Advertisment

Attack Near White House: ହ୍ବାଇଟ ହାଉସ୍ ନିକଟରେ ଗୁଳିକାଣ୍ଡ, ଆତଙ୍କୀ ହମଲା କହିଲେ ଟ୍ରମ୍ପ

ଆମେରିକା ହ୍ବାଇଟ ହାଉସ୍ ନିକଟରେ ଗୁଳିକାଣ୍ଡ। ରାଷ୍ଟ୍ରପତି ଭବନରୁ କିଛି ବ୍ଲକ ଦୂରରେ ଗୁଳିକାଣ୍ଡ। ୨ ନ୍ୟାସନାଲ ଗାର୍ଡଙ୍କ ସମେତ ୩ ଜଣ ଆହତ। ହାଇ ଆଲର୍ଟରେ ୱାଶିଂଟନ ଡିସି ପୋଲିସ।

author-image
Chinmayee Sahoo
Attack Near White House

Attack Near White House Photograph: (OTV)

ଆମେରିକା ହ୍ବାଇଟ୍ ହାଉସ ନିକଟରେ ଫୁଟିଲା ଗୁଳି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭବନରୁ କିଛି ବ୍ଲକ ଦୂରରେ ଏହି ଗୁଳିକାଣ୍ଡ ହୋଇଛି। ଏଥିରେ ୟୁଏସ ନ୍ୟାଶନାଲ ସିକ୍ୟୁରିଟି ଗାର୍ଡର ଦୁଇ ଜଣ କମାଣ୍ଡୋ ସମେତ ୩ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ଗୁଳିମାଡ କରିଥିବା ବ୍ୟକ୍ତିକୁ ଗିରଫ କରାଯାଇଛି। ଏନେଇ ଏଫବିଆଇ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Advertisment

ସୂଚନାନୁସାରେ, ସ୍ଥାନୀୟ ସମୟ ୨ଟା ୧୫ରେ ଏନଏସଜିଙ୍କ ଉପରେ ଗୁଳିମାଡ ହୋଇଥିଲା। ହ୍ୱାଇଟ୍ ହାଉସ୍ ନିକଟରେ ଏହି ଘଟଣା ଘଟିଥିଲା। ଆକ୍ରମଣ କରିଥିବା ବ୍ୟକ୍ତି ହେଲା ଆଫଗାନିସ୍ତାନର ରହମାନୁଲହା ଲକନଓ୍ୱାଲ। ସେ ୨୦୨୧ରେ ଆମେରିକା ଆସିଥିଲା।

ସେପଟେ ଏହି ଘଟଣାକୁ ନେଇ ହାଇ ଆଲର୍ଟରେ ରହିଛି ୱାଶିଂଟନ ଡିସି ପୋଲିସ। ଓ୍ୱାସିଂଟନରେ ଅତିରିକ୍ତ ୫୦୦ କମାଣ୍ଡୋଙ୍କୁ ମୁତୟନ କରାଯାଇଛି। ଆମେରିକାର ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ଘଟଣାକୁ ଏକ ଆତଙ୍କବାଦୀ ଘଟଣା ଭାବରେ ତଦନ୍ତ କରୁଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଦୋଷୀଙ୍କୁ ଛଡାଯିବ ନାହିଁ।

Advertisment

ସୂଚନାଯୋଗ୍ୟ. ହ୍ୱାଇଟ୍ ହାଉସ ହେଉଛି ଆମେରିକାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆବାସ। ଏଠାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁହନ୍ତି। ଏଭଳି ଏକ ସମ୍ବେଦନଶୀଳ ଅଞ୍ଚଳରେ ଗୁଳିମାଡ ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

•    ହ୍ବାଇଟ ହାଉସ୍ ନିକଟରେ ଗୁଳିକାଣ୍ଡ
•    ଆମେରିକା ହ୍ବାଇଟ ହାଉସ୍ ନିକଟରେ ଗୁଳିକାଣ୍ଡ
•    ରାଷ୍ଟ୍ରପତି ଭବନରୁ କିଛି ବ୍ଲକ ଦୂରରେ ଗୁଳିକାଣ୍ଡ
•    ୨ ନ୍ୟାସନାଲ ଗାର୍ଡଙ୍କ ସମେତ ୩ ଜଣ ଆହତ
•    ହାଇ ଆଲର୍ଟରେ ୱାଶିଂଟନ ଡିସି ପୋଲିସ, ଜଣେ ଅଟକ
•    ଆକ୍ରମଣ କରିଥିବା ବ୍ୟକ୍ତି ଆଫଗାନିସ୍ତାନର ଥିବା ସୂଚନା
•    ଡୋନାଲ୍ଡ ଟ୍ରମ୍ପ କହିଲେ, ଦୋଷୀଙ୍କୁ ଛଡାଯିବ ନାହିଁ

White House
Advertisment
Related Articles
Advertisment