Advertisment

Middle East Tensions Rise: ମଧ୍ୟପ୍ରାଚ୍ୟରେ ବଢୁଛି ଯୁଦ୍ଧ ଘନଘଟା; ଇରାନର ବନ୍ଧୁଙ୍କୁ ଟ୍ରମ୍ପଙ୍କ ଖୋଲା ଧମକ

ଇରାନ୍ ସହ ବ୍ୟବସାୟ କରୁଥିବା ଦେଶମାନଙ୍କୁ ଆମେରିକାର ଧମକ। ଇରାନ୍ ସହ ବ୍ୟବସାୟ କରୁଥିଲେ ଲାଗିବ ଅତିରିକ୍ତ ୨୫% ଟାରିଫ୍। ଘୋଷଣା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

author-image
Chinmayee Sahoo
Donald Trump

Donald Trump Photograph: (OTV)

ମଧ୍ୟପ୍ରାଚ୍ୟରେ ବଢୁଛି ଯୁଦ୍ଧ ଘନଘଟା। ଯେକୌଣସି ସମୟରେ ଇରାନ୍ ଉପରେ ଆକ୍ରମଣ କରିପାରେ ଆମେରିକା। ଏପଟେ ଇରାନ୍ ସହ ବ୍ୟବସାୟ କରୁଥିବା ଦେଶମାନଙ୍କୁ ଆମେରିକାର ଧମକ। ଇରାନ୍ ସହ ବ୍ୟବସାୟ କରୁଥିଲେ ଲାଗିବ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍। 

Advertisment

ଏନେଇ ସୋସିଆଲ୍ ମିଡିଆରେ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇରାନ୍ ସହ ଯିଏ ବ୍ୟବସାୟ କରୁଛି, ସେହି ଦେଶ ଆମେରିକା ସହ ବ୍ୟବସାୟ କଲେ ଅତିରିକ୍ତ ଟାରିଫ୍। ୨୫ ପ୍ରତିଶତ ଅତିରିକ୍ତ ଟାରିଫ୍ ତୁରନ୍ତ ଲାଗୁ ହେବ ବୋଲି ଚେତାବନୀ ଦେଇଛନ୍ତି ଟ୍ରମ୍ପ। 

ସେପଟେ ଇରାନ ଛାଡ଼ିବାକୁ ନାଗରିକଙ୍କୁ ନିର୍ଦ୍ଦେଶ ଦେଇଛି ଆମେରିକା। ଇରାନରେ ହିଂସା ସହିତ ଇଣ୍ଟରନେଟ୍ ଓ ଯାତାୟାତ କଟକଣା ଲାଗିଥିବାରୁ ସୁବିଧା ଦେଖି ସ୍ଥଳପଥରେ ଇରାନ୍ ଛାଡ଼ିବାକୁ ଆମେରିକା ଦୂତାବାସ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ଟ୍ରମ୍ପଙ୍କ `ଟାରିଫ୍' ଧମକ
ଇରାନ୍ ସହ ବ୍ୟବସାୟ କରୁଥିବା ଦେଶମାନଙ୍କୁ ଆମେରିକାର ଧମକ
ଇରାନ୍ ସହ ବ୍ୟବସାୟ କରୁଥିଲେ ଲାଗିବ ଅତିରିକ୍ତ ୨୫% ଟାରିଫ୍
ଘୋଷଣା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ଉଭୟ ଇରାନ୍ ଓ ଆମେରିକା ସହ ବ୍ୟବସାୟ କଲେ ପଡ଼ିବ ମହଙ୍ଗା
ଗଣିବାକୁ ପଡ଼ିବ ଅତିରିକ୍ତ ୨୫% ଟାରିଫ
୨୫% ଅତିରିକ୍ତ ଟାରିଫ୍ ତୁରନ୍ତ ଲାଗୁ ନିର୍ଦ୍ଦେଶ
ଇରାନ ଛାଡ଼ିବାକୁ ନାଗରିକଙ୍କୁ ନିର୍ଦ୍ଦେଶ ଦେଲା ଆମେରିକା

Tension In Middle East Iran Donald Trump American President Donald Trump
Advertisment
Related Articles
Advertisment