/odishatv-khabar/media/media_files/2025/12/07/only-one-day-in-nine-2025-12-07-20-54-40.jpg)
Only One Day in Nine Photograph: (OTV)
ସୋସିଆଲ ମିିଡିଆରେ ଆକ୍ଟିଭ । ହେଲେ ହାଉସରେ ଆବସେଣ୍ଟ । ୮ ଦିନ ହେଲା ବିଧାନସଭାକୁ ଆସୁନାହାନ୍ତି ନବୀନ। ଗଣତାନ୍ତ୍ରିକ ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଲେ ବିଜେପି, କଂଗ୍ରେସ । ସ୍ୱାସ୍ଥ୍ୟଗତ ସମସ୍ୟା କହି କଥା ଏଡାଇଲା ବିଜେଡି । ନଭେମ୍ବର ୨୭ତାରିଖରୁ ଆରମ୍ଭ ହୋଇ ଚାଲିଛି ବିଧାନସଭାର ଶୀତ ଅଧିବେଶନ । ପ୍ରଶ୍ନକାଳ ସୁରୁଖୁରୁରେ ଚାଲୁଛି । ଶୂନ୍ୟକାଳ, ମୂଲତବି ପ୍ରସ୍ତାବ ସହ ଅତିରିକ୍ତ ବଜେଟ ଖର୍ଚ୍ଚ ଦାବି ଆଲୋଚନା ବି ସରଗରମ ହେଉଛି । ହେଲେ ଗୃହରେ ଦେଖା ଯାଉ ନାହାନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗତ ୯ଦିନର ଗୃହ କାର୍ଯ୍ୟ ଭିତରେ କେବଳ ରାଷ୍ଟ୍ରପତି ଆସିଥବା ଦିନ ହିଁ ବିଧାନସଭା କୁ ଆସିଥିଲେ ନବୀନ। ଏହାକୁ ନେଇ ବିରୋଧୀ ଦଳ ନେତା ନବୀନଙ୍କୁ ଟାର୍ଗେଟ କରିବା ସହ ଗୃହର ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଏହା ଭୁଲ ସଂକେତ ଦେଉଥିବା କହିଛନ୍ତି ବିଜେପି ଓ କଂଗ୍ରେସ। ତେବେ ବିଜେଡି କହିଛି ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସବୁ ଦିନ ଆସି ପାରୁ ନ ଥିଲେ ବି କିଛି ଦିନ ବିଧାନସଭାରେ ଭାଗ ନେଉଛନ୍ତି ।
ନୂଆପଡା ଉପନିର୍ବାଚନ ବେଳେ ଦୁଇ ଦୁଇ ଥର ନୂଆପଡା ଯାଇ ପ୍ରଚାର କରିଥିଲେ ନବୀନ । ପୁଣି ଚଳିତ ବିଧାନସଭା ଅଧିବେଶନ ଚାଲୁଥିବା ଭିତରେ ହିଁ ନବୀନ ନିବାସରେ ବିଭିନ୍ନ ଲୋକଙ୍କୁ ଭେଟୁଛନ୍ତି । ଭଦ୍ରକରେ ବିଜେଡି ଦୁର୍ବଳ ହେବା ପରେ ନେତାଙ୍କୁ ଡାକି ସଂଗଠନ ନେଇ ଆଲୋଚନା କରିଥିଲେ ବିଜେଡି ସୁପ୍ରିମୋ । ଅନ୍ୟପଟେ ଅତିରିକ୍ତ ବଜେଟ ଓ ANM ପରୀକ୍ଷା ବାତିଲ ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ସରକାରକୁ ବି ଘେରିଥିଲେ । ହେଲେ ଗୃହ ଭିତରେ ଏ ପ୍ରସଙ୍ଗ ନ ଉଠାଇବା ଯୋଗୁଁ ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ବାଚୀ ।
ବିଧାନସଭାରେ ୫୦ ବିଧାୟକ ସହ ମୁଖ୍ୟ ବିରୋଧୀ ଦଳ ହେଉଛି ବିଜେଡି । ହେଲେ ବିଗତ ଦୁଇଟି ଦୁଇଟି ବିଧାନସଭା ଅଧିବେଶନରେ ମାତ୍ର ୧୪ ବିଧାୟକ ଥାଇ ବି ବିରୋଧୀ ଦଳ ପଦବୀକୁ ଯେମିତି କଂଗ୍ରେସ ହଇଜାକ କରି ରଖିଲା ପରି ମନେ ହେଉଛି । କିନ୍ତୁ ବଡ଼ ସଂଖ୍ୟା ଥାଇ ବି ନବୀନଙ୍କ ଅନୁପସ୍ଥିତି ବିଧାନସଭାରେ ବିଜେଡି ସ୍ୱରକୁ ଦୁର୍ବଳ କରୁଥିବାର ଚର୍ଚ୍ଚା ହେଉଛି ।
Self-Immolation Attempt Case: ଜୀବନ ସହ ଲଢ଼ୁଛି ପୀଡ଼ିତା, ଆବଶ୍ୟକ ହେଲେ ପୀଡ଼ିତାଙ୍କୁ ଏୟାରଲିଫ୍ଟ ହେବ: ମନ୍ତ୍ରୀ

Anubhav Demands Probe into Humane Sagar's Death: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ପୁଣି ତଦନ୍ତ ଦାବି: କାର୍ଯ୍ୟାନୁଷ୍ଠାନ ହେଉ ବୋଲି କହିଲେ ଅନୁଭବ

Nightclub Fire: ଫୁଲ ଭଲ୍ୟୁମରେ ଚାଲିଥିଲା ନାଇଟ ପାର୍ଟି , ନିଆଁରେ ଜଳିଗଲେ ୨୫ଜଣ

Feast on Odia Food: ଖେଳାଳିଙ୍କ ମେନ୍ୟୁରେ ଦେଶୀ ଚିକେନକୁ ମାଟିହାଣ୍ଡି ମଟନ...ମିଠାରେ ରସାବଳୀକୁ ନେଇ ସ୍ପେଶାଲ ଆଇଟମ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)