Advertisment

Fresh Twist: ଅଭିଯୋଗ ଦୋହରାଇଲେ ହ୍ୟୁମାନଙ୍କ ମାଆ ଶେଫାଳି ସୁନା, ସମର୍ଥନ କଲେ ପତ୍ନୀ ଶ୍ରେୟା

ଶେଫାଳିଙ୍କ କଥାକୁ ଶତ ପ୍ରତିଶତ ସତ ବୋଲି କହିଛନ୍ତି ହ୍ୟୁମାନଙ୍କ ପତ୍ନୀ ଶ୍ରେୟା । ସେ କହିଛନ୍ତି, ମାଆ ଆଗରୁ ଯାହା କହିଛନ୍ତି ସେଥିରେ ଶତ ପ୍ରତିଶତ ଏକମତ । ଯାହା ଯାହା ନାଁ ନେଇଛନ୍ତି, ଯାହା ଅଭିଯୋଗ କରିଛନ୍ତି ପୂରା ସତ ।

author-image
Tapan Swain
Humane Sagar Death

Humane Sagar Death Photograph: (OTV)

ପୁଣି ତେଜିଲା ହ୍ୟୁମାନ ମୃତ୍ୟୁ ବିବାଦ। ବଢିଲା ଦୁଇ ମ୍ୟାନେଜର ପପୁ ଓ ପ୍ରଶାନ୍ତଙ୍କ ସହିତ ସଂପୃକ୍ତ ଗାୟିକାଙ୍କ ଅଡ଼ୁଆ । ଟିଟିଲାଗଡ଼ରେ ହ୍ୟୁମାନଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଅଭିଯୋଗ ଦୋହରାଇଲେ ମାଆ ଶେଫାଳି ସୁନା।

Advertisment

ସେ କହିଛନ୍ତି, ପୁଅର ମୃତ୍ୟୁ ଦିନ କରିଥିବା ଅଭିଯୋଗ ନିରାଟ ସତ୍ୟ ଥିଲା। ପୁଅ ବିଚ୍ଛେଦରୁ ମୁକୁଳି ପାରିନଥିବାରୁ ଥାନାରେ ଏତଲା ଦେଇ ନାହିଁ। FIR ଦେବି ନା ନାହିଁ ଏଯାଏଁ ଭାବିପାରିନି। ଶେଫାଳିଙ୍କ କଥାକୁ ଶତପ୍ରତିଶତ ସତ ବୋଲି କହିଛନ୍ତି ହ୍ୟୁମାନଙ୍କ ପତ୍ନୀ ଶ୍ରେୟା । ସେ କହିଛନ୍ତି, ମାଆ ଆଗରୁ ଯାହା କହିଛନ୍ତି ସେଥିରେ ଶତ ପ୍ରତିଶତ ଏକମତ । ଯାହା ଯାହା ନାଁ ନେଇଛନ୍ତି, ଯାହା ଅଭିଯୋଗ କରିଛନ୍ତି ପୂରା ସତ ।

ହ୍ୟୁମାନଙ୍କ ମାଆ ଓ ସ୍ତ୍ରୀଙ୍କ ବୟାନ ପରେ ଦୁଇ ମ୍ୟାନେଜର ପପୁ ଓ ପ୍ରଶାନ୍ତଙ୍କ ଅଡ଼ୁଆ ଆହୁରି ବଢିଛି । ପୂର୍ବରୁ ଉଭୟଙ୍କ ନାଁରେ ଫ୍ୟାନ ମାନେ ବିଭିନ୍ନ ଥାନାରେ ଏକାଧିକ ଏତଲା କରିଥିଲେ। 
ଟିଟିଲାଗଡ଼ରେ ଗତକାଲି ଓଲିଉଡ୍ କଳାକାରଙ୍କ ପକ୍ଷରୁ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି ଅବସରରେ ହ୍ୟୁମାନଙ୍କ ମାଆଙ୍କୁ ଅନୁଭବ ଭେଟିବା ପରେ ଏଭଳି ବଡ଼ ବୟାନ ଦେଇଥିଲେ। 

Advertisment

କଷ୍ଟରେ ଥିଲେ ହ୍ୟୁମାନ

“ହ୍ୟୁମାନ ଅନେକ କଷ୍ଟରେ ଥିଲେ। ମନରେ ବହୁତ କିଛି ଚାପି ରଖିଥିଲେ। ତାଙ୍କ ମୃତ୍ୟୁ ପାଇଁ ଯିଏ ଦାୟୀ, ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ।” ଅନୁଭବଙ୍କ ଏହି ବୟାନ ହ୍ୟୁମାନଙ୍କ PAଙ୍କ ଭୂମିକାକୁ ନେଇ ପୁଣି ପ୍ରଶ୍ନ ଛିଡ଼ା କରିଛି। 

ହ୍ୟୁମାନଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ କିଛି ବି ଜଣା ଯାଉନଥିଲା, ଅନେକ କିଛି ଲୁଚାଇ ରଖାଯାଇଥିଲା ତେଣୁ ସମସ୍ତଙ୍କ ମୁଖା ଖୋଲୁ ବୋଲି ସେ ଦୋହରାଇଛନ୍ତି।
•    ହ୍ୟୁମାନ ମୃତ୍ୟୁ: ତଦନ୍ତ ହେଉ
•    ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ପୁଣି ତଦନ୍ତ ଦାବି 
•    ହ୍ୟୁମାନଙ୍କ ମୃତ୍ୟୁ କେମିତି ହେଲା ଜଣାପଡ଼ୁ: ଅନୁଭବ 
•    ‘ମୃତ୍ୟୁ ପଛରେ ଯିଏ ଦାୟୀ କାର୍ଯ୍ୟାନୁଷ୍ଠାନ ହେଉ’
•    ‘ହ୍ୟୁମାନ ଅନେକ କଷ୍ଟରେ ଥିଲେ’ 
•    ‘ହ୍ୟୁମାନ ମନରେ ବହୁତ କିଛି ଚାପି ରଖିଥିଲେ’ 
•    ‘ଯିଏ ଦାୟୀ, ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ’ 
•    ‘ହ୍ୟୁମାନଙ୍କ PAଙ୍କ ଭୂମିକାକୁ ନେଇ ପୁଣି ଛିଡ଼ା ହେଲା ପ୍ରଶ୍ନ’ 
•    ‘ହ୍ୟୁମାନଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ କିଛି ବି ଜଣାଯାଉନଥିଲା’
ତେବେ ଏହି ଅଭିଯୋଗ ସଂପର୍କରେ ପପୁ କିମ୍ବା ପ୍ରଶାନ୍ତଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ....

humane sagar case Justice for Humane Sagar
Advertisment
Related Articles
Advertisment