୂଆ CJI; ସାମିଲ ହେବେ ୬ଟି ଦେଶର ପ୍ରଧାନ ବିଚାରପତି ଓ ବିଚାରପତି

Rajnath Singh's Big Remark: ଭାରତକୁ ଫେରିପାରେ 'ସିନ୍ଧ'! ରାଜନାଥଙ୍କ ବୟାନ, ପାକିସ୍ତାନରେ ହଲଚଲ

Cyclone Brewing in Bay of Bengal: ଆସୁଛି ବାତ୍ୟା, କାଲିଠୁ ବଢିବ ପବନର ବେଗ

Weekly Horoscope From 24th November 2025 To 30th November 2025: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)