/odishatv-khabar/media/media_files/2025/12/10/social-media-ban-2025-12-10-11-24-54.jpg)
Social-Media-Ban Photograph: (OTV)
ଆଜିକା ସମୟରେ ସୋସିଆଲ ମିଡ଼ିଆରେ ସମସ୍ତେ ଆକ୍ଟିଭ୍। ନିଜର ପ୍ରତିଦିନର ଅପଡେଟ ଦେବା ସହ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ପାଇଁ ସୋସିଆଲ ମିଡିଆ ସାଜିଛି ପ୍ରମୁଖ ମାଧ୍ୟମ। ଯାହା ବିନା ଏବେକା ସମୟରେ ବଞ୍ଚିବା ଅଧିକାଂଶଙ୍କ ପାଇଁ ସମ୍ଭବ ମଧ୍ୟ ନୁହେଁ। କିନ୍ତୁ ଏବେ ସରକାର ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଚନ୍ତି। ଯାହା ଆଜିଠାରୁ ଲାଗୁ ହେବାକୁ ଯାଉଛି। ଏବେ ଡିଲିଟ୍ ହେବାକୁ ଯାଉଛି ଫେସବୁକ, ଇନଷ୍ଟାଗ୍ରାମ ସହ ଅନ୍ୟ ସୋସିଆଲ ମିଡିଆ ଆକାଉଣ୍ଟ୍। ଏକଥା ଶୁଣି ଆପଣମାନେ ଡରି ଗଲେ କି? ଡରନ୍ତୁନି। ଏହା ଭାରତ ପାଇଁ ନୁହେଁ। ନିୟମଟି ଅଷ୍ଟ୍ରେଲିଆରେ ଲାଗୁ ହେବାକୁ ଯାଉଛି।
ଏହି ନିୟମ ଅଷ୍ଟ୍ରେଲିଆରେ ୧୬ ବର୍ଷରୁ କମ୍ ବୟସର କିଶୋରମାନଙ୍କ ପାଇଁ ଲାଗୁ କରାଯାଇଛି। ପିଲାମାନଙ୍କୁ ସୋସିଆଲ ମିଡିଆରୁ ଦୂରେଇ ରଖିବା ପାଇଁ ନୂଆ ଆଇନ ଲାଗୁ କରିଛନ୍ତି ଅଷ୍ଟ୍ରେଲିଆ ସରକାର। ଯାହା ଅଧିନରେ ଏବେ ଦେଶରେ ୧୬ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଡିଲିଟ୍ କରିଯିବ। ୧୦ ଡିସେମ୍ବର ଅର୍ଥାତ ଆଜିଠାରୁ ଅଷ୍ଟ୍ରେଲିଆରେ ଶିଶୁ ମାନେ ଆଉ ଚଲାଇ ପାରିବେ ନାହିଁ ସୋସିଆଲ ମିଡିଆ।
ଏପର୍ଯ୍ୟନ୍ତ, ୧୦ ଟି ପ୍ଲାଟଫର୍ମକୁ ଏହି ନିଷେଧ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯେଉଁଥିରେ ଫେସବୁକ୍, ଇନଷ୍ଟାଗ୍ରାମ୍, ସ୍ନାପଚଟ୍, ଥ୍ରେଡ୍ସ, ଟିକଟକ୍, ଟ୍ୱିଚ୍, ଏକ୍ସ, ୟୁଟ୍ୟୁବ୍, କିକ୍ ଏବଂ ରେଡିଟ୍ ଅନ୍ତର୍ଭୁକ୍ତ। ଆବଶ୍ୟକ ହେଲେ କର୍ତ୍ତୃପକ୍ଷ ଏହି ତାଲିକାକୁ ଅପଡେଟ୍ କରିପାରିବେ। ଯଦି କୌଣସି କମ୍ପାନୀ ଏହାକୁ ଅବମାନନା କରେ ତେବେ ତାକୁ ୪୯.୫ ମିଲିୟନ ଅଷ୍ଟ୍ରେଲିଆନ୍ ଡଲାର ବା ପ୍ରାୟ ୨୮୩ କୋଟି ଟଙ୍କା ଜୋରିମାନା ଦେବାକୁ ପଡ଼ିବ।
ସରକାରୀ ତଥ୍ୟ ଅନୁଯାୟୀ, ଅଷ୍ଟ୍ରେଲିଆରେ ପ୍ରାୟ ୩ ଲକ୍ଷ ୫୦ହଜାର ୧୩-୧୫ ବର୍ଷ ବୟସର ଇନଷ୍ଟାଗ୍ରାମ୍ ୟୁଜର୍ସ ଏବଂ ପ୍ରାୟ ଲକ୍ଷେ ୫୦ ହଜାର ଫେସବୁକ୍ ୟୁଜର୍ସ ଅଛନ୍ତି। ସରକାର କହିଛନ୍ତି, ନୂଆ ଆଇନ ସୋସିଆଲ ମିଡିଆର ନକାରାତ୍ମକ ପ୍ରଭାବକୁ ହ୍ରାସ କରିବ। ଯୁବପିଢି ସୋସିଆଲ ମିଡିଆରେ ମାତି ନିଜ ଗୁରୁତ୍ୱପୂର୍ଣ୍ଣ ସମୟ ନଷ୍ଟ କରୁଛନ୍ତି। ଆଉ ସାଙ୍ଗ ଓ ପରିଜନଙ୍କ ଠାରୁ ବିଚ୍ଛିନ୍ନ ରହୁଛନ୍ତି। ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଏବଂ ବିକାଶକୁ କ୍ଷତି ପହଞ୍ଚାଉଛି। ତେଣୁ ଏହି ସୋସିଆଲ ମିଡିଆ ଆଇନ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଛି।
Missing Head Recovered: ମୁଣ୍ଡବୀହିନ ମୃତଦେହ ମିଳିବା ଘଟଣା: ନଦୀକୂଳରୁ ମିଳିଲା କଟାମୁଣ୍ଡ

Guru Prusty’s Death Takes a Suspicious Turn: ଯାତ୍ରା କମେଡିଆନ ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ; ପ୍ରେମ ସମ୍ପର୍କରୁ ହତ୍ୟା! ଆସିଲା ସଙ୍ଗୀନ ଅଭିଯୋଗ

Baba Vanga Prediction for 2026: ମାଡି ଆସିବ ପ୍ରଳୟ! ଛାରଖାର୍ କରିବ ଭୂମିକମ୍ପ ଆଉ ବନ୍ୟା-ବାତ୍ୟା, ମହାଯୁଦ୍ଧ ଦେଖିବ ବିଶ୍ୱ

Unique Love Story: ଭାରତୀୟ ଯୁବକଙ୍କ ପ୍ରେମରେ ଦେଶ ଛାଡି ପଳାଇ ଆସିଲେ ଯୁବତୀ, ବୈଦିକ ରୀତିନୀତିରେ ବିବାହ ସମ୍ପନ୍ନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)