Advertisment

Daily Horoscope 27th November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ପ୍ରେମ କ୍ଷେତ୍ରରେ ସଫଳତା ପାଇବେ। ବ୍ୟବସାୟାଦି ବିଭିନ୍ନ ସଂସାରୁ ଧନାଗମ ହେବ। ସନ୍ତାନଙ୍କ ଭାଗ୍ୟରେ ଏବଂ ଆର୍ଥିକ ସ୍ଥିତି ଉନ୍ନତି ଦେଖାଦେବ।

author-image
Deepak Acharya
Horoscope

Horoscope Photograph: (OTV)

ମେଷ-
ଅଶ୍ୱନୀ- ମଧୁର କଥାରେ ପରକୁ ଆପଣାର କରିପାରନ୍ତି । ପ୍ରେମ କ୍ଷେତ୍ରରେ ସଫଳତା ପାଇବେ । ବ୍ୟବସାୟାଦି ବିଭିନ୍ନ ସଂସାରୁ ଧନାଗମ ହେବ ।
ଦ୍ୱିଜା- ସନ୍ତାନଙ୍କ ଭାଗ୍ୟରେ ଏବଂ ଆର୍ଥିକ ସ୍ଥିତି ଉନ୍ନତି ଦେଖାଦେବ । ସାମାଜିକ କାର୍ଯ୍ୟରେ ସଫଳତା ପାଇବେ । ସହଯୋଗୀ ମାନଙ୍କ ଯୋଗୁ କର୍ମକ୍ଷେତ୍ରରେ ଭଲ କରିବେ । ଶିକ୍ଷାର୍ଥୀ ମାନଙ୍କ ପାଇଁ ଅଧ୍ୟୟନରେ ଆଗ୍ରହ ବଢିବ ।    
କୃତିକା- କଚେରି ମାମଲାରେ କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ମହିଳା ମାନେ କାର୍ଯ୍ୟ ବ୍ୟସ୍ତ ରହିବେ ।  ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ନିଜର ଦକ୍ଷତା ପ୍ରତିପାଦିତ କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଧାର୍ମିକ ସ୍ଥାନରେ କଳା ସୋରିଷ ତେଲ ଦାନ କରନ୍ତୁ
ବୃଷ-
କୃତିକା- ସ୍ୱାସ୍ଥ୍ୟ ସମସ୍ୟା ହ୍ରାସ ପାଇବ । ପାରିବାରିକ ସମସ୍ୟାର ଅନ୍ତ ଘଟିବ । ବିବାହରେ ଚାପ କମାଇବା ପାଇଁ ଆପଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ ଏବଂ ଆତ୍ମ ନିୟନ୍ତ୍ରଣ ବଜାୟ ରଖିବା ପାଇଁ କାର୍ଯ୍ୟ କରିବେ ।
ରୋହିଣୀ- ଅନେକ ଗୁଡିଏ କାମ ଅଟକି ଯାଇ ଥିବାରୁ ଅନ୍ୟମନସ୍କ ରହିବେ । ଯେଉଁ ମାନେ ଆପଣଙ୍କୁ ପ୍ରତିଶ୍ରୁତି ଦେଇଥିବେ ତାହା ନ ପାଇବାରୁ ପ୍ରତିହିଂସା ମୂଳକ ମନଭାବ ପୋଷଣ କରିବେ ।
ମୃଗଶିରା- କେତେକ କ୍ଷେତ୍ରରେ ଧର୍ମ ସଙ୍କଟରେ ପଡି କଣ କରିବେ କିମ୍ବା ନ କରିବେ ଏହି ଦ୍ୱନ୍ଦରେ ପଡିପାରନ୍ତି । ଦୀର୍ଘଦିନର ପରିକଳ୍ପିତ ନୂତନ କାମଟିଏ
କରି ଆତ୍ମତୃପ୍ତି ଲାଭ କରିବେ । ଅତିଥୀ ଚର୍ଚ୍ଚା, ଯାତ୍ରା, ଆଇନ ଅଦାଲତ ପ୍ରଭୃତି କ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପାଣିରେ ଟିକେ ହଳଦୀ ମିଶେଇ ଗାଧାନ୍ତୁ
ମିଥୁନ-
ମୃଗଶିରା- ସ୍ୱାସ୍ଥ୍ୟ ଜନିତ ଅବସ୍ଥା ନିୟାନ୍ତ୍ରଣାଧିନ ରହିବ । ଯୋଜନା ମୁତାବକ କାମ କଲେ କୈାଣସି ପ୍ରକାର ଅସୁବିଧା ହେବ ନାହିଁ । ଗୁରୁଜନଙ୍କ ସହମତରେ ଆଗକୁ ବଢିପାରିବେ ।
ଆଦ୍ରା- ବହୁତ ଅଯଥା ଭ୍ରମଣ କରିବାକୁ ପଡିପାରେ । ବ୍ୟବସାୟରେ ସଫଳତା ଅର୍ଜନ କରି ଆଶାତୀତ ଲାଭ ଉଠେଇବେ ।  କଠିନ ପରିଶ୍ରମ କରି ପଢାରେ ଆଗକୁ ବଢି ପାରିବେ । ସମାଜ ସେବାରେ ସ୍ୱନାମ ପାଇବେ ।
ପୁନର୍ବସୁ- ଜମିଜମା ଜନିତ କ୍ରୟ,ବିକ୍ରୟରୁ ଲାଭ କମାଇ ପାରିବେ । ମହିଳା ମାନେ ଭ୍ରମଣର ସୁଯୋଗ ପାଇବେ । କୈାଣସି ଧର୍ମାନୁଷ୍ଠାନରେ ମୁଖିଆ ଭାବରେ ଦାୟିତ୍ୱ ତୁଲାଇ ପାରନ୍ତି । ଆତ୍ମ ବିଶ୍ୱାସ ଓ ଆଶାକୁ ନେଇ ଆଗକୁ ବଢିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ
କର୍କଟ-
ପୁନର୍ବସୁ- ଭାଗ୍ୟ ଉଦ୍ୟୋଗି ହେବା ସହିତ, ବ୍ୟବସାୟ – ବାଣିଜ୍ୟରେ ଲାଭ ମିଳିବ । ପରିବାରରେ ସୁଖ - ପ୍ରୀତି ବୃଦ୍ଧି ପାଇବ । ଅଫିସରେ କରିଥିବା କାମର ଶ୍ରେୟ କାହାରିକୁ ଦିଅନ୍ତୁ ନାହିଁ ।  ଧର୍ମ ଭାବନାରୁ ମନ ଦୂରେଇବେ ।
ପୁଷ୍ୟା- ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ଆଗକୁ ବଢିବାର ସୁଯୋଗ ମିଳିବ ତେଣୁ ନିଷ୍ଠାପର ଭାବରେ ପ୍ରୟାସ ଜାରି ରଖିବ । ସମୟ ଅଭାବରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକୁ ପରିବର୍ତନ କରିପାରନ୍ତି ।
ଅଶ୍ଲେଷା- ନୂଆ ବାହାନ କିଣିବାର ଆଶା ପୂରଣ ହୋଇପାରେ । ଆପଣଙ୍କ ସକାରତ୍ମକ ବିଚାରରେ ଲୋକ ପ୍ରଭାବିତ ହେବେ । ତରବରିଆ ପଦକ୍ଷେପ ନେଲେ  ହଇରାଣରେ ପଡିପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୂବନେଶୂରୀ ମହାକବଚ ଧାରଣ କରନ୍ତୁ 
ସିଂହ-
ମଘା- ବ୍ୟବସାୟ-ବାଣିଜ୍ୟ ଆଶାନୁରୂପ ଫଳ ପ୍ରାପ୍ତି ପାଇଁ ଅତ୍ୟଧିକ ପରିଶ୍ରମ କରିବାକୁ ପଡିବ । ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ । ଖଣି ଓ ଜଙ୍ଗଲ କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନେ ସତର୍କତା ଅବଲମ୍ବନ କରିବା ଉଚିତ୍‌ ।
ପୂ,ଫାଲଗୁନି- କର୍ମକ୍ଷେତ୍ରରେ ନିମ୍ନ ବର୍ଗୀୟ ବ୍ୟକ୍ତି ବିଶେଷଙ୍କ ଠାରୁ  ଲାଭବାନ୍ ହେବେ । ରାଜନୀତିରେ ପଛକଥାକୁ ଚିନ୍ତା କରି ବିରକ୍ତି ପ୍ରକାଶ କଲେ ଅନିଷ୍ଟକର ପରିସ୍ଥିତି ସୃଷ୍ଟି ହେବ । ସଘର୍ଷ କରି ବିଜୟ ଲାଭ ପାଇବେ ।
ଉ,ଫାଲଗୁନି- ଜମି ବିବାଦୀୟ ପରିସି୍ଥତି ଭିନ୍ନରୂପ ନେଇପାରେ । ଧନ ପ୍ରାପ୍ତି ଆଦି ଶୁଭଫଳ ମଧ୍ୟ ପାଇବେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ସକାଶେ ଆହୂତ ହୋଇପାରନ୍ତି ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ
କନ୍ୟା-
ଉ,ଫଳଗୁନି- ବ୍ୟବସାୟ ବିଷୟରେ ଭଲ କଥା କହିବେ ।  ପାରିବାରିକ ଜୀବନ ଆନନ୍ଦ ଦାୟକ ହେବ । ଭାଗ୍ୟ ଉଦ୍ୟୋଗି ହେବା ସହିତ, ବାଣିଜ୍ୟରେ ଲାଭ ମିଳିବ ।  ରୋଜଗାର ନୂତନ ସୁଯୋଗ ସୃଷ୍ଟି ହେବ ।
ହସ୍ତା- କାର‌୍ୟ୍ୟ ପାଇଁ ସମ୍ମାନିତ ଦକ୍ଷତା ପ୍ରତିପାଦିତ  ହେବେ ।  ଗମନା ଗମନ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ବିଦେଶରେ ଥିବା ସପଂର୍କୀୟ ଠାରୁ ଶୁଭ ଖବର ପାଇବେ ।
ଚିତ୍ରା- ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ । ବାହ୍ୟ ଶତୃ ମାନଙ୍କଠାରୁ ଦୂରେଇ ରହିବା ଭଲ । ରାଜନିତି ବିରୋଧୀ ସମ୍ମୁଖିନ ହେଲେ ମଧ୍ୟ ବିରୋଧୀ ଦଳ କିଛି କ୍ଷତି କରି ପାରିବେ ନାହିଁ 
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଦହି ଖାଇ ଘରୁ ବାହାରନ୍ତୁ
ତୁଳା-
ଚିତ୍ରା- ମାନସିକ ଦୁଶ୍ଚିନ୍ତା ଦୂର ହେବ । ଗୁରୁଙ୍କର ପରାମର୍ଶରେ ଧର୍ମମାର୍ଗରେ ଯିବା ପାଇଁ ମନବଳାଇ ପାରନ୍ତି । ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ । ଧର୍ମ ମନୋଭାବ ଦ୍ୱାରା ପରିଜନ ମାନଙ୍କଠାରେ ପ୍ରିୟଭାଜନ ହେବେ ।
ସ୍ୱାତୀ- ଶିଳ୍ପ ବାଣିଜ୍ୟରେ କ୍ଷେତ୍ରରେ ଅଭିବୃଦ୍ଧି ଘଟିପାରେ । କିଛି  ଯାନ୍ତ୍ରିକ ଜିନିଷ ଉପକରଣ କ୍ରୟ କରିପାରନ୍ତି ।  ଉଚ୍ଚବିଦ୍ୟା ଅଧ୍ୟୟନ ପାଇଁ ବିଦେଶକୁ ଯାଇ ପାରନ୍ତି ।
ବିଶାଖା- ପୈତୃକ ସମ୍ପତିର ସମାଧାନ ହୋଇଯିବ । ପଛ କଥା ନଭାବି ବର୍ତମାନ ପରିସ୍ଥିତିକୁ ସାମ୍ନା କରିବେ । ସୁନ୍ଦର କଳ୍ପନାରେ ବିଭୋର ରହିବେ । ମହିଳା ମାନେ ଉତ୍ସାହିତ ରହିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ
ବିଛା-
ବିଶାଖା- କେତେ ଗୁଡିଏ ମହତ୍ୱପୂର୍ଣ୍ଣ କାର୍ଯ୍ୟର ପରିବର୍ତ୍ତନ ହୋଇ ଆପଣଙ୍କ ଆର୍ôଥକ ସ୍ଥିତି ବହୁତ ଭଲ ରହିବ । ମିତ୍ରଙ୍କ ଠାରୁ ସାହାର୍ଯ୍ୟ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ ।  ସମ୍ପର୍କରେ ଘୃଣା ଏବଂ ବିରକ୍ତି ଦୂର ହେବ ।
ଅନୁରାଧା- ମାନ ମର୍ଯ୍ୟାଦାରେ ଅଭିବୃଦ୍ଧି ଘଟିବ । ସୂର୍ଣ୍ଣଳଙ୍କାର କିଣି ଖୁସି ଅନୁଭବ କରିପାରନ୍ତି ।  ଆପଣଙ୍କ ବିଚାରକୁ ସକାରତ୍ମକ ରଖନ୍ତୁ । ମହିଳା ମାନେ ବନ୍ଧୁପରିଜନକ ସହ ସମୟ ବିତାଇବେ ।
ଜ୍ୟେଷ୍ଠା- ସକାରତ୍ମକ ବିଚାର କ୍ୟାରିୟରକୁ ନୂଆ ଦିଶା ଦେବ ।  ଖେଳକୁଦରେ ମନ ଦେବେ । ଫିଲ୍ମ ଉଦ୍ୟୋଗି କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମନ୍ଦାର ଫୁଲକୁ ସୂର‌୍ୟ୍ୟ ଦେବତାଙ୍କୁ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ
ଧନୁ-
ମୂଳା- ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇ ଦୈନିକ କାର୍ଯ୍ୟଗତି ଉତ୍ସାହପୂର୍ଣ୍ଣ ହେବ । କାର୍ଯ୍ୟ କ୍ଷେତ୍ରରେ ସୁଖ ଶାନ୍ତି ବୃଦ୍ଧି ହେବା ସହ ଉଚ୍ଚ ସମ୍ଭାବନାର ଆଶା ପାଇବେ । ଜୀବିକା ଅର୍ଜନରେ ସଫଳତା ଲାଭ ପାଇବେ ।
ପୂ,ଷାଢା- ଖେଳାଳି ମାନେ ଉତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ । ସାମ୍ବାଦିକମାନେ ଶୁଭ ସଂବାଦ ପାଇ ଉତ୍ସାହିତ ହେବେ । ବାଧ୍ୟବାଧକତାରେ  ଅନେକ ଟଙ୍କା ଖର୍ଚ୍ଚକରି ଦୁଖିତ ରହିବେ । ଶିକ୍ଷାକ୍ଷେତ୍ରରେ ଅନେକ ସମସ୍ୟା ଦେଖାଦେବ ।
ଉ,ଷାଢା- ରାସ୍ତାଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ମହିଳା ମାନେ ପଡୋଶୀଙ୍କ ସହ ଭଲ ସମ୍ପର୍କ ସ୍ଥାପନ କରିବେ । ପୂର୍ବରୁ ଚାଲୁଥିବା ଆଇନଗତ ଲଢେଇରେ ବିଜୟ ଲାଭ କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମ  ରକ୍ଷକ ସ୍ତୋତ୍ର ପାଠ କରନ୍ତୁ
ମକର-
ଉ,ଷାଢା- ସ୍ୱାସ୍ଥ୍ୟରେ  ପରିବର୍ତ୍ତନ ଆସି ଶାରୀରିକ କଷ୍ଟ ଦୂର ହେବ । ପିଲା ମାନଙ୍କ ପଢାକୁ ନେଇ ମନ ଖୁସି ରହିବ ସାମାଜିକ କ୍ଷେତ୍ରରେ ଆଶା କରୁଥିବା ଖବର ପାଇ ଆନନ୍ଦିତ ହେବେ । ବ୍ୟବସାୟରେ ଭାଗୀଦାରଙ୍କ ସହ ମନାନ୍ତର ଦୂରେଇ ଯିବ । 
ଶ୍ରବଣା- ସାମାଜିକ କ୍ଷେତ୍ରରେ ଯଶ ବଢିବ । ନମ୍ର ସ୍ୱଭାବ ସହ ମୁରବିଙ୍କ ସହିତ କଥାବାର୍ତା ହୁଅନ୍ତୁ । ଛାତ୍ରଛାତ୍ରୀ ମାନେ ଅଧିକ ପରିଶ୍ରମ କରିଲେ ମଧ୍ୟ , ମଧ୍ୟମ ଧରଣର ଫଳ ପାଇବେ ।
ଧନିଷ୍ଠା- ଚାକିରି କ୍ଷେତ୍ରରେ କୁ ଚକ୍ରାନ୍ତ ବଶବର୍ତୀ ହୋଇ କ୍ଷୋଭ କରିବେ । ମାଲିମକନ୍ଦମାର ଶୁଣାଣି ଆପଣଙ୍କ ବିପକ୍ଷରେ ଯିବା ସହିତ ଦଣ୍ଡବିଧାନ ହୋଇ ନଥାଏ । ଅନ୍ୟ ମାନଙ୍କୁ ଭାବିଚିନ୍ତି କଥା କୁହନ୍ତୁ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ-
ଧନିଷ୍ଠା- ସାଂସାରିକ ଜୀବନ ସୁଖମୟ ହେବ । ବ୍ୟବସାୟରେ ଖର୍ଚ୍ଚକୁ ସୀମିତ କରିବାରେ ସକ୍ଷମ ହେବେ । ପ୍ରତ୍ୟେକଟି କ୍ଷେତ୍ରରେ ନିଜର ଉଦ୍ୟମ ବଳରେ ସଫଳତା ପାଇବେ ।
ଶତଭିଷା- ସମାଜ ସେବାରେ ବେଶ୍ ଆନନ୍ଦ ଅନୁଭବ କରିବେ । ଛାତ୍ରଛାତ୍ରି ମାନେ ପଢାରେ ସହଯୋଗ ପାଇବେ । ରାଜନିତିରେ ଆଗ୍ରହ ବଢିପାରେ ।
ପୂ,ଭାଦ୍ରପଦ- ପରହାତରେ ଥିବା ଧନ ସହଜରେ ପ୍ରାପ୍ତ ହେବ । ମହିଳା ମାନଙ୍କୁ କୈାଣସି ବ୍ୟକ୍ତିଙ୍କ ସହୟତା ମିଳିବ । ନୂତନ ଯାନ ବାହନ କ୍ରୟ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ମୀନ-
ପୂ,ଭାଦ୍ରପଦ- ନୂତନ ଭାବରେ ଆରମ୍ଭ କରୁଥିବା କାର‌୍ୟ୍ୟରେ ବ୍ୟସ୍ତ ରହିବେ । ଅପେକ୍ଷା କରୁଥିବା ବନ୍ଧୁଙ୍କୁ ନପାଇ ବ୍ୟସ୍ତ ହୋଇ ପଡିବେ । ସମୟ ଏପରି ହେବ ଯେ ଦୁଇ ପଇସା ଜାଗାରେ ଅଧିକ ପଇସା ଖର୍ଚ୍ଚ କରିବାକୁ ପଡିବ ।
ଉ,ଭାଦ୍ରପଦ- ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ । ବିଦ୍ୟାର୍ଥୀ ମାନେ ଉଚ୍ଚଶିକ୍ଷା ପାଇଁ ଆଗ୍ରହି  ହୋଇପାରନ୍ତି । କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ
ରେବତୀ- ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବ । ନିଜ ଟଙ୍କା ସହିତ ବିଶେଷ ସତର୍କ ରହିବା ଉଚିତ ହେବ କାରଣ ଆପଣ ଏହାକୁ ହରାଇବାର ଆଶଙ୍କା ଅଛି । ଏକ କାର କ୍ରୟ କରିବାର ସୁଯୋଗ ଉପସ୍ଥାପନ କରିପାରନ୍ତି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ

Advertisment
Horoscope
Advertisment
Related Articles
Advertisment