/odishatv-khabar/media/media_files/2026/02/04/iran-america-2026-02-04-10-46-03.jpg)
Iran - America Photograph: (OTV)
ଆରବ ସାଗରରେ ବଡ଼ ହଲଚଲ। ଇରାନ୍ ଡ୍ରୋନକୁ ମାରି ଖସାଇଲା ଆମେରିକା। ଯୁଦ୍ଧବିମାନ ବାହକ ଜାହାଜ ଅଭିମୁଖେ ଆସୁଥିବା ଇରାନ୍ ଡ୍ରୋନକୁ ମାରି ଖସାଇଛି ଆମେରିକା ସେନା। ଏନେଇ ସୂଚନା ଦେଇଛନ୍ତି ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ।
ସେ ଦେଇଥିବା ସୂଚନା ଅନୁସାରେ, ଆରବ ସାଗରରେ ମୁତୟନ ଆମେରିକାର ଯୁଦ୍ଧପୋତ USS ଆବ୍ରାହମ ଲିଙ୍କନ ଆଡକୁ ଇରାନର ଏକ ଡ୍ରୋନ୍ ଆକ୍ରାମକ ଭାବରେ ମାଡ଼ି ଆସୁଥିଲା। ଅନ୍ତର୍ଜାତୀୟ ଜଳସୀମାରେ ନିୟୋଜିତ ଆମେରିକୀୟ ସେନା ଦ୍ୱାରା ଉତ୍ତେଜନା ହ୍ରାସ ପାଇଁ ପଦକ୍ଷେପ ନେବା ସତ୍ତ୍ବେ ଡ୍ରୋନଟି ଜାହାଜ ପାଖକୁ ଆସୁଥିଲା।
ଯାହାକୁ ଆବ୍ରାହମ୍ ଲିଙ୍କନ ଜାହାଜରୁ ଏକ F-35C ଯୁଦ୍ଧବିମାନ ମାରି ଖସାଇଥିଲା। ଡ୍ରୋନଟି ଇରାନର ଶାହେଦ-୧୩୯ ବୋଲି ଆମେରିକୀୟ ସେନା କହିଛି। ବିମାନବାହକ ଯୁଦ୍ଧପୋତ ଆବ୍ରାହମ୍ ଲିଙ୍କନ ଇରାନର ଦକ୍ଷିଣ ଉପକୂଳରୁ ପ୍ରାୟ ୮୦୦ କିଲୋମିଟର ଦୂର ସମୁଦ୍ରରେ ଅନ୍ତରାଷ୍ଟ୍ରୀୟ ଜଳସୀମାରେ ରହିଥିଲା।
ତେବେ ଆମେରିକାର ଦାବି ଉପରେ ଇରାନ କୌଣସି ପ୍ରତିକ୍ରିୟା ଦେଇନି। ଗତ ମାସେ ହେବ ଇରାନ୍ ନିକଟରେ ନିଜ ସୈନ୍ୟ ବଳକୁ ଠୁଳ କରିଛି ଆମେରିକା। ଯୁଦ୍ଧ ବିମାନ ସହ ମଧ୍ୟପ୍ରାଚ୍ୟ ଜଳସୀମାରେ ଏକାଧିକ ଯୁଦ୍ଧପୋତ ମୁତୟନ କରିଛି। ଦୁଇ ଦେଶ ଭିତରେ ଉତ୍ତେଜନା ଚରମରେ ପହଞ୍ଚିଥିବା ବେଳେ ଏମିତି ସ୍ଥିତି ହୋଇଛି ଯେ, କୌଣସି ବି ସମୟରେ ଯୁଦ୍ଧ ଲାଗି ଯାଇପାରେ।
President Droupadi Murmu in Puri: ଶ୍ରୀଜିଉଙ୍କ ଦର୍ଶନ କଲେ ରାଷ୍ଟ୍ରପତି; ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଥିଲେ ସାମିଲ

Man Extracts Gold From SIM Card: ସିମ୍ କାର୍ଡରୁ ବାହାରୁଛି ସୁନା, ବ୍ୟକ୍ତି ଜଣଙ୍କ ବାହାର କଲେ ୧୯୦ ଗ୍ରାମରୁ ଅଧିକ

Saif al-Islam Gaddafi killed in Zintan: ପୂର୍ବତନ ଏକଛତ୍ରବାଦୀ କର୍ଣ୍ଣେଲ ମୁଅମ୍ମର ଗଦ୍ଦାଫିଙ୍କ ପୁଅଙ୍କୁ ଗୁଳି କରି ହତ୍ୟା

OTV Mini Marathon: ବିଶ୍ବ କର୍କଟ ଦିବସରେ ଓଟିଭି ପକ୍ଷରୁ ମିନି ମାରାଥନ୍, ଦୌଡୁଛନ୍ତି ରାଜଧାନୀବାସୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)