/odishatv-khabar/media/media_files/2025/12/08/weekly-horoscope-2025-12-08-09-20-54.jpg)
weekly horoscope Photograph: (OTV)
ସାପ୍ତାହିକ ରାଶିଫଳ (ସୋମ ୦୮ ରୁ ରବି ୧୪)
ମେଷ-
ସଫଳତାର ନୂଆ ମଉକା ହାତକୁ ଆସିବ। ବ୍ୟକ୍ତିଗତ କଥା କାହାରିକୁ ଜଣାନ୍ତୁ ନାହିଁ। ବ୍ୟବସାୟରେ ପୁଞ୍ଜି ଲଗାନ୍ତୁ ଦିଗୁଣା ଲାଭ ପାଇବେ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କ ଲାଗି ସମୟ ଭଲ। ଦରମା ବୃଦ୍ଧିର ଖବର ପାଇବେ। ଇଂଜିନିୟର୍ ନିଜର ଅନୁଭବ ଠିକ୍ ଦିଶାରେ ପ୍ରୟୋଗ କରିବେ। ସମାଜର ଲୋକ ଆପଣଙ୍କ ସହିତ ମିଶିବାକୁ ଆସିବେ। ବିରୋଧୀଙ୍କ ପ୍ରତି ସାବଧାନ ରହନ୍ତୁ। କଳାକାରଙ୍କୁ ଲାଭ ମିଳିବା ଯୋଗ ରହିଛି। ପରିବାର ସହିତ କଥାବାର୍ତ୍ତା କରି ନିଜର ଅଶାନ୍ତି ଦୂର କରିବେ। ଅବିବାହିତଙ୍କର ବିବାହ ଲାଗି ଭଲ ପ୍ରସ୍ତାବ ଆସିବ। ଶିକ୍ଷାର୍ଥୀ କ୍ୟାରିୟର୍ରେ ସକାରାତ୍ମକ ପରିଣାମ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ପ୍ରତିଦିନ ସକାଳୁ ସୂର୍ୟ୍ୟ ଦେବତାଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ
ବୃଷ-
ଅଟକି ରହିଥିବା କୌଣସି କାମ ଆଜି ଅଟକି ରହିବ ନାହିଁ । ନକରାତ୍ମକ ପ୍ରବୃତି ଥିବା ଲୋକଙ୍କ ପ୍ରତି ଆପଣ ଆକର୍ଷିତ ହୋଇ ପାରନ୍ତି । ସମାଜ ସେବା କାର୍ଯ୍ୟରେ ଯୋଗ ଦେଇ ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସ ରତ ହେବେ । ପରିବାରରେ ଛୋଟ ଛୋଟ କଥାକୁ ନେଇ ସମସ୍ୟା ସୃଷ୍ଟି ହୋଇପାରେ । ରାଜନୈତିକ କ୍ଷେତ୍ରରେ ଉଚ୍ଚ ପଦ ପଦବୀ ପାଇ ପାରନ୍ତି । ଘରୁ ବାହାରକୁ ଯିବାଦ୍ୱାରା କ୍ଲାନ୍ତି ଅନୁଭବ କରିପାରନ୍ତି । ଅଦାଲତ ସମ୍ବନ୍ଧୀୟ କାର୍ଯ୍ୟ, ସ୍ତ୍ରୀ ସମ୍ପର୍କ କ୍ଷେତ୍ରରେ ଉଚ୍ଚ ମାନର ସୁଫଳ ପ୍ରଦାନ କରିବେ । ସଂଘର୍ଷମୟ ପରିସ୍ଥିତିର ସାମ୍ନା କରି ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- କୈାଣସି ଶୁକ୍ଲବର୍ଣ୍ଣ ଗାଇକୁ ଖାଇବାକୁ ଦିଅନ୍ତୁ
ମିଥୁନ-
ବ୍ୟକ୍ତିଗତ ସମସ୍ୟା ସମାଧାନ ହୋଇଯିବ। ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ପାଇବେ। ବ୍ୟବସାୟ ଜୀବନ ବହୁତ ଭଲ ରହିବ। ନକାରାତ୍ମକ ଲୋକଙ୍କ ଠାରୁ ଦୂରେଇ ରହନ୍ତୁ। ଅଫିସରେ କରିଆସୁଥିବା ଅଧିକ ପରିଶ୍ରମ ପାଇଁ ପଦୋନ୍ନତି ବା ଦରମା ବୃଦ୍ଧି ହେବ। କଣ୍ଠଶିଳ୍ପୀ ବଡ଼ ଜାଗାରେ ପ୍ରଦର୍ଶନ କରିବାର ସୁଯୋଗ ପାଇବେ। ଆପଣ ସମାଜ କଲ୍ୟାଣ କାର୍ୟ୍ୟରେ ସାହାଯ୍ୟ କରନ୍ତୁ ନାମ ଉଚ୍ଚା ହେବ। ପରିବାର ସହିତ ଅଧିକ ସମୟ ଅତିବାହିତ କରିବାର ମଉକା ପାଇବେ। ଶିକ୍ଷାର୍ଥୀ ଶିକ୍ଷକଙ୍କର ପୂରା ସହଯୋଗ ପାଇବେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ନିଜର ଖାଇବାର କିଛି ଅଂଶ ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ
କର୍କଟ-
କାର୍ଯ୍ୟ ବ୍ୟସ୍ତତା କାରଣରୁ ଟେନ୍ସନ ଲାଗି ରହି ରହିବ । କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ରୋଜଗାର ସମସ୍ୟା ସୁଧୁରି ଯିବ ଓ ଧନ ଲାଭ ହେବାରୁ ମନ ଖୁସି ରହିବ । ଜ୍ଞାନ ଗବେଷଣା ସ୍ତରରେ କୃତକାର୍ଯ୍ୟ ହୋଇ ଯଶ ମାନ ପ୍ରତିଷ୍ଠା ପ୍ରାପ୍ତି ହେବ । ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ସ୍ଥିତି ସୁଦୃଢ ହେବା ଫଳରେ ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ପରିବହନ ବ୍ୟବସାୟରେ ବିଶେଷ ଲାଭବାନ ହେବେ । ଟଙ୍କା ପଇସା, ନେବା ଆଣିବା, ଦିଆ ନିଆ କ୍ଷେତ୍ରରେ ସତର୍କ ରୁହନ୍ତୁ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ସୋମବାର ଉପବାସ କରନ୍ତୁ
ସିଂହ-
ଆର୍ଥିକ ଦୃଷ୍ଟିରୁ ସମୟ ଆପଣଙ୍କ ଲାଗି ଅନୁକୂଳ। ଜରୁରୀ କାମ ପୂରା କରିବାକୁ ଭାବୁଥିଲେ ତାହା ସଂପୂର୍ଣ୍ଣ ହୋଇଯିବ। ବେପାରରେ ଗତି ବୃଦ୍ଧି ହେବ। ଅଫିସ୍ରେ ଅଧିକାରୀବର୍ଗ କାମକୁ ନେଇ ଆପଣଙ୍କ କାନ୍ଧରେ ଭାର ବଢ଼ାଇ ପାରନ୍ତି। ଇଲେକ୍ଟ୍ରୋନିକ୍ସ ଇଂଜିନିୟର୍ ନିଜର ଅନୁଭବ ସଠିକ୍ ଦିଗରେ ପ୍ରୟୋଗ କରିବେ। ରୋଜଗାର ଖୋଜୁଥିବା ବ୍ୟକ୍ତିମାନେ ରୋଜଗାରର ଅବସର ପାଇବେ। ପରିବାରରେ ଖୁସିର ଆଗମନ ହେବ। ପ୍ରିୟଜନଙ୍କ ସହିତ ବାହାରକୁ ବୁଲିଯିିବେ। ଶିକ୍ଷାର୍ଥୀ ଲେଖାପଢ଼ାରେ ଅମନୋଯୋଗୀ ହୋଇପାରନ୍ତି। ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର - ଶ୍ରୀ ରାମଙ୍କୁ ପୂଜା କରନ୍ତୁ
କନ୍ୟା-
କର୍ମ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିକମି ଆସିବ । ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବିଦ୍ୟାର୍ଥୀ ମାନେ ଉତ୍ସାହିତ ହେବେ । ଦାମ୍ପତ୍ୟ ଜୀବନରଏ ପ୍ରେମ ଏବଂ ସୁଖ ବୃଦ୍ଧି ପାଇବ । ଅଫିସ୍ ପରିବେଶ ଆପଣଙ୍କ ପାଇଁ ବହୁତ ଭଲ ରହିବ । ବ୍ୟାଙ୍କିଙ୍ଗ୍ ବୃତ୍ତି ସହିତ ଜଡିତ ଲୋକମାନେ ପୁରସ୍କାର ପାଇପାରିବେ । ମନ ମଧ୍ୟରେ ଦୁଃଖ ଭରି ରହିଥିଲେ ମଧ୍ୟ ଦାୟିତ୍ୱ ନେଇଥିବା କାମରେ ଆଦୌ ହେଳା କରିବେ ନାହିଁ । କଳା,ସାହିତ୍ୟ , ସାମ୍ବାଦିକତା ଓ ପରିବହନରୁ ଭଲ ଲାଭ ପାଇବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ
ତୁଳା-
କିଛି ନୂଆ ଓ ସକାରାତ୍ମକ କରିବାକୁ ଭାବିବେ। ଆପଣଙ୍କ ଜ୍ଞାନ ଓ ଶିଷ୍ଟାଚାରରେ ଲୋକେ ପ୍ରଭାବିତ ହେବେ। ଭାଗୀଦାରି କାରବାରରେ ଲାଭ ପାଇବେ। ଟଙ୍କାପଇସା ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ। ଅଫିସ କାମର ବୋଝ ଅଧିକ ରହିବ। ଧୀଶକ୍ତି ବଳରେ ସବୁପ୍ରକାର ସ୍ଥିତି ସମ୍ଭାଳି ନେବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନସମ୍ମାନରେ ବୃଦ୍ଧି ହେବ। ପାରିବାରିକ ସମସ୍ୟା ସମାପ୍ତ ହୋଇଯିବ। ମନୋରଂଜନ କାର୍ୟ୍ୟରେ ଅଧିକ ସମୟ ଓ ଅର୍ଥ ବ୍ୟୟ କରନ୍ତୁ ନାହିଁ। ଛାତ୍ରଛାତ୍ରୀ ସହପାଠୀ ଓ ଶିକ୍ଷକଙ୍କ ସହଯୋଗ ପାଇବେ। ସ୍ବାସ୍ଥ୍ୟ ସଂପର୍କିତ ସମସ୍ୟାରୁ ମୁକ୍ତି ପାଇବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ରୀ ଭାର୍ଗବୀଙ୍କ ଫଟକୁ ପୂଜା କରନ୍ତୁ
ବିଛା-
କଠିନ ପରିଶ୍ରମରୁ ନିବୃତ୍ତ ହୁଅନ୍ତୁ ନାହିଁ । ସହକର୍ମୀ ମାନେ କର୍ମ କ୍ଷେତ୍ରରେ ଆପଣଙ୍କୁ ଭଲ ସମର୍ଥନ ଦେବେ । ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତି ଓ ନିଜ ମନମୁତାବକ କାମ କରିପାରିବେ । ଆଜି ଇଚ୍ଛା ନଥାଇ ମଧ୍ୟ ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହୋଇ ପାରନ୍ତି । ଆପଣଙ୍କ ଯୋଜନା କାହା ସହ ଅଂଶୀଦାର କରନ୍ତୁ ନାହିଁ । ପ୍ରେମ ସମ୍ପର୍କ ବିଷୟରେ ବହୁତ ସତର୍କ ରହିବା ଆବଶ୍ୟକ । କାରଣ ଅସହିଷ୍ଣୁତାର ଶିକାର ହୋଇ ପାରନ୍ତି । ଅତ୍ୟଧିକ କାର୍ଯ୍ୟ ଚାପ ଯୋଗେ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଦକ୍ଷିଣ ମୁଖା ହୋଇ ଖଇର ଗଛର ପୂଜାର୍ଚ୍ଚନା କରନ୍ତୁ
ଧନୁ-
ନିଜ ଲୋକ ଆପଣଙ୍କୁ ଠିକ୍ ଦିଗରେ ନେଇଯିବେ। ପରିସ୍ଥିତିରେ ତାଳମେଳ ବନାଇ ନେବେ। ଆପଣଙ୍କ ସକାରାତ୍ମକ ବ୍ୟବହାର ଲୋକଙ୍କର ପସନ୍ଦ ହେବ। ଯେଉଁ ମହିଳାମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କ ଲାଗି ସମୟ ଭଲ। ଅଫିସ କାମରେ କୌଣସି ଆହ୍ବାନ ଆସିବ। ସହକର୍ମୀଙ୍କ ସହିତ ବଚସା ହୋଇପାରେ। ବୟସାଧିକ ବ୍ୟକ୍ତିମାନେ ଧର୍ମକାର୍ୟ୍ୟରେ ବ୍ୟସ୍ତ ରହିବେ। ଇଲେକ୍ଟ୍ରିକ୍ ବାଇକ୍ କିଣିବା ଯୋଗ ରହିଛି। ବନ୍ଧୁ ଆସିବା ହେତୁ ଘରେ ଖୁସିର ପରିବେଶ ରହିବ। ସାମାଜିକ ସମାରୋହକୁ ଯିବାର ଅବସର ପାଇବେ। କଳା ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ। ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ
ମକର-
ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହେବ । ରାଜନୈତିକ କ୍ଷେତ୍ରରେ ଯଶ, ମାନ ବୃଦ୍ଧି ହେବ । ସହକର୍ମୀ ମାନଙ୍କର ସମର୍ଥନ ଯୋଗୁ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତ ହେବ । ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ପ୍ରିୟ ଜନଙ୍କ ଡାକରା ପାଇ ଦୂର ଜାଗାକୁ ଯିବାକୁ ପଡିପାରେ । ମାଲିମୋକଦ୍ଦମାରେ ସଫଳତା ମିଳିବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । କର୍ମ କ୍ଷେତ୍ରରେ ନୂତନ ଦାୟିତ୍ୱ ନେଇ ଧାଁ ଦଉଡ କରିବାକୁ ପଡପାରେ । ବ୍ୟବସାୟରେ ଯଥେଷ୍ଟ ଅଗ୍ରଗତି ଘଟିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଶନିବାର ଦିନ ଇଷ୍ଟ ଦେବୀ ମା ଦକ୍ଷିଣ କାଳୀଙ୍କର ଦର୍ଶନ କରନ୍ତୁ
କୁମ୍ଭ-
କୌଣସି ଅପ୍ରୀତିକର ସ୍ଥିତିରୁ ବାହାରକୁ ବାହାରି ଯିବେ। କାର୍ୟ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ ଏବଂ ଆପଣଙ୍କ ଉପଲବ୍ଧି ଉପରେ ଗର୍ବ ଅନୁଭବ କରିବେ। ଚାକିରିରେ ପଦୋନ୍ନତି ମିଳିବା ଯୋଗୁଁ ଖୁସି ରହିବେ। ଆପଣ ସୋସିଆଲ୍ ମିଡିଆ ମାଧ୍ୟମରେ ସାମାଜିକ କାର୍ୟ୍ୟରେ ସହଯୋଗ ଦେବେ। ସଙ୍ଗୀତ କଳା କ୍ଷେତ୍ରରେ ଥିବା ଲୋକ ମହତ୍ତ୍ବପୂର୍ଣ୍ଣ ଅବସର ପାଇବେ। ଜୀବନସାଥୀ ଓ ପିଲାମାନଙ୍କଠାରୁ ବହୁତ ଖୁସି ପାଇବେ। ଘରେ ଧାର୍ମିକ ଅନୁଷ୍ଠାନ କରିବା ଲାଗି ଯୋଜନା କରିବେ। ଆଇନ ଛାତ୍ରଛାତ୍ରୀ କୌଣସି ବଡ଼ ଓକିଲଙ୍କ ସହ କାମ କରିବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସମୟ ଭଲ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସାତଟି ଗୋଲ ମରିଚ ନୀଳ କପଡାରେ ବାନ୍ଧି ଜଳରେ ଭସାଇ ଦିଅନ୍ତୁ
ମୀନ-
କର୍ମ କ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷଙ୍କ ପାଇଁ ସ୍ଥଗିତ କାମ ସମ୍ପନ୍ନ କରିବେ । ଅତ୍ୟଧିକ କଠିନ ପରିଶ୍ରମ କରିବା ଫଳରେ ବ୍ୟବସାୟରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ । ମାଲିମୋକଦ୍ଦମାରେ ଆପୋଷ ସମାଧାମର ରାସ୍ତା ଖୋଲିଯିବ । ଯାହାର ବେଶି ଉପକାର କରିଥିବ ତାହାଦ୍ୱାରା ବେଶି ଆଘାତ ପାଇବେ । ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେମାପି ଚାଖଣ୍ଡେ ଚାଲିବା ବିଧେୟ । କଳା, କ୍ରୀଡା, ସଙ୍ଗୀତ, ମନୋରଞ୍ଜନ କାର୍ଯ୍ୟକ୍ରମରେ ସମସ୍ୟାର ସମାଧାନ ହୋଇଯିବ । ଆଲୋଚନା ପରିସରରେ ପରିସ୍ଥିତିରେ ପଡି ଠିକ୍ ବିଚାର କରି ପାରିବେ ନାହିଁ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- “ଓଁ ବୃଂ ବୃହସ୍ପତୟେ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
Daily Horoscope 8th December 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 8th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

SI Exam Scam: ପୋଲିସ SI ସ୍କାମରେ ବଢ଼ିଲା ସିବିଆଇ ଗିରଫଦାରି , ଗିରଫ ଯବାନ ହେଲେ ଅର୍ଜୁନ ନାଏକ ...ଆଗରୁ ନବୀନ ନିବାସରେ ଡ୍ୟୁଟି କରୁଥିଲେ

Goa's Party Paradise Turns to Ash: ଡିଜେ ନାଇଟ୍ ବେଳେ ନିଆଁ ଲାଗି ୪ ପର୍ଯ୍ୟଟକଙ୍କ ସହ ୨୫ ମୃତ , ଥରାଇ ଦେଲା ଗୋଆ ନାଇଟ୍ କ୍ଲବ ଫାୟାର ଟ୍ରାଜେଡି

Only One Day in Nine: ସୋସିଆଲ ମିିଡିଆରେ ଆକ୍ଟିଭ , ହେଲେ ହାଉସରେ ଆବସେଣ୍ଟ ...ନବୀନଙ୍କୁ ଟାର୍ଗେଟ୍ କଲେ ବିଜେପି ଓ କଂଗ୍ରେସ

IndiGo Crisis Worsens: ଇଣ୍ଡିଗୋ ସିଇଓଙ୍କୁ ସୋ-କଜ ମାଗିଲା ଡିଜିସିଏ , ଆଜି ଦେଶରେ ୫୦୦ରୁ ଅଧିକ ଫ୍ଲାଇଟ୍ କ୍ୟାନସଲ୍

Odisha Primary Teachers Dig In: ଜିଦରେ ଅଟଳ ପ୍ରାଥମିକ ଶିକ୍ଷକ , ମାସ୍ ଲିଭ୍ ରେ ଯିବାକୁ ଦେଲେ ଧମକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)