/odishatv-khabar/media/media_files/2025/12/10/guru-prusti-death-case-2025-12-10-10-46-32.jpg)
Guru Prusti Death Case Photograph: (OTV)
ଅଭିନେତ୍ରୀ ଜଣଙ୍କ ବିବାହ ପରେ ମଧ୍ୟ ଗୁରୁଙ୍କ ସହ ସମ୍ପର୍କରେ ଥିଲେ। ତେବେ ଗୁରୁଙ୍କ ମୃତ୍ୟୁ ପରେ ତାଙ୍କର ଗୋଟିଏ ମୋବାଇଲ୍ ଓ ଅନ୍ୟ କିଛି ଜିନିଷ ପରିବାର ଲୋକେ ପାଇ ନାହାଁନ୍ତି। ଅନ୍ୟ ପଟେ ଏକ ଭାଇରାଲ୍ ଭିଡିଓରେ ଗୁରୁ ସେହି ସମାନ ଅଭିନେତ୍ରୀଙ୍କ ସହ ଅନ୍ୟ କିଛି ଲୋକଙ୍କ ମଧ୍ୟରେ ଝଗଡା ହେଉଥିବା ଦେଖିବା ପାଇଁ ମିଳିଛି। ଏହା ସହିତ ଅଭିନେତ୍ରୀଙ୍କ ସହ ଚାଟରେ ପ୍ରେମାଳପ ଓ କିଛି ଅନ୍ତରଙ୍ଗ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯାହାକୁ ନେଇ ସନ୍ଦେହ ଘନେଇବାରେ ଲାଗିଛି।
ଅନ୍ୟପଟେ ଘଟଣାକୁ ନେଇ ସେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଆଉ ହତ୍ୟା ପଛରେ ଅଭିନେତ୍ରୀଙ୍କ ହାତ ଥିବା ସେ ସନ୍ଦେହ କରିଛନ୍ତି।
ଲୋକଙ୍କୁ ସବୁବେଳେ ହସାଉଥିବା ମଣିଷଟା ଆଜି ଆଉ ନାହିଁ। ସୋମବାର ଏହି ଖବର ପାଇବା ପରେ ସ୍ୱାମୀର ଶବ ପାଖରେ ମୁଣ୍ଡ ପିଟି କାନ୍ଦୁଛି ସ୍ତ୍ରୀ। ମିଛି ମିଛିକା ଅଭିନୟରେ ଅନେକ ଥର ଏମିତି ଶୋଇଛନ୍ତି ଗୁରୁ। ରାତି ରାତି ଅନିଦ୍ରା ହୋଇ ନାଟକ କରିଛନ୍ତି। ହେଲେ ସତରେ ଆଜି ଆଉ ସେ ଦୁନିଆରେ ନାହାନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କୁହାଯାଉଛି ଯେ ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ ହୋଇଛି। ଭଦ୍ରକ ଚିଙ୍ଗୁଡିପୁର ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ସବୁଦିନ ପାଇଁ ଆଖି ବୁଜିଛନ୍ତି ଗୁରୁ। ଏହାକୁ କିନ୍ତୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ତାଙ୍କ ସ୍ତ୍ରୀ ସ୍ନେହଲତା।
ଅଭିନେତା ଗୁରୁଙ୍କ ଘର କଟକ ମାହାଙ୍ଗା ଅଞ୍ଚଳରେ। ତାଙ୍କର ଏକ ଛୋଟ ଝିଅ ରହିଛି। ପୂର୍ବରୁ ଗୁରୁ ପୃଷ୍ଟି ଯାତ୍ରା ରଙ୍ଗ ମହଲ ଓ ବିଶ୍ୱ ଦରବାରରେ ଅଭିନୟ କରିଛନ୍ତି। ଏବେ ହାସ୍ୟ ଅଭିନେତା ଭାବେ ଇନ୍ଦ୍ର ଭୁବନରେ ଯାତ୍ରା କରୁଥିଲେ। ହଠାତ୍ ଗୁରୁଙ୍କ ଦେହାନ୍ତ ଖବର ଶୁଣି ଯାତ୍ରା ଜଗତ ଯେମିତି ସ୍ତବ୍ଧ ହୋଇଯାଇଛି। ଅଳ୍ପ ବୟସରେ ସମସ୍ତଙ୍କୁ ଠକିଦେଇ ଚାଲିଯାଇଛନ୍ତି।
Baba Vanga Prediction for 2026: ମାଡି ଆସିବ ପ୍ରଳୟ! ଛାରଖାର୍ କରିବ ଭୂମିକମ୍ପ ଆଉ ବନ୍ୟା-ବାତ୍ୟା, ମହାଯୁଦ୍ଧ ଦେଖିବ ବିଶ୍ୱ

Unique Love Story: ଭାରତୀୟ ଯୁବକଙ୍କ ପ୍ରେମରେ ଦେଶ ଛାଡି ପଳାଇ ଆସିଲେ ଯୁବତୀ, ବୈଦିକ ରୀତିନୀତିରେ ବିବାହ ସମ୍ପନ୍ନ

Severe Cold Wave Hits Odisha: ରାଜ୍ୟରେ ହାଡ଼ ଭଙ୍ଗା ଜାଡ଼, ପ୍ରବଳ ଥଣ୍ଡାରେ କଲବଲ ଜୀବନ

Tempers Flare as Nisha Fails to Arrive: ନିଶାଙ୍କ ପାଇଁ ତୁମୁଳକାଣ୍ଡ, ଅଧାରୁ ବନ୍ଦ ହେଲା ଯାତ୍ରା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)