/odishatv-khabar/media/media_files/2026/02/04/jaishankar-meets-rubio-2026-02-04-10-59-26.jpg)
Jaishankar Meets Rubio Photograph: (OTV)
ଭାରତ ଆମେରିକା ଐତିହାସିକ ଟ୍ରେଡ୍ ଡିଲ୍ ପରେ ଅନ୍ୟ କ୍ଷେତ୍ରରେ ଆର୍ଥିକ ସହଯୋଗ ଉପରେ ଦୁଇ ଦେଶର ଗୁରୁତ୍ବ । ଆଉ ଏହି ଏଜେଣ୍ଡାକୁ ନେଇ ୩ ଦିନିଆ ହାଇପ୍ରୋଫାଇଲ୍ ଆମେରିକା ଗସ୍ତରେ ଯାଇଛନ୍ତି ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର । ୱାଂଶିଟନରେ ପହଞ୍ଚିବା ପରେ ସେ ତାଙ୍କ ଆମେରିକୀୟ ପ୍ରତିପକ୍ଷ ମାର୍କୋ ରୁବିଓଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।
ବିଶେଷ କରି କ୍ରିଟିକାଲ ମିନେରାଲ ପ୍ରସଙ୍ଗରେ ସହଯୋଗ ନେଇ ଦୁଇ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଛି । ଗୁରୁତ୍ବପୂର୍ଣ୍ଣ କ୍ରିଟିକାଲ ମିନେରାଲର ଆବିଷ୍କାର ଓ ଗବେଷଣା ପ୍ରସଙ୍ଗରେ ଆଜି ଭାରତ ଓ ଆମେରିକା ମଧ୍ୟରେ ପ୍ରଥମ ମନ୍ତ୍ରୀସ୍ତରୀୟ ଆଲୋଚନା ହେବ । ତେବେ ତା ପୂର୍ବରୁ ଜୟଶଙ୍କର, ରୁବିଓଙ୍କ ସହ ଏ ନେଇ କଥାବାର୍ତ୍ତା କରିଛନ୍ତି ।
ନିଜେ ରୁବିଓ ମଧ୍ୟ ଏକ୍ସରେ ଏ ସମ୍ପର୍କରେ ସୂଚନା ଦେବା ସହ କ୍ରିଟିକାଲ ମିନେରାଲ କ୍ଷେତ୍ରରେ ଉଭୟ ଦେଶ ପାଇଁ ନୂଆ ଆର୍ଥିକ ସମ୍ଭାବନାର ରାସ୍ତା ଖୋଲିପାରେ ବୋଲି ଉଲ୍ଲେଖ କରିଛନ୍ତି । ଏଥିସହିତ ଭାରତ-ଆମେରିକା ମଧ୍ୟରେ ହୋଇଥିବା ଟ୍ରେଡ୍ ଡିଲ୍ କୁ ଉଭୟେ ସ୍ବାଗତ କରିଥିବା ଲେଖିଛନ୍ତି ରୁବିଓ ।
ସେହିପରି ଜୟଶଙ୍କର ମଧ୍ୟ ଏକ୍ସରେ ରୁବିଓଙ୍କ ସହ କଥାବାର୍ତ୍ତାକୁ ଉଲ୍ଲେଖ କରିବା ସହ ବ୍ୟାବସାୟିକ, ଶକ୍ତି, ପରମାଣୁ, ପ୍ରତିରକ୍ଷା ସହିତ କ୍ରିଟିକାଲ ମିନେରାଲ ଏବଂ ଆଇଟି କ୍ଷେତ୍ରରେ ରଣନୈତିକ ସହଯୋଗ ଉପରେ ଆଲୋଚନା ହୋଇଥିବା ଲେଖିଛନ୍ତି ।
Iran–US Tensions Spike: ଆରବ ସାଗରରେ ବଡ଼ ହଲଚଲ... ଇରାନ୍ ଡ୍ରୋନ୍ ଖସାଇଲା ଆମେରିକା

President Droupadi Murmu in Puri: ଶ୍ରୀଜିଉଙ୍କ ଦର୍ଶନ କଲେ ରାଷ୍ଟ୍ରପତି; ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଥିଲେ ସାମିଲ

Man Extracts Gold From SIM Card: ସିମ୍ କାର୍ଡରୁ ବାହାରୁଛି ସୁନା, ବ୍ୟକ୍ତି ଜଣଙ୍କ ବାହାର କଲେ ୧୯୦ ଗ୍ରାମରୁ ଅଧିକ

Saif al-Islam Gaddafi killed in Zintan: ପୂର୍ବତନ ଏକଛତ୍ରବାଦୀ କର୍ଣ୍ଣେଲ ମୁଅମ୍ମର ଗଦ୍ଦାଫିଙ୍କ ପୁଅଙ୍କୁ ଗୁଳି କରି ହତ୍ୟା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)