/odishatv-khabar/media/media_files/2025/12/22/honour-killing-2025-12-22-13-43-48.jpg)
Honour Killing Photograph: (OTV)
ଗର୍ଭବତୀ ଝିଅକୁ ପିଟିପିଟି ହତ୍ୟା କଲା ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକରେ। କର୍ଣ୍ଣାଟକର ହୁବାଲି ଗ୍ରାମାଞ୍ଚଳରେ ଜଣେ ଗର୍ଭବତୀ ମହିଳାଙ୍କ ଆନ୍ତଃଜାତି ବିବାହକୁ ନେଇ ତାଙ୍କ ବାପାଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଛନ୍ତି। ଯାହା ପରେ ତାଙ୍କର ମୃତ୍ୟୁ ହୋଇଛି।
ରବିବାର ସନ୍ଧ୍ୟାରେ ହୁବାଲିର ଇନମ-ବୀରାପୁର ଗାଁରେ ଏହି ଘଟଣା ଘଟିଛି। ମହିଳା ଜଣକ ହେଉଛନ୍ତି ମାନ୍ୟା। ସେ ଛଅ ମାସର ଗର୍ଭବତୀ ଥିଲେ। ତାଙ୍କ ପରିବାର ସଦସ୍ୟଙ୍କ ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ ଏବଂ ସେହି ରାତିରେ ହିଁ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ହେଲେ ପରେ ତାଙ୍କର ମୃତ୍ୟୁ ହୋଇଥିଲା। କେବଳ ଏତିକି ନୁହେଁ, ଝିଅର ବାପା ଏବଂ ସମ୍ପର୍କୀୟଙ୍କ ଆକ୍ରମଣରେ ତାଙ୍କ ସ୍ୱାମୀ ବିବେକାନନ୍ଦ ଓ ତାଙ୍କ ବାପାମାଆ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ହୁବାଲିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୋଲିସର ସୂଚନା ଅନୁଯାୟୀ, ମୃତ ମହିଳା ଜଣକ ତାଙ୍କ ପରିବାରର ଇଚ୍ଛା ବିରୁଦ୍ଧରେ ଗତ ମେ ମାସରେ ଭିନ୍ନ ଜାତିର ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ଉଭୟ ଗୋଟିଏ ଅଞ୍ଚଳର ହୋଇଥିଲେ ମଧ୍ୟ, ମାନ୍ୟା ଲିଙ୍ଗାୟତ ସମ୍ପ୍ରଦାୟର ହୋଇଥିବା ବେଳେ ବିବେକାନନ୍ଦ ଦଳିତ ସମ୍ପ୍ରଦାୟର ହୋଇଥିବାରୁ ଜାତିଗତ ପାର୍ଥକ୍ୟ ଯୋଗୁଁ ସେମାନଙ୍କ ବିବାହକୁ ବିରୋଧ କରିଥିଲେ ମାନ୍ୟାଙ୍କ ପରିବାର ଲୋକେ। ବିବାହ ପରେ ଦମ୍ପତିଙ୍କୁ ବହୁବାର ଧମକ ଚମକ ଦିଆଯାଉଥିଲା। ଯେଉଁଥିପାଇଁ ସେମାନେ ସେମାନଙ୍କ ସମ୍ପର୍କୀୟଙ୍କ ଘରେ ରହୁଥିଲେ। ହେଲେ ଡିସେମ୍ବର ୮ ତାରିଖରେ ଗାଁକୁ ଫେରି ଆସିଥିଲେ।
ପୋଲିସର କହିବା ଅନୁଯାୟୀ, ବିବାହ ପରେ ପୋଲିସ ମାନ୍ୟା ଓ ତାଙ୍କ ସ୍ବାମୀଙ୍କଠାରୁ ଦୂରେଇ ରହିବାକୁ ତାଙ୍କ ବାପାମାଆଙ୍କୁ ଚେତାବନୀ ଦେଇଥିଲେ ପୋଲିସ୍। ଏପରିକି ମାନ୍ୟାଙ୍କ ବାପା ପ୍ରକାଶ ଗୌଡ଼ାଙ୍କଠାରୁ ମଧ୍ୟ ଲିଖିତ ଭାବରେ ଏହା ନିଆଯାଇଥିଲା। ପ୍ରକାଶ ତାଙ୍କ ଝିଅକୁ ଭେଟିବା ପାଇଁ ଚଳିତ ମାସରେ କିଛି ଥର ବିବେକାନନ୍ଦଙ୍କ ଘରକୁ ଯାଇଥିଲେ। କିନ୍ତୁ ରବିବାର ରାତିରେ ଝିଅକୁ ଭେଟିବା ବାହାନାରେ ଝିଅ ଏବଂ ଅନ୍ୟମାନଙ୍କ ଉପରେ ଆକ୍ରମଣ କରିଥିଲେ।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ପ୍ରକାଶ ଓ ତାଙ୍କର ଦୁଇ ପୁଅ ଇରାନା ଗୌଡ଼ ଏବଂ ଅରୁଣ ଗୌଡ଼ ବିବେକାନନ୍ଦଙ୍କ ଘରେ ପଶି ଲୁହା ରଡ୍ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ମାମଲାରେ ଏହି ତିନି ଜଣଙ୍କୁ ଗିରଫ କରାଯାଇଛି।
Chit Fund Refund: ଚିଟଫଣ୍ଡ ଟଙ୍କା ପାଇବେ ଜମାକାରୀ, ଜାଣନ୍ତୁ ଟଙ୍କା ଫେରସ୍ତ ପାଇଁ କ'ଣ କରିବେ

Air India Flight Suffers Engine Scare: ମଝି ଆକାଶରେ ବିମାନ ଇଞ୍ଜିନ ଫେଲ୍, ଦିଲ୍ଲୀରୁ ଉଡାଣ ଭରିଥିଲା AI-887

Shreemayee Mishra Targets BJD: ନବୀନ ଚାହୁଁନାହାନ୍ତି ଉତ୍ତରାଧିକାରୀ ଘୋଷଣା! ଶ୍ରୀମୟୀ କହିଲେ ବିଜେଡି ଭିତିରି କଥା

Fatal Road Accident: ଭୟଙ୍କର ଦୁର୍ଘଟଣା: ଓଲଟିଲା ବସ୍, ୧୬ ମୃତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)