Advertisment

Hindu Auto Driver Killed in Bangladesh: ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା, ପିଟିପିଟି ମାରିଦେଲେ ଦୁର୍ବୃତ୍ତ

ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା। ୨୮ ବର୍ଷୀୟ ଅଟୋ ଚାଳକ ସମୀର ଦାସଙ୍କୁ ହତ୍ୟା। ସମୀରଙ୍କୁ ପିଟିପିଟି ମାରିଦେଲେ ଦୁର୍ବୃତ୍ତ । ଛୁରୀ ଭୁଷିବା ସହ ପିଟିପିଟି ହତ୍ୟା ଅଭିଯୋଗ।

author-image
Chinmayee Sahoo
HINDU-MURDER-IN-BANGLADESH

HINDU-MURDER-IN-BANGLADESH Photograph: (OTV)

ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା। ୨୮ ବର୍ଷୀୟ ଅଟୋ ଚାଳକ ସମୀର ଦାସଙ୍କୁ ପିଟିପିଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଗତ ରବିବାର ରାତିରେ ଚଟ୍ଟଗ୍ରାମର ଡାଗନଭୁୟାନରେ ଘଟିଥିଲା ନିର୍ମମ ହତ୍ୟାକାଣ୍ଡ। ଅଭିଯୁକ୍ତମାନେ ସମୀରଙ୍କୁ ଛୁରୀ ଭୁଷିବା ସହ ପିଟି ପିଟି ହତ୍ୟା କରିଛନ୍ତି। 

Advertisment

ହତ୍ୟା ପରେ ସମୀରଙ୍କର ଅଟୋରିକ୍ସାକୁ ନେଇ ଫେରାର ହୋଇଯାଇଥିଲେ। ଏହା ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ ହୋଇଛି। ପରିବାର ଲୋକଙ୍କ ଏତଲା ପରେ ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି। ଏବେ ହିନ୍ଦୁଙ୍କ ପାଇଁ ନର୍କ ପାଲଟିଛି ବାଂଲାଦେଶ। 

ଗତ ୨୫ ଦିନରେ ୭ ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ଦିପୁ ଚନ୍ଦ୍ର, ଅମୃତ ମଣ୍ଡଳ, ବଜେନ୍ଦ୍ର ବିଶ୍ୱାସ, ଖୋକନ ଦାସ, ରାଣା ପ୍ରତାପ, ମଣି ଚକ୍ରବର୍ତ୍ତୀ ଏମିତି ଜଣକ ପରେ ଜଣେ ହିନ୍ଦୁଙ୍କୁ ମାରି ରକ୍ତର ହୋଲି ଖେଳୁଛନ୍ତି ହିଂସାକାରୀ।ରାତି ଅଧରେ ହିନ୍ଦୁଙ୍କ ଘର ବି ଜାଳିଦେଉଛନ୍ତି।

Advertisment

ବାଂଲାଦେଶରେ ପୁଣି ହିନ୍ଦୁ ହତ୍ୟା
ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା
୨୮ ବର୍ଷୀୟ ଅଟୋ ଚାଳକ ସମୀର ଦାସଙ୍କୁ ହତ୍ୟା
ସମୀରଙ୍କୁ ପିଟିପିଟି ମାରିଦେଲେ ଦୁର୍ବୃତ୍ତ 
ଛୁରୀ ଭୁସିବା ସହି ପିଟିପିଟି ହତ୍ୟା ଅଭିଯୋଗ
ଗତ ରବିବାର ରାତିରେ ଘଟିଥିଲା ବୀଭତ୍ସ ହତ୍ୟା
ହତ୍ୟା ପରେ ସମୀରଙ୍କ ଅଟୋ ନେଇ ଅଭିଯୁକ୍ତ ଫେରାର
୨୫ ଦିନରେ ୭ ଜଣ ହିନ୍ଦୁଙ୍କୁ କରାଗଲାଣି ହତ୍ୟା

Bangladesh Bangladesh Hindu Killing hindu killing
Advertisment