Advertisment

Unique Love Story: ଭାରତୀୟ ଯୁବକଙ୍କ ପ୍ରେମରେ ଦେଶ ଛାଡି ପଳାଇ ଆସିଲେ ଯୁବତୀ, ବୈଦିକ ରୀତିନୀତିରେ ବିବାହ ସମ୍ପନ୍ନ

ପ୍ରଥମ ଭେଟ ଚୀନରେ, ତା'ପରେ ଲଣ୍ଡନରେ ପାଠପଢ଼ା ସମୟରେ ବନ୍ଧୁତା। ଧୀରେ ଧୀରେ ବଢିଲା ପ୍ରେମର ଗାଡି। ପ୍ରଥମ ଦେଖାରୁ ସିଧାସଳଖ ଲାଇଫ୍ ଟାଇମ୍ କମିଟ୍‌ମେଣ୍ଟ୍ ମୋଡକୁ ଚାଲିଗଲା।

author-image
Chinmayee Sahoo
Chinese-Bride-India-Marriage

Chinese-Bride-India-Marriage Photograph: (OTV)

ପ୍ରଥମ ଭେଟ ଚୀନରେ,  ତା'ପରେ ଲଣ୍ଡନରେ ପାଠପଢ଼ା ସମୟରେ ବନ୍ଧୁତା। ଧୀରେ ଧୀରେ ବଢିଲା ପ୍ରେମର ଗାଡି। ପ୍ରଥମ ଦେଖାରୁ ସିଧାସଳଖ ଲାଇଫ୍ ଟାଇମ୍ କମିଟ୍‌ମେଣ୍ଟ୍ ମୋଡକୁ ଚାଲିଗଲା। ଚୀନ ଯୁବତୀ ଚିୟାଓ ଜିୟାଓ ଠିକ୍ କରିନେଲେ ଯେ ଯଦି ପ୍ରେମ ସତ୍ୟ ତେବେ ଦୂରତା ଏକ ପ୍ରସଙ୍ଗ ନୁହେଁ।

Advertisment

ଏହା ପରେ ହଜାର ହଜାର କିଲୋମିଟର ଉଡ଼ି ଆସିଲେ, ଆଉ ଝାଡ଼ଖଣ୍ଡର ସାହିବଗଞ୍ଜରେ ପହଞ୍ଚିଗଲେ। ତା’ପରେ ସ୍ଥାନୀୟ ରୀତିନୀତି ସହିତ ହୋଇଗଲେ ଚନ୍ଦନ ସିଂହଙ୍କ ବଧୂ। 

ବିବାହରେ ଭାରତୀୟ ଯୋଡା ପିନ୍ଧି ସିନ୍ଥିରେ ମଥା ମଣି ଲଗାଇଛନ୍ତି। ଭାରତରେ ନବବଧୂ ସାଜି ବରଣମାଳା ପକାଇଛନ୍ତି, ଆଉ ପତିଙ୍କୁ ପରମେଶ୍ୱର ମାନି ପାଦ ଛୁଇଁ ମୁଣ୍ଡିଆ ବି ମାରୁଥିବାର ନଜର ଆସିଛି। ଦେଖିଲେ ଲାଗିବ, ସତେ ଯେପରି ସେ ଭାରତୀୟ ପରମ୍ପରାକୁ ଠିକ୍ ସେ ବୁଝି ନେଇଛନ୍ତି।

Advertisment

ଏହି ଅନନ୍ୟ ବିବାହ ଉତ୍ସବ ଡିସେମ୍ବର ୬ ତାରିଖରେ ସାହିବଗଞ୍ଜର ବିନାୟକ ହୋଟେଲରେ ବୈଦିକ ରୀତିନୀତି ଅନୁସାରେ ମହା ଆଡମ୍ବରରେ ହୋଇଯାଇଛି। 
ତେବେ ଲଣ୍ଡନ୍‌ରେ ପାଠ ପଢିବା ସମୟରେ ଉଭୟ ପରସ୍ପରର ସଂସ୍କୃତି ଏବଂ ବିଚାରଧାରାକୁ ବୁଝିଥିଲେ ଆଉ ଦୁହେଁ ଜୀବନସାରା ଏକାଠି ରହିବାକୁ ନିଷ୍ପତ୍ତି ନେଇ ବିବାହ କରିବାକୁ ଇଚ୍ଛା କରିଥିଲେ। ଏହା ପରେ, ଚନ୍ଦନ ସିଂହଙ୍କ ବାପା ତାଙ୍କ ପୁଅର ନିଷ୍ପତ୍ତିକୁ ସମ୍ମାନ ଜଣାଇଥିଲେ ଏବଂ ପୂରା ବୈଦିକ ରୀତିନୀତିରେ ବିବାହର ଆୟୋଜନ କରିଥିଲେ।

ଏହି ବିବାହ କେବଳ ଦୁଇଟି ମଣିଷର ମିଳନ ନୁହେଁ, ବରଂ ଦୁଇ ସଂସ୍କୃତିର ଏକ ଅନନ୍ୟ ସଙ୍ଗମ। ସବୁଠାରୁ ବଡ କଥା ହେଉଛି, ଚୀନର ଜିୟାଓ ଭାରତୀୟ ପରମ୍ପରା ଏବଂ ରୀତିନୀତିରେ ଏତେ ପ୍ରଭାବିତ ହୋଇଥିଲେ ଯେ, ସେ ଖୁବ ଉତ୍ସାହର ସହିତ ବିବାହକୁ ଉପଭୋଗ କରୁଥିଲେ, ଯାହା ଅତିଥିମାନଙ୍କୁ ଖୁବ୍ ପ୍ରଭାବିତ କରିଛି।

Jharkhand
Advertisment
Related Articles
Advertisment