/odishatv-khabar/media/media_files/2026/01/12/trump-target-cuba-2026-01-12-12-30-35.jpg)
TRUMP TARGET CUBA Photograph: (OTV)
ଭେନେଜୁଏଲା ପରେ ଟ୍ରମ୍ପଙ୍କ ନିଶାନାରେ କ୍ୟୁବା। ଭେନେଜୁଆଲା ତୈଳ ଭଣ୍ଡାରକୁ ସୁରକ୍ଷା ସହାୟତା ଦେଇଥିବାରୁ କ୍ୟୁବା ଉପରେ କ୍ଷୁବ୍ଧ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ସମୟ ଗଡ଼ିଯିବା ଆଗରୁ ତୁରନ୍ତ ଡିଲ୍ କରିବାକୁ କ୍ୟୁବାକୁ ନାଲିଆଖି ଦେଖାଇଛନ୍ତି ଟ୍ରମ୍ପ୍। ନଚେତ୍ ପରିଣାମ ଭୟଙ୍କର ହେବ ବୋଲି ଚେତାଇ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି।
ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଗିରଫ କରିବା ପରେ କ୍ୟୁବା ଉପରେ ଟ୍ରମ୍ପ ନଜର ପକାଇଥିବା ଅନ୍ତରାଷ୍ଟ୍ରୀୟସ୍ତରରେ ଚର୍ଚ୍ଚା ହେଉଛି। ଭେନେଜୁଏଲାର ଏକ ବଡ଼ ସହଯୋଗୀ ରାଷ୍ଟ୍ର ହେଉଛି କ୍ୟୁବା। ଭେନେଜୁଏଲାଠୁ ପ୍ରଚୁର ପରିମାଣରେ ତେଲ ଓ ଆର୍ଥିକ ସହାୟତା ଲାଭ କରୁଥିଲା। ପ୍ରତିବଦଳରେ ଭେନେଜୁଏଲାକୁ ସୁରକ୍ଷା ବ୍ୟବସ୍ଥା ଯୋଗାଉଥିଲା। ଆଗକୁ ଆଉ ଏହା ଚଳିବନି ବୋଲି କହିଛନ୍ତି ଟ୍ରମ୍ପ୍।
ସେପଟେ ଟ୍ରମ୍ପଙ୍କ ସାମରିକ କାର୍ଯ୍ୟାନୁଷ୍ଠାନ ଧମକ ନେଇ ଇରାନରେ ସମରସଜ୍ଜା। ଟ୍ରମ୍ପ କହିଛନ୍ତି ଇରାନରେ ବିକ୍ଷୋଭକାରୀଙ୍କ ଉପରେ ବଳ ପ୍ରୟୋଗ କରାଗଲେ ଆମେରିକା ସେମାନଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି। ଜବାବରେ ଇରାନ କହିଛି, ଯଦି ଟ୍ରମ୍ପ ହସ୍ତକ୍ଷେପ କରନ୍ତି, ତେବେ ଆମେରିକାର ସୈନ୍ୟ ଏବଂ ଆମେରିକା ଓ ଇସ୍ରାଏଲ ସହ ଜଡ଼ିତ ଘାଟିଗୁଡ଼ିକ ଉପରେ ଆକ୍ରମଣ କରିବ।
Rourkela Aircraft Incident: ବିମାନ ଦୁର୍ଘଟଣାସ୍ଥଳରେ ମନ୍ତ୍ରୀ, ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ତଦନ୍ତ ଚାଲିଛି

Isro PSLV-C62 EOS-N1: ଇତିହାସ ରଚିଲା ଇସ୍ରୋ; ବର୍ଷ ଆରମ୍ଭରୁ ବଡ଼ ମିଶନ, ମହାକାଶ ଗଲା ‘ଅନ୍ବେଷା’

Illegal Trafficking of Dadana: ଦୟନୀୟ ଚିତ୍ର, ଟ୍ରେନ୍ ନୁହଁ, ଗଡୁଛି ଦାଦନ ଏକ୍ସପ୍ରେସ୍!

Isro's PSLV-C62 Mission Failed: ଇସ୍ରୋ ମିଶନକୁ ଝଟକା; କକ୍ଷପଥରେ ପହଞ୍ଚିବା ପୂର୍ବରୁ ଦିଗହରା ହେଲା 'ଅନ୍ବେଷା'

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)