Advertisment

President Droupadi Murmu in Puri: ଶ୍ରୀଜିଉଙ୍କ ଦର୍ଶନ କଲେ ରାଷ୍ଟ୍ରପତି; ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଥିଲେ ସାମିଲ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ତୃତୀୟ ଦିନ। ପୁରୀରେ ପହଞ୍ଚିବା ପରେ ଆଜି ଶ୍ବେତଗଙ୍ଗାରେ ପ୍ରଥମେ ପିଣ୍ଡଦାନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

author-image
Chinmayee Sahoo
President Droupadi Murmu

President Droupadi Murmu Photograph: (OTV)

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ତୃତୀୟ ଦିନ। ପୁରୀରେ ପହଞ୍ଚିବା ପରେ ଆଜି ଶ୍ବେତଗଙ୍ଗାରେ ପ୍ରଥମେ ପିଣ୍ଡଦାନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାପରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ସହ ସାଥିରେ ଥିଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

Advertisment

ଶ୍ରୀଜିଉଙ୍କୁ ଦର୍ଶନ ସାରି ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖଣ୍ଡୁଆ ଓ ପଟ୍ଟଚିତ୍ର ପ୍ରଦାନ କରାଯାଇଥିଲା। ସୁନାବେଶକୁ ନେଇ ପର୍ଯ୍ୟବେଶିତ ଥିଲା ଏହି ପଟ୍ଟଚିତ୍ର। ପଟ୍ଟଚିତ୍ରରେ ସୁନାବେଶ ଚତୁପାର୍ଶ୍ବରେ ଦଶଅବତାରଙ୍କ ଚିତ୍ର ଅଙ୍କିତ କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ଗୋପାଳବଲ୍ଲଭ ଭୋଗ ଶେଷ ହେବା ପର୍ଯ୍ୟନ୍ତ, ସକାଳ ୧୦ଟା ଯାଏଁ ବନ୍ଦ ରହିଥିଲା ସାଧାରଣ ଦର୍ଶନ। 

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଶ୍ରୀମନ୍ଦିର ପରିସରରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଥିଲା। ଶ୍ରାଜିଉଙ୍କ ଦର୍ଶନ ପରେ ରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଜନ୍ମମାଟି ରାଇରଙ୍ଗପୁର ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ୩ ଦିନ ରହଣିରେ ମାରାଥନ୍ କାର୍ଯ୍ୟକ୍ରମରେ ଯୋଗଦେବେ। 

Advertisment

ମହୁଲଡିହା ହଲିଡେ ହୋମର ଉଦଘାଟନ କରିବେ ରାଷ୍ଟ୍ରପତି। ୫ ତାରିଖରେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ଦର୍ଶନ କରି ଯିବେ ଶିମିଳପାଳ। ୭ ତାରିଖ ସକାଳେ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି।

President Droupadi Murmu
Advertisment
Related Articles
Advertisment