Advertisment

Trump Criticizes U.K.’s Starmer: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଆମେରିକାକୁ ବ୍ରିଟେନର ସହଯୋଗ; ତାଚ୍ଛଲ୍ୟ କଲେ ଟ୍ରମ୍ପ୍

ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଆମେରିକାକୁ ବ୍ରିଟେନର ସହଯୋଗ। ବିଳମ୍ବରେ ସାମିଲ ହୋଇଥିବାରୁ ତାଚ୍ଛଲ୍ୟ କଲେ ଟ୍ରମ୍ପ୍। କହିଲେ ଯୁଦ୍ଧ ଜିତିସାରିବା ପରେ ଆବଶ୍ୟକ ନାହିଁ ସହଯୋଗ।

author-image
Chinmayee Sahoo
Donald Trump

Donald Trump Photograph: (OTV)

ଯୁଦ୍ଧକୁ ବିଳମ୍ବରେ ଓହ୍ଲାଇ ଆମେରିକାକୁ ସହଯୋଗର ହାତ ବଢାଇଥିବା ବ୍ରିଟେନ ଉଦ୍ଦେଶ୍ୟରେ ତାଚ୍ଛଲ୍ୟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ସେ କହିଛନ୍ତି ବ୍ରିଟେନ୍ ଆମର ସବୁ ସମୟରେ ବଡ଼ ସହଯୋଗୀ ଭାବେ ରହି ଆସିଛି। କିନ୍ତୁ ମଧ୍ୟପ୍ରାଚ୍ୟକୁ ଏବେ ଦୁଇଟି ଏୟାରକ୍ରାଫ୍ଟ ପଠାଇଥିବାରୁ ଯୁଦ୍ଧକୁ ନେଇ ସେମାନେ ଗୁରୁତ୍ବ ଅନୁଭବ କରୁଥିବା କହିଛନ୍ତି ଟ୍ରମ୍ପ୍। 

Advertisment

ତେବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଷ୍ଟାର୍ମରଙ୍କଠକୁ ସେ କିଛି ସହୟତା ଚାହୁଁନଥିବା କହିଛନ୍ତି। କାରଣ ଯୁଦ୍ଧକୁ ଜିତି ସାରିବା ପରେ ଆଉ କୌଣସି ଦେଶର ଯୋଗଦାନର ଆବଶ୍ୟକତା ନାହିଁ ବୋଲି ଟ୍ରମ୍ପ କିଛି ଅଭିମାନ ଭରା ଉକ୍ତି ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡଲ ଟ୍ରୁଥରେ ଉଲ୍ଲେଖ କରିଛନ୍ତି। 

ସେପଟେ ଯୁଦ୍ଧରେ ରୁଷ, ଇରାନକୁ ସହଯୋଗ କରୁଥିବା ପ୍ରଶ୍ନରେ ଟ୍ରମ୍ପ କହିଛ, ଏବେ ସୁଦ୍ଧା ସେଭଳି କିଛି ସୂଚନା ମିଳି ନାହିଁ। ଯଦି ସେପରି ହେଉଥାଏ, ତେବେ ରୁଷ୍ ଠିକ୍ କରୁ ନାହିଁ ବୋଲି କହିଛନ୍ତି ଟ୍ରମ୍ପ୍।

Advertisment
American President Donald Trump Britain Donald Trump
Advertisment
Related Articles
Advertisment