Advertisment

Donald Trump to Visit India: ଭାରତ ଆସିବେ ଆମେରିକା ରାଷ୍ଟ୍ରପତି, ମୋଦିଙ୍କ ସହିତ ଟ୍ରମ୍ପଙ୍କର ରହିଛି ବାସ୍ତବ ବନ୍ଧୁତା

ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଆସନ୍ତା ବର୍ଷେ କି ଦୁଇ ବର୍ଷ ଭିତରେ ଟ୍ରମ୍ପ୍ ଇଣ୍ଡିଆ ଆସିବା ନେଇ ସୂଚନା ଦେଇଛନ୍ତି ଭାରତ ପାଇଁ ଆମେରିକାର ନୂଆ ରାଷ୍ଟ୍ରଦୂତ ସର୍ଜିଓ ଗୋର୍ ।

author-image
Chinmayee Sahoo
TRUMP

TRUMP Photograph: (OTV)

ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଆସନ୍ତା ବର୍ଷେ କି ଦୁଇ ବର୍ଷ ଭିତରେ ଟ୍ରମ୍ପ୍ ଇଣ୍ଡିଆ ଆସିବା ନେଇ ସୂଚନା ଦେଇଛନ୍ତି ଭାରତ ପାଇଁ ଆମେରିକାର ନୂଆ ରାଷ୍ଟ୍ରଦୂତ ସର୍ଜିଓ ଗୋର୍ । ଆହୁରି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ ସର୍ଜିଓ କହିଛନ୍ତି, ଆମେରିକା ପାଇଁ କୌଣସି ରାଷ୍ଟ୍ର ଭାରତଠୁ ଗୁରୁତ୍ବପୂର୍ଣ୍ଣ ନୁହେଁ । 

Advertisment

ମୋଦିଙ୍କ ସହିତ ଟ୍ରମ୍ପଙ୍କର ରହିଛି ବାସ୍ତବ ବନ୍ଧୁତା । ପ୍ରକୃତ ବନ୍ଧୁ ସେମାନଙ୍କ ମତପାର୍ଥକ୍ୟକୁ ଦୂର କରିପାରିବେ । ଏଥିସହିତ ପାକ୍ସ ସିଲିକା ମେଣ୍ଟର ସଦସ୍ୟ ହେବା ପାଇଁ ଭାରତକୁ ନିମନ୍ତ୍ରଣ କରାଯିବ ବୋଲି ସେ ଘୋଷଣା କରିଛନ୍ତି । ସିଲିକନ୍ ଯୋଗାଣ ଶୃଙ୍ଖଳକୁ ସୁଦୃଢ କରିବାକୁ ଆମେରିକା ନେତୃତ୍ବରେ ପାକ୍ସ ସିଲିକା ମେଣ୍ଟ ଗଠନ କରାଯାଇଥିଲା । 

ସର୍ଜିଓ ଆହୁରି କହିଛନ୍ତି, ଭାରତ ବିଶ୍ବର ସର୍ବବୃହତ ଦେଶ । ଭାରତ ସହିତ ବାଣିଜ୍ୟ ଆଲୋଚନା ଚୂଡ଼ାନ୍ତ ହେବା ନେଇ ଆମେରିକା ପ୍ରତିବଦ୍ଧ ରହିଛି।  ଆତଙ୍କବାଦ, ଶକ୍ତି, ପ୍ରଯୁକ୍ତି, ଶିକ୍ଷା ଓ ସ୍ବାସ୍ଥ୍ୟ ଉପରେ ଦୁଇ ଦେଶ ଆଗକୁ ବି ମିଳିତ ଭାବେ କାର୍ଯ୍ୟ ଜାରି ରଖିବେ । ମଙ୍ଗଳବାର ବାଣିଜ୍ୟ ଚୁକ୍ତି ଉପରେ ଦୁଇ ଦେଶ ମଧ୍ୟ ଚୂଡ଼ାନ୍ତ ଆଲୋଚନା ହୋଇପାରେ।

Advertisment

ଭାରତ ଆସିବେ ଟ୍ରମ୍ପ୍
ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍
ଆସନ୍ତା ବର୍ଷେ କି ଦୁଇ ବର୍ଷ ଭିତରେ ଟ୍ରମ୍ପ୍ ଇଣ୍ଡିଆ ଆସିବେ
ସୂଚନା ଦେଲେ ଭାରତ ପାଇଁ ଆମେରିକାର ନୂଆ ରାଷ୍ଟ୍ରଦୂତ ସର୍ଜିଓ ଗୋର୍
`ଆମେରିକା ପାଇଁ କୌଣସି ରାଷ୍ଟ୍ର ଭାରତଠୁ ଗୁରୁତ୍ବପୂର୍ଣ୍ଣ ନୁହେଁ'
`ମୋଦିଙ୍କ ସହିତ ଟ୍ରମ୍ପଙ୍କର ରହିଛି ବାସ୍ତବ ବନ୍ଧୁତା'
`ପ୍ରକୃତ ବନ୍ଧୁ ସେମାନଙ୍କ ମତପାର୍ଥକ୍ୟକୁ ଦୂର କରିପାରିବେ'
`ପାକ୍ସ ସିଲିକା ମେଣ୍ଟର ସଦସ୍ୟ ପାଇଁ ଭାରତକୁ ନିମନ୍ତ୍ରଣ କରାଯିବ'
`ଭାରତ ସହିତ ବାଣିଜ୍ୟ ଆଲୋଚନା ଚୂଡ଼ାନ୍ତ ପାଇଁ ଆମେ ପ୍ରତିବଦ୍ଧ: ସର୍ଜିଓ

India Donald Trump American President Donald Trump
Advertisment
Related Articles
Advertisment