/odishatv-khabar/media/media_files/2025/12/08/natural-disaster-2025-12-08-10-35-18.jpg)
NATURAL-DISASTER Photograph: (OTV)
ଗଲାଣି ୧୭୦୦ରୁ ଅଧିକ ଜୀବନ, ଏବେ ବି ସରୁନି ଶବ ଖୋଜା । ଗ୍ଲୋବାଲ ୱାର୍ମିଂର ପ୍ରଭାବ ଏମିତି କାଳ ହୋଇଆସିବ ତା' ଦେଖିଲେ ଲୋମଟାଙ୍କୁରି ଯିବ । ଗତ କିଛି ସପ୍ତାହ ହେଲା ଦକ୍ଷିଣ-ପୂର୍ବ ଓ ଦକ୍ଷିଣ ଏସିଆରେ ତାଣ୍ଡବ ରଚିଛି ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ।
ପଛକୁ ପଛ ବାତ୍ୟା ଶ୍ରୀଲଙ୍କାଠୁ ନେଇ ଇଣ୍ଡୋନେସିଆ, ଭିଏତନାମ, ମାଲେସିଆ ଓ ଥାଇଲାଣ୍ଡକୁ କରିଛି ଛିନଛତ୍ର । ଯେଉଁଥିରେ ୧,୭୯୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବିଭିନ୍ନ ମିଡିଆ ରିପୋର୍ଟରୁ ଜଣାପଡିଛି ।
ମହାବାତ୍ୟାଠୁ ବି ଭୟଙ୍କର
ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଇଣ୍ଡୋନେସିଆ । ସପ୍ତାହ ତଳେ ଏଠି ମାଡ ହୋଇଥିଲା ବାତ୍ୟା ସେନୟାର । ଏହାପରେ ଭୟଙ୍କର ବନ୍ୟା ଭୂସ୍ଖଳନରେ ପୂରା ଦେଶ ଯେମିତି ଛାର୍ଖାର୍ । କେବଳ ଇଣ୍ଡୋନେସିଆରେ ୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ସାମ୍ନାକୁ ଆସିଥିବା ଏହାର ଦୃଶ୍ୟ ୧୯୯୯ ମହାବାତ୍ୟାଠୁ ବି ଆହୁରି ଭୟଙ୍କର... ସବୁଠି ପ୍ରଳୟର ପଦଚିହ୍ନ । ଶହ ଶହ ମୃତ୍ୟୁ । ଚାରିଆଡେ ପୋକ ମାଛି ଭଳି ମରିପଡିଛନ୍ତି ମଣିଷ । ଶବ ଗଣି ହେଉନି, ଏବେ ବି ମାଟି କାଦୁଅ ତଳେ ଚାଲିଛି ଜୀବନ ଖୋଜା ।
ବନ୍ୟା ପରେ ଏବେ ଅନାହାରରେ ଆଉଟୁପାଉଟୁ ହେଉଛନ୍ତି ଇଣ୍ଡୋନେସିଆବାସୀ । ରହିବାକୁ ଘର ନାହିଁ, ଖାଇବାକୁ ଖାଦ୍ୟ ନାହିଁ । ବନ୍ୟା ପରେ ବର୍ତ୍ତମାନ ଲୋକମାନେ ଭୋକ ଉପାସରେ ଆଖି ବୁଜୁଥିବାର ଜଣାପଡିଛି । ବନ୍ୟାରେ ଅନେକ ଗାଁକୁ ଯୋଗାଯୋଗ ପୂରାପୂରି ବିଚ୍ଛିନ୍ନ ହୋଇଯାଇଥିବାରୁ ସରକାରୀ ସହାୟତା ପହଞ୍ଚିପାରୁନି ।
କିଛି ଦିନ ତଳେ ଶ୍ରୀଲଙ୍କାରେ ତାଣ୍ଡବ କରିଥିଲା ବାତ୍ୟା ଡିଟୱା । ଯେଉଁଥିରେ ୬୦୭ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ଯାଏଁ ବି ଅନେକ ଲୋକଙ୍କ ପତ୍ତା ମିଳିନି । ଦକ୍ଷିଣ ଭାରତକୁ ବି ପ୍ରଭାବିତ କରିଥିଲା ଡିଟୱା । ସେହିପରି ଥାଇଲାଣ୍ଡରେ ବନ୍ୟାରେ ୨୭୬ ଜଣ, ଭିଏତନାମ ଓ ମାଲେସିଆରେ ଭୂସ୍ଖଳନରେ ୪ ଜଣଙ୍କ ଜୀବନ ଯାଇଛି । ଏସବୁ ଦେଶରେ ମୃତ୍ୟୁ ସଂଖ୍ୟା ଦେଖିଲେ ମୋଟ ୧୭୯୦ ଜଣଙ୍କ ମୃତ୍ୟୁ ଘଟିଛି । ଶହ ଶହ ଲୋକେ ଏବେ ବି ନିଖୋଜ ।
Fresh Twist: ଅଭିଯୋଗ ଦୋହରାଇଲେ ହ୍ୟୁମାନଙ୍କ ମାଆ ଶେଫାଳି ସୁନା, ସମର୍ଥନ କଲେ ପତ୍ନୀ ଶ୍ରେୟା

Weekly Horoscope From 8st December 2025 To 14th December 2025: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...

SI Exam Scam: ପୋଲିସ SI ସ୍କାମରେ ବଢ଼ିଲା ସିବିଆଇ ଗିରଫଦାରି , ଗିରଫ ଯବାନ ହେଲେ ଅର୍ଜୁନ ନାଏକ ...ଆଗରୁ ନବୀନ ନିବାସରେ ଡ୍ୟୁଟି କରୁଥିଲେ

Goa's Party Paradise Turns to Ash: ଡିଜେ ନାଇଟ୍ ବେଳେ ନିଆଁ ଲାଗି ୪ ପର୍ଯ୍ୟଟକଙ୍କ ସହ ୨୫ ମୃତ , ଥରାଇ ଦେଲା ଗୋଆ ନାଇଟ୍ କ୍ଲବ ଫାୟାର ଟ୍ରାଜେଡି

Only One Day in Nine: ସୋସିଆଲ ମିିଡିଆରେ ଆକ୍ଟିଭ , ହେଲେ ହାଉସରେ ଆବସେଣ୍ଟ ...ନବୀନଙ୍କୁ ଟାର୍ଗେଟ୍ କଲେ ବିଜେପି ଓ କଂଗ୍ରେସ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)