Advertisment

Middle East Tensions: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ବଡ଼ ଅପଡେଟ୍, ଆକ୍ରମଣ ବନ୍ଦ ପାଇଁ ଇରାନର ସର୍ତ୍ତ

ଉପସାଗରୀୟ ଦେଶଙ୍କ ଉପରେ ହମଲା ବନ୍ଦ ପାଇଁ ଇରାନର ସର୍ତ୍ତ। ଆମେରିକାକୁ ସାହାଯ୍ୟ ବନ୍ଦ କଲେ, ଆକ୍ରମଣ ବନ୍ଦ ‍ହେବ ବୋଲି ଇରାନ ରାଷ୍ଟ୍ରପତି ମାସୁଦ୍ ପାଜେସ୍କିଆନ୍ ଙ୍କ ଘୋଷଣା।

author-image
Chinmayee Sahoo
Middle East Tension

Middle East Tension Photograph: (OTV)

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଆସିଲା ବଡ଼ ଅପଡେଟ୍। ଉପସାଗରୀୟ ଦେଶମାନଙ୍କ ଉପରେ ହମଲା ବନ୍ଦ କରିବାକୁ ରାଜି ହୋଇଛି ଇରାନ୍, ତେବେ ଏଥିପାଇଁ ରଖିଛି ଏକ ବଡ଼ ସର୍ତ୍ତ। ଆମେରିକାକୁ ସାହାଯ୍ୟ ବନ୍ଦ କଲେ ଯାଇ ଇରାନ ଆକ୍ରମଣ ବନ୍ଦ କରିବ ବୋଲି କହିଛନ୍ତି ଇରାନ ରାଷ୍ଟ୍ରପତି ମାସୁଦ୍ ପାଜେସ୍କିଆନ୍। 

Advertisment

ତେବେ ଇସ୍ରାଏଲ୍ ଓ ଆମେରିକା ସହ ଯୁଦ୍ଧ ଭିତରେ ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ତେହରାନ ପକ୍ଷରୁ ହୋଇଥିବା ହମଲା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ଇରାନ ରାଷ୍ଟ୍ରପତି। ତେବେ ଚାଲିଥିବା ଯୁଦ୍ଧରେ ଇରାନ କେବେ ବି ଆତ୍ମ ସମର୍ପଣ କରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମାସୁଦ୍। 

ସେପଟେ ଇରାନ ବୈଦେଶିକ ମନ୍ତ୍ରୀ ଆବାସ ଆର୍ଗାଛି, ଦେଶର ପାନୀୟ ଜଳ ପ୍ରକଳ୍ପ ଉପରେ ଆମେରିକାର ଆଟାକକୁ କଡ଼ା ଭାଷାରେ ନିନ୍ଦା କରିବା ସହ ଏଭଳି କୁତ୍ସିତ ଆକ୍ରମଣ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ସେପଟେ ଇରାନ୍ ଗୁପ୍ତରେ ପରମାଣୁ ଅସ୍ତ୍ର ନିର୍ମାଣର କୁପରିଣାମ ଭୋଗୁଛି ବୋଲି କହିଛନ୍ତି ଟ୍ରଂପ୍।

Advertisment

Tension In Middle East middle east conflict news
Advertisment
Related Articles
Advertisment